LG ର ତିନିଟି ନୂଆ ସ୍ମାର୍ଟଫୋନ ଭାରତରେ ଲଞ୍ଚ, ମୂଲ୍ଯ ମାତ୍ର ୯,୪୯୦ଟଙ୍କା ଆଉ ଫିଚର ମଧ୍ୟ କମାଲ୍

ଫେଷ୍ଟିଭ ସିଜିନରେ ଗ୍ରାହକଙ୍କ ମନ ଜିଣିବା ପାଇଁ ବହୁ କମ୍ପାନୀ ନୂଆ ନୂଆ ସ୍ମାର୍ଟଫୋନ୍ ବଜାରରେ ଲଞ୍ଚ କରୁଛନ୍ତି। ଏଲଜି ଇଲେକ୍ଟ୍ରୋନିକ୍ସ W-ସିରିଜର ତିନୋଟି ନୂଆ ସ୍ମାର୍ଟଫୋନ୍ ବଜାରକୁ ଛାଡ଼ିଛି। ଏହି ଫୋନର ଦାମ୍ ମଧ୍ୟ କମ୍ ରହିଛି। LG W11, LG W31 ଓ W31+କୁ ସିଙ୍ଗଲ୍ କଲର ଅପ୍ସନ ସହ ଲଞ୍ଚ କରିଛି କମ୍ପାନୀ।

W-ସିରିଜ୍ ସ୍ମାର୍ଟଫୋନର ବିକ୍ରି ଏହି ମାସରୁ ଆରମ୍ଭ ହେବ। LG W11 ୩ ଜିବି/୩୨ ଜିବି ଭାରିଅଣ୍ଟର ଦାମ୍ ୯,୪୯୦ ଟଙ୍କା, LG W31 ୪ ଜିବି/୬୪ ଜିବି ଭାରିଅଣ୍ଟର ଦାମ୍ ୧୦,୯୯୦ ଓ LG W31+ ର ଦାମ ୧୧,୯୯୦ ଟଙ୍କା ରହିଛି।

w series

ଏହି ୩ଟି ମଡେଲ୍ ଫୋନରେ ୬.୫୨ ଇଞ୍ଚ ଫୁଲ୍ଭିଜନ୍ ଡିସ୍ପ୍ଲେ ଥିବା ବେଳେ ରହିଛି ୪୦୦୦ ଏମଏଏଚ୍ ଦମଦାର ବ୍ୟାଟେରୀ ରହିଛି। ଏଥିରେ ଆନଡ୍ରୋଏଡ୍ ସିଷ୍ଟମ ସହିତ ୨ ଜିଗାହର୍ଜ ଅକ୍ଟାକୋର ପ୍ରୋସେସର ରହିଛି। LG W11ରେ ୩ ଜିବି ରାମ୍ ଥିବା ବେଳେ ୩୨ ଜିବି ଇଣ୍ଟରନାଲ ମେମୋରୀ ରହିଛି। LG W31ରେ ୪ ଜିବି ରାମ୍ ଓ ୬୪ ଜିବି ଇଣ୍ଟରନାଲ୍ ମେମୋରୀ ଏବଂ LG W31+ରେ ୪ ଜିବି ରାମ୍ ସହ ୧୨୮ ଜିବି ଇଣ୍ଟରନାଲ୍ ମେମୋରୀ ଦିଆଯାଇଛି।

କ୍ୟାମେରା : LG W11- ୧୩ ଓ ୨ ମେଗାପିକ୍ସଲ୍ ଡୁଆଲ୍ ପ୍ରାଇମେରି କ୍ୟାମେରା ସହ ୮ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା । LG W31/ LG W31+- ୧୩,୨ ଓ ୫ ଏମପି ଟ୍ରିପଲ୍ ରିୟର କ୍ୟାମେରା ଏବଂ ୮ ଏମପି ଫ୍ରଣ୍ଟ କ୍ୟାମେରା । ଏହି ଆଣ୍ଡ୍ରଏଡ ୧୦ରେ ଚାଲିଥାଏ ଏବଂ LG W11 ଭଳି ଏଥିରେ ଗୁଗଲ ଆସିଷ୍ଟାଣ୍ଟ ବଟନ ମଧ୍ୟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.