ଖୁବଶୀଘ୍ର ଇନଷ୍ଟାଗ୍ରାମରେ ମିଳିବ Live Activities ଫିଚର, ଉପଭୋଗ କରିବେ ୟୁଜର୍ସ

ଇନ୍‌ଷ୍ଟାଗ୍ରାମ ନିଜ iOS ଆପ୍‌ ପାଇଁ ଲାଇଭ୍‌ ଆକ୍ଟିଭିଟିଜ ନାମକ ଏକ ନୂଆ ସୁବିଧାର ଟେଷ୍ଟିଙ୍ଗ କରୁଛି । ଏହି ନୂଆ ଫିଚର iPhone ୟୁଜର୍ସଙ୍କୁ ସେମାନଙ୍କ ଇନ୍‌ଷ୍ଟାଗ୍ରାମ ଅପଲୋଡ ଷ୍ଟାଟସକୁ ଟ୍ରାକ କରିବା ପାଇଁ ସାହାଯ୍ୟ କରିବ । ୟୁଜର୍ସଙ୍କ ପାଇଁ ଏହାକୁ ଟ୍ରାକ କରିବା ସହଜ ହେବ ।

ମେଟାର ସୋସିଆଲ ମିଡିଆ ପ୍ଳାଟଫର୍ମ ଇନ୍‌ଷ୍ଟାଗ୍ରାମ ନିଜ ୟୁଜର୍ସମାନଙ୍କ ପାଇଁ ଅନେକ ନୂଆ ଫିଚର ଅପଡେଟ କରି ଆସୁଛି । ନୂଆ ରିପୋର୍ଟ ଅନୁସାରେ ଇନ୍‌ଷ୍ଟାଗ୍ରାମ ନିଜ iOS ଆପ୍‌ ପାଇଁ Live Activities ନାମକ ଏକ ଫିଚର ଟେଷ୍ଟିଙ୍ଗ କରୁଛି । ଏହି ନୂଆ ଫିଚର iPhone ୟୁଜର୍ସଙ୍କୁ ଇନ୍‌ଷ୍ଟାଗ୍ରାମରେ ଅପଲୋଡ ହୋଇଥିବା ଷ୍ଟାଟସକୁ ଟ୍ରାକ କରିବାରେ ସାହାଯ୍ୟ କରିବ । କମ୍ପାନୀ ନିକଟରେ ଇନଷ୍ଟାଗ୍ରାମ ଆପ୍‌ ଦ୍ୱାରା ଥ୍ରେଡ୍ସ ଆପ୍‌କୁ ଲଞ୍ଚ କରିଛି ଯାହା ଟ୍ଵିଟର ର ପ୍ରତିଦ୍ୱନ୍ଦୀ ଭାବେ ଜଣାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଇନ୍‌ଷ୍ଟାଗ୍ରାମ ନିଜ iOS ଆପ୍‌ ପାଇଁ ଲାଇଭ୍‌ ଆକ୍ଟିଭିଟିଜ ନାମକ ଏକ ନୂଆ ସୁବିଧାର ଟେଷ୍ଟିଙ୍ଗ କରୁଛି । ଏହି ନୂଆ ଫିଚର iPhone ୟୁଜର୍ସଙ୍କୁ ସେମାନଙ୍କ ଇନ୍‌ଷ୍ଟାଗ୍ରାମ ଅପଲୋଡ ଷ୍ଟାଟସକୁ ଟ୍ରାକ କରିବା ପାଇଁ ସାହାଯ୍ୟ କରିବ । ୟୁଜର୍ସଙ୍କ ପାଇଁ ଏହାକୁ ଟ୍ରାକ କରିବା ସହଜ ହେବ । ଇନ୍‌ଷ୍ଟାଗ୍ରାମ ଆପ୍‌ ବର୍ତ୍ତମାନ ଲାଇଭ ଆକ୍ଟିଭିଟିଜ ସୋ’ କରୁଛି । ୟୁଜର୍ସମାନେ ଫଟୋ କିମ୍ବା ଭିଡିଓ ଅପଲୋଡ କରିବା ସମୟରେ ଆପ୍‌ ବନ୍ଦ କରିଥାନ୍ତି । କାରଣ ଅପଲୋଡ ହେବାକୁ ସମୟ ଲାଗିଥାଏ । ପୂର୍ବରୁ ଅପଲୋଡ କରିଥିବା ଫଟୋ କିମ୍ବା ଭିଡିଓ ଅପଲୋଡ ହେଲା କି ନାହିଁ ଚେକ କରିବା ପାଇଁ ଫୋନକୁ ବାରମ୍ବାର ଖୋଲିବାକୁ ପଡ଼ୁଥିଲା । କିନ୍ତୁ ଇନ୍‌ଷ୍ଟାଗ୍ରାମର ନୂଆ ଫିଚର ଦ୍ୱାରା ଏହି ସମସ୍ୟା ଦୂର ହୋଇଛି । ଅପଲୋଡ ପୂରା ହୋଇଛି ଏହା କନଫର୍ମ କରିବା ପାଇଁ ଇନ୍‌ଷ୍ଟାଗ୍ରାମ ଆପ୍‌କୁ ବାରମ୍ବାର ଖୋଲିବାକୁ ପଡ଼ିବ ନାହିଁ ।

ଏହା ବ୍ୟତୀତ, ମେଟା ଗତ ମାସ ଇନ୍‌ଷ୍ଟାଗ୍ରାମ ଏବଂ ଫେସବୁକ ରେ ରିଲ୍ସ ପାଇଁ ‘ ହ୍ଵାଏ ଆମ ଆଇ ସିଙ୍ଗ ଦିସ’ ଫିଚର ଲଞ୍ଚ କରିବ ବୋଲି ଘୋଷଣା କରିଥିଲା । କମ୍ପାନୀ ଗତ ମାସ ଏହି ଫିଚର ବିଷୟରେ ଘୋଷଣା କରିବା ସହ ଏହା ମଧ୍ୟ କହିଥିଲା ଯେ, ଇନ୍‌ଷ୍ଟାଗ୍ରାମ ଏକ୍ସପ୍ଲୋର ପେଜ ଲଞ୍ଚ କରିବ, ଯାହା ଦ୍ୱାରା ୟୁଜର୍ସମାନେ ବୁଝିପାରିବେ ଯେ ଏହି ନିର୍ଦ୍ଦିଷ୍ଟ ପୋଷ୍ଟ ସେମାନଙ୍କୁ କାହିଁକି ଦେଖାଯାଉଛି ।

ଅନ୍ୟପଟେ ମେଟା ଥ୍ରେଡ୍ସ ଆପ୍‌କୁ ଭାରତରେ ଅଧିକ ଅପଲୋଡ କରାଯାଇଛି । ସେନ୍ସର ଟାଓ୍ଵର ଡାଟା ଦ୍ୱାରା ଏହି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଏହି ଆପ୍‌କୁ ଡାଉନଲୋଡ କରିବାରେ ଭାରତର ସଂଖ୍ୟା ୨୨% ରହିଛି । ଭାରତ ପରେ ବ୍ରାଜିଲ ୧୬ % ରେ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ୧୪ ପ୍ରତିଶତରେ ଆମେରିକା ରହିଛି । ଏହା ସହିତ ଆଣ୍ଡ୍ରଏଡ ଫୋନରେ ଏହା ୭୫ ପ୍ରତିଶତ ପର୍ଯ୍ୟନ୍ତ ଡାଉନଲୋଡ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.