ଗତ ୨୪ ଘଣ୍ଟାରେ ଦେଶରେ ୫୦ ହଜାର ୩୫୭ ନୂଆ ସଂକ୍ରମିତ ଚିହ୍ନଟ, ୫୭୭ ମୃତ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୦ ହଜାର ୩୫୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେବେକି ୫୭୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଦାୟର ହୋଇଛି । ଏହାକୁ ମିଶାଇ ଦେଶରେ ସଂକ୍ରମିତ ସଂଖ୍ୟା ୮୪ ଲକ୍ଷ ୬୨ ହଜାର ୦୮୧ ଛୁଇଁଥିବା ଜଣାଯାଇଛି । ଯେବେକି ଗତ ୨୪ ଘଣ୍ଟାରେ ୫୩ ହଜାର ୯୨୦ ଜଣ ସୁସ୍ଥ ହୋଇଥିବା ବେଳେ ୭୮ ଲକ୍ଷ ୧୯
ହଜାର ୮୮୭ ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା । ଆଉ ଏକ ତାଜା ରିପୋର୍ଟ ଅନୁଯାୟୀ, ଗଲା କିଛି ଦିନ ହେବ ୬ ଲକ୍ଷ ତଳେ ରହିଛି ସକ୍ରିୟ ମାମଲା । ଗୋଟେ ଦିନ ଭିତରେ ୪୧୪୧ ସୁସ୍ଥ ହୋଇଥିବା ବେଳେ ଏବେ ଦେଶରେ ୫ ଲକ୍ଷ ୧୬ ହଜାର ୬୩୨ ଟି ସକ୍ରିୟ ମାମଲା ଥିବା ନେଇ ରିପୋର୍ଟ ଆସିଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ବା ଆଇସିଏମଆର ଦ୍ୱରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଏଯାବତ ଦେଶରେ ୧୧ କୋଟି ୬୫
ଲକ୍ଷ ୪୨ ହଜାର ୩୦୪ ନମୁନା ପରୀକ୍ଷଣ ହୋଇଥିବା ବେଳେ ଶୁକ୍ରବାର ଦେଶବ୍ୟାପୀ ୧୧ ଲକ୍ଷ ୧୩ ହଜାର ୨୦୯ ନମୁନା ପରୀକ୍ଷଣ ହୋଇଛି ।ସେପଟେ କିନ୍ତୁ ରାଜଧାନୀ ଦିଲ୍ଲୀରେ ଲଗାତର ବଢ଼ିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ରାଜଧାନୀରେ ଦିନକୁ ଦିନ ନୂଆ ରେକର୍ଡ କରୁଛି କରୋନା । ଗତ ୫ ଦିନ ହେବ ଲଗାତର ଦ୍ରୁତ ଗତିରେ କରୋନା କାୟା ମେଲାଉଛି । ଶୁକ୍ରବାର ରିପୋର୍ଟ ଅନୁସାରେ କରୋନା ଭୟଙ୍କର ସ୍ଥିତିରେ ପହଞ୍ଚିଛି । ଗୋଟିଏ ଦିନରେ ରେକର୍ଡ ୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତ ।

୨୪ ଘଣ୍ଟାରେ ୭ ହଜାର ୧୭୮ ନୂଆ ମାମଲା ସାମ୍ନାକୁ ଆସିଛି । ଦିନକରେ ୧୨.୧୯ ପ୍ରତିଶତ ପଜିଟିଭ୍‌ ରେଟ୍‌ ବଢିଥିବା ବେଳେ ୬୪ ଜଣଙ୍କ ଭାଇରସ୍‌ ଯୋଗୁ ଜୀବନ ଯାଇଛି । ଗତ ୪ ଦିନ ହେବ ୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ୭୯ ପ୍ରତିଶତ ମାମଲା ରିପୋର୍ଟ କରିଥିବା ୧୦ଟି ରାଜ୍ୟ ମଧ୍ୟରେ ଦିଲ୍ଲୀ ରହିଛି । ଦିଲ୍ଲୀର ବିଭିନ୍ନ ମେଡିକାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଚିକିତ୍ସା ପାଇଁ ଅତିରିକ୍ତ ୧୧ ଶହ ଶଯ୍ୟା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.