ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍, ଡିସେମ୍ବରରେ ୧ ଏବଂ ୫ରେ ହେବ ମତଦାନ

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଏହି ନିର୍ବାଚନରେ ୨ଟି ପର୍ଯ୍ୟାୟରେ ହେବ ମତଦାନ । ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ଓ ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୮ ତାରିଖରେ ଗଣତି ପରେ ବାହାରିବ ରେଜଲ୍ଟ । ତାରିଖ ଘୋଷଣା ସହ ଆଜିଠୁ ଗୁଜରାଟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ବିଧାନସଭାରେ ମୋଟ ୧୮୨ଟି ଆସନ ପାଇଁ ହେବ ନିର୍ବାଚନ ।

ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ୧୦ ତାରିଖରେ ବାହାରିବ ବିଜ୍ଞପ୍ତି । ପ୍ରଥମ ପର୍ଯ୍ୟାୟ ପାଇଁ ୫ରୁ ୧୪ ନଭେମ୍ବର ମଧ୍ୟରେ ହେବ ନାମାଙ୍କନ ପତ୍ର ଦାଖଲ।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୦ ନଭେମ୍ବରରେ ବିଜ୍ଞପ୍ତ ପ୍ରକାଶ ପାଇବ। ୧୭ ନଭେମ୍ବରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ। ନଭେମ୍ବର ୧୫ ରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଯାଞ୍ଚ ଏବଂ ନଭେମ୍ବର ୧୮ ରେ ଦ୍ବିତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲର ଯାଞ୍ଚ ହେବ। ନଭେମ୍ବର ୧୭ ଏବଂ ୨୧ ରେ ନାମାଙ୍କନ ପ୍ରତ୍ୟାହାର ହେବ । ୧ ଏବଂ ୫ ଡିସେମ୍ବରରେ ହେବ ମତଦାନ। ହିମାଚଳ ପ୍ରଦେଶର ନିର୍ବାଚନ ଫଳାଫଳ ସହ ୮ ଡିସେମ୍ବରରେ ଆସିବ ଫଳାଫଳ ଏବଂ ୧୦ ଡିସେମ୍ବର ମଧ୍ୟରେ ସରିବ ସମସ୍ତ ନିର୍ବାଚନ ପ୍ରକ୍ରିୟା।

ଗୁଜରାଟରେ ୩୩ ଜିଲ୍ଲାରେ ୪ କୋଟି ୯୦ ଲକ୍ଷ ଲୋକ ରହିଛନ୍ତି। ଏଥର ହେବ ୫୧ ହଜାର ପୋଲିଂ ବୁଥ। ପ୍ରେସମିଟରେ ନିର୍ବାଚନ କମିଶନରାଜୀବ କୁମାର ଏହି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.