Below header

୫-୧୦ ବର୍ଷ ମଧ୍ୟରେ ମଣିଷଙ୍କୁ ଶେଷ କରିବ ମେସିନ୍‌, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ବିଶ୍ୱର ଟେକ୍‌ ଏକ୍ସପର୍ଟ୍ସଙ୍କ ମତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବା AI ଆଗାମୀ ୫- ୧୦ ବର୍ଷ ମଧ୍ୟରେ ମାନବ ସମାଜକୁ ଧ୍ୱଂସ କରିବା ଭଳି ଶକ୍ତି ରଖିଛି । OpenAI ର ପ୍ରତିଷ୍ଠାତା ସାମ ଅଲ୍ଟମ୍ୟାନ୍ କହିଥିଲେ ଯେ ଆର୍ଟିଫିସିଆଲ୍ ଜେନେରାଲ୍ ଇଣ୍ଟେଲିଜେନ୍ସ ବା ଏଜିଆଇ ଦ୍ରୁତ ଗତିରେ ବଢ଼ୁଛି । AI ଆସିବା ଦ୍ୱାରା ମଣିଷ ସମାଜ ଶେଷ ହେବାର ଆଶଙ୍କା ସୃଷ୍ଟି ହେଉଛି ।

ଚାଟ ଜିପିଟି ସୁପରହିଟ ହେବା ପରେ ହିଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ର ସୁବିଧା ଏବଂ ବିପଦକୁ ନେଇ ବିବାଦ ଲାଗି ରହିଛି । ବିଶ୍ୱର ଟେକ୍‌ ଏକ୍ସପର୍ଟ୍ସଙ୍କ ମତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବା AI ଆଗାମୀ ୫- ୧୦ ବର୍ଷ ମଧ୍ୟରେ ମାନବ ସମାଜକୁ ଧ୍ୱଂସ କରିବା ଭଳି ଶକ୍ତି ରଖିଛି । ଯଦି AI ତିଆରି କରିଥିବା ଏକ୍ସପର୍ଟ୍ସମାନେ ଏତେ ଭୟଭୀତ ଅଛନ୍ତି ତେବେ ଭବିଷ୍ୟତରେ ଆସୁଥିବା ବିପଦ କେତେ ଭୟଙ୍କର ହୋଇପାରେ ତାହା ଆପଣ ହିଁ କଳ୍ପନା କରି ପାରିବେ । ତେବେ ବର୍ତ୍ତମାନ ଚିନ୍ତାର ବିଷୟ ଯେ ମଣିଷମାନେ ଏହି ବିପଦକୁ କିପରି ମୁକାବିଲା କରିବେ ।

ଏହାକୁ ନେଇ ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ବିଭିନ୍ନ କମ୍ପାନୀର ସିଇଓ ଯୋଗ ଦେଇଥିଲେ । ଏହି ସର୍ଭେରେ ଯୋଗ ଦେଇଥିବା ୪୨ ପ୍ରତିଶତ ସିଇଓ ଏବଂ ବ୍ୟବସାୟ ମାଲିକ କହିଛନ୍ତି ଯେ ମଣିଷ ପାଇଁ AI ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଏହି ସର୍ଭେରେ ବିଭିନ୍ନ ବ୍ୟବସାୟର ୧୧୯ ସିଇଓଙ୍କ ମତାମତ ପଚରାଯାଇଥିଲା । ଏହି ସିଇଓମାନେ ବିଭିନ୍ନ କମ୍ପାନୀ ଯେପରିକି ୱାଲମାର୍ଟ, କୋକାକୋଲା, ଜେରକ୍ସ ଏବଂ ଜୁମ୍ ଇତ୍ୟାଦି ସହ ଜଡ଼ିତ ଥିଲେ । ରିପୋର୍ଟ ଅନୁଯାୟୀ, ଏହି ସିଇଓମାନଙ୍କ ମଧ୍ୟରୁ ୩୪ ପ୍ରତିଶତ କହିଛନ୍ତି ଯେ ଏହା ପ୍ରାୟ ୧୦ ବର୍ଷ ମଧ୍ୟରେ ମାନବ ସମାଜକୁ ନଷ୍ଟ କରିପାରେ । ଏଥି ସହିତ, ୮ ପ୍ରତିଶତ ସିଇଓ କହିଛନ୍ତି ଯେ ପାଞ୍ଚ ବର୍ଷ ମଧ୍ୟରେ AI ମାନବ ସମାଜକୁ ନଷ୍ଟ କରିଦେବ । କିନ୍ତୁ ୫୮ ପ୍ରତିଶତ ସିଇଓ କହିଛନ୍ତି ଯେ AI ମାନବ ସମାଜକୁ ନଷ୍ଟ କରିପାରିବ ନାହିଁ ଏଥିପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ ।

ନିକଟରେ, OpenAI ର ପ୍ରତିଷ୍ଠାତା ସାମ ଅଲ୍ଟମ୍ୟାନ୍ କହିଥିଲେ ଯେ ଆର୍ଟିଫିସିଆଲ୍ ଜେନେରାଲ୍ ଇଣ୍ଟେଲିଜେନ୍ସ ବା ଏଜିଆଇ ଦ୍ରୁତ ଗତିରେ ବଢ଼ୁଛି । AGI ହେଉଛି ଏକ କନ୍‌ସେପ୍ଟ, ଯାହାର ଅର୍ଥ ହେଉଛି ମେସିନ ମଣିଷଙ୍କୁ ବୁଝି ପାରିବ ଏବଂ ଏହା ମଣିଷ ଭଳି ବ୍ୟବହାର କରିବା ଆରମ୍ଭ କରିବ ଏବଂ ନିଜେ ନିଷ୍ପତ୍ତି ନେଇ ପାରିବ । ସାମ୍ ଅଲ୍ଟମ୍ୟାନ୍ କହିଥିଲେ ଯେ ଏହା ଏକ ବିପଜ୍ଜନକ ପରିସ୍ଥିତି ହୋଇପାରେ ଏବଂ ସେଥିପାଇଁ AIକୁ ନିୟନ୍ତ୍ରଣ ରେ ରଖିବା ଆବଶ୍ୟକ ।

ନିକଟରେ ଏଲନ୍ ମସ୍କ, ସାମ ଅଲ୍ଟମ୍ୟାନ୍, ଜିଓଫ୍ରେ ହିଣ୍ଟନ୍ ଭଳି ଟେକ୍ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି ଯେ AI ଆସିବା ଦ୍ୱାରା ମଣିଷ ସମାଜ ଶେଷ ହେବାର ଆଶଙ୍କା ସୃଷ୍ଟି ହେଉଛି । ଏହି ବିଶେଷଜ୍ଞମାନେ କହିଛନ୍ତି ଯେ AI ର ବିପଦକୁ ଏଡାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉଚିତ । ବିଶେଷଜ୍ଞମାନେ ମଧ୍ୟ ଏଆଇ ଏକ୍ସପେରିମେଣ୍ଟ ରୋକିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ । ଏକ୍ସପେରିମେଣ୍ଟ ବନ୍ଦ କରି ପ୍ରଥମେ AI ପାଇଁ ଗାଇଡ ଲାଇନ୍ସ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି।

ଟେକ ଏକ୍ସପର୍ଟ୍ସ ମାନେ AI କୁ ବିପଜ୍ଜନକ ବୋଲି କହୁଥିବା ବେଳେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା କହିଛନ୍ତି ଯେ ସେ ଏପରି ଏକ ଦୁନିଆର ସ୍ୱପ୍ନ ଦେଖୁଛନ୍ତି ଯେଉଁଥିରେ ଦୁନିଆର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ AI ଆସିଷ୍ଟାଣ୍ଟ ରହିଥିବ । AI ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେଉଥିଲେ ମଧ୍ୟ ଏହାକୁ ନେଇ ବିପଦ ସୃଷ୍ଟି ହୋଇପାରେ ବୋଲି ଅନେକ ମତ ଦେଇଛନ୍ତି । ତେବେ ଦେଖାଯାଉ AI ଲୋକମାନଙ୍କ ପାଇଁ କିପରି ଲାଭଦାୟକ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.