ଏମିତି ହେଉଛି ଘୋଷ୍ଟ ଟାଇପ୍‌ ରାଇଟର୍‌, ମଣିଷର ଭାଷା ବୁଝିବାର ରଖୁଛି କ୍ଷମତା

ଟାଇପ ରାଇଟର ଏକ ଏମିତି ଜିନିଷ ଯାହାକୁ ବ୍ୟବହାର କରି କାଗଜରେ ଟାଇପ କରିହୁଏ। ସାଧାରଣତଃ କାଗଜରେ ଲେଖିବା ପାଇଁ ଆମେ ହାତ ଓ ପେନର ବ୍ୟବହାର କରିଥାଉ। କିନ୍ତୁ ବଦଳୁଥିବା ଯୁଗ ଭିତରେ ଟାଇପ ରାଇଟରର ବ୍ୟବହାର ଦ୍ୱାରା Keyboard ଓ ink ର ସାହାଯ୍ୟରେ ଖୁବ ଶୀଘ୍ର ପେପର ବା କାଗଜରେ ଲେଖିବା ସମ୍ଭବ ହେଲା। ପୂର୍ବରୂ ଅଫିସ କାମ ଅଫଲାଇନ ବା କାଗଜ ମାଧ୍ୟମରେ ହେଉଥିଲା। ଆଉ ସମୟ ବଞ୍ଚାଇବା ପାଇଁ ଏହାକୁ ବ୍ୟବହାର କରି ସବୁକିଛି ଲେଖାଯାଉଥିଲା। ଏହାପରେ ଆଧୁନିକ ଶୈଳୀ ତଥା ଟେକ୍ନୋଲୋଜି ଆଡ୍‌ କରି କମ୍ପ୍ୟୁଟର ବାହାରିଲା।

ଆଜି ବି ଅନେକ ସ୍ଥାନ ରେ ଏହି ଟାଇପ ରାଇଟରକୁ ବ୍ୟବହାର କରାଯାଏ। ଏଥିରେ ଇଂରାଜି ଭାଷା ସହଜରେ ଲେଖିହୁଏ। କାରଣ ଏହା ଇଂରାଜି ମାନକ ଟାଇପରାଇଟର କ୍ରୁଟି Querty ଲେଆଉଟ ଆଧାରିତ। ଏଥିରେ ଲେଖିବା ଅତି ସହଜ ହୋଇଥାଏ। ଏବେ କିନ୍ତୁ ଆଧୁନିକ ଯୁଗରେ ଅନେକ ଅଛନ୍ତି ଯେଉଁମାନେ କିଛି ନା କିଛି ଏକ୍ସପେରିମେଣ୍ଟ କରିବାକୁ ଇଚ୍ଛା ରଖିଥାନ୍ତି। ନୂୂଆ ନୂଆ ଇନଭେନସନ କରି ସମସ୍ତଙ୍କ ସାମ୍ନାକୁ ଆଣୁଛନ୍ତି। ଯେଉଁଥିରେ କାମ ଆହୁରି ସହଜ ହୋଇପାରିବ।

ଆମେ ଆଜି ଯାହାଙ୍କ ବିଷୟରେ କହିବୁ ସେ ହେଉଛନ୍ତି କେରଳ ର ଅରବିନ୍ଦ ସଞ୍ଜିବ। ସେ ଟାଇପ ରାଇଟରକୁ ଘୋଷ୍ଟ ରାଇଟରରେ ପରିିବର୍ତ୍ତନ କରିଛନ୍ତି। ତେବେ ଏ ଘୋଷ୍ଟ ରାଇଟର କଣ ? କିଭଳି ଏହା କାମ କରେ ?

ଅରବିନ୍ଦ ସଞ୍ଜିବ ଏକ୍ସପେରିମେଣ୍ଟ କରି ଘୋଷ୍ଟରାଇଟର ତିଆରି କରିଛନ୍ତି। ଏଥିପାଇଁ ପୁୁରୁଣା ବା ଭିନଟେଜ ଟାଇପ ରାଇଟରରେ ଆର୍ଟିଫିସିଆଲ ଇନଟେଲିଜେନ୍ସ ଆଡ୍‌ କରିଛନ୍ତି। ଏହା ଏକ ଫିଜିକାଲ ଇଣ୍ଟରଫେସ ଯେଉଁଥିରେ ପରସ୍ପର ସହ କଥା ହେବା ପାଇଁ OpenAI GPT-3 large language Model ର ବ୍ୟବହାର କରାଯାଇଛି।

ପ୍ରଥମେ ଜାଣନ୍ତୁ ଆର୍ଟିଫିସିଆଲ ଇଣ୍ଟେଲିଜାନ୍ସ ବା AI କଣ?
ସରଳ ଭାଷାରେ କହିଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର ଅର୍ଥ ହେଉଛି ଗୋଟିଏ ମେସିନରେ ଭାବିବା ଓ ବୁଝିବା ତଥା ତାକୁ ତିଆରି ବା ନିର୍ଣ୍ଣୟ କରିବାର କ୍ଷମତାକୁ ବିକାଶ କରିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ କମ୍ପ୍ୟୁଟର ସାଇନ୍ସର ସବୁଠୁ ଉନ୍ନତ ରୂପ ମନାଯାଏ। ଆଉ ଏହାରି ସାହାଯ୍ୟରେ ଏମିତି ଏକ ପାର୍ଟ ପ୍ରସ୍ତୁତ କରାଯାଏ ଯେଉଁଥିରେ ମେସିନ ମଧ୍ୟ ମଣିଷ ଭଳି ଭାବି ପାରିବ ଓ ବୁଝିପାରିବ। କମ୍ପ୍ୟୁଟରର ଏଭଳି ପାର୍ଟ ଯାହାକି ମଣିଷ ଭଳି ଭାବିବାର ଶକ୍ତି ଥିବ।

ଏବେ ଜାଣନ୍ତୁ ଘୋଷ୍ଟ ରାଇଟର କଣ?
ଅନେକ ଜାଣିଥିବେ ରାଇଟର ବା ଲେଖକ ହେଉଛନ୍ତି ସେମାନେ ଯିଏ କି ଅନ୍ୟମାନଙ୍କ ପାଇଁ ଲେଖିଥାନ୍ତି। ଆଉ ଘୋଷ୍ଟ ରାଇଟର ମାନେ ଯିଏ ଭୂତିଆ କାହାଣୀ ଲେଖେ। କିନ୍ତୁ ,ହା ସମ୍ପୂର୍ଣ୍ଣ ଭୁଲ। ଘୋଷ୍ଟ ରାଇଟର ଦୁଇଟି ଶବ୍ଦରେ ହୋଇଛି। ପ୍ରଥମେ ଘୋଷ୍ଟ , ଏହାର ଅର୍ଥ ଭୂତ ନୁହେଁ ବରଂ ସେହି ବ୍ୟକ୍ତି ଯାହାର କୌଣସି ନିଜସ୍ୱ ଅସ୍ତିତ୍ୱ ନାହିଁ। ଅଦୃଶ୍ୟ ଭାବେ ଯିଏ ରୁହେ। ଘୋଷ୍ଟ ରାଇଟର ହେଉଛନ୍ତି ସେମାନେ ଯେଉଁ ଲେଖକ ବା ରାଇଟର ଅନ୍ୟମାନଙ୍କ ପାଇଁ ଲେଖିଥାଏ।ଆଉ ଏସବୁ କହାଣୀ ହୋଇଥାଏ। ଯାହା ପ୍ରକୃତ ସତ ନୁହେଁ। ଟଙ୍କା ନେଇ ଘୋଷ୍ଟ ରାଇଟର ଅନ୍ୟ ଙ୍କ ଉପରେ ଏକ କାହାଣୀ ବା ପୁସ୍ତକ ଲେଖିଥାନ୍ତି। ତେଣୁ ସେମାନଙ୍କ ନାମ ସ୍ଥାନରେ ଘୋଷ୍ଟ ରାଇଟର ଲେଖାଯାଏ।

ସଞ୍ଜୀବଙ୍କ କହିବା ଅନୁଯାୟୀ, ଏହା ଏମିତି ଏକ ପ୍ରୋଜେକ୍ଟ ଯାହା ଆମକୁ ଭିନଟେଜ ଟାଇପରାଇଟର ଲୁକ ଦେବା ସହିତ ଏହା ଆମ ଭଳି ନିଜର AI କୁ ୟୁଜ କରିପାରିବ। ମଣିଷ ଭଳି ଭାବିପାରିବ। କ୍ରିଏଟରଙ୍କ କହିବା ଅନୁଯାୟୀ ଏହା ଡିଜିଟାଲି ଆମକୁ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରିବ। ଏଥିପାଇଁ କାଗଜ ଓ ସ୍ୟାହି ବା inkର ବ୍ୟବହାର କରାଯିବ। ଏହାରି ସାହାଯ୍ୟରେ ସେ ଆମକୁ ଭାବନାତ୍ମକ ଉତ୍ତର ଦେବ। ଏହାସହିତ ଆମେ ଚାହିଁଲେ ମେସିନ ସହିତ Interaction ବା କଥାବର୍ତ୍ତାକୁ ମଧ୍ୟ ମ୍ୟାଚ କରି ଏହାର ବ୍ୟବହାର କରିପାରିବା। କିଛି ବି ପ୍ରଶ୍ନର ଉତ୍ତର କୁ ସେ ଶବ୍ଦ ମାଧ୍ୟମରେ କାଗଜରେ ପ୍ରିଣ୍ଟ କରିଥାଏ। ଯାହାଦ୍ୱାରା ଆମେ ସେସବୁ କୁ ଭଲ ଭାବେ ପଢ଼ି ଠିକ ରୂପେ ବୁଝିପାରିବା।

AI ର ସାହାଯ୍ୟ ନେଇ ଏକ ଭିନଟେଜ ଟାଇପରାଇଟରକୁ ଆଧୁନିକ ଶୈଳୀରେ ବ୍ୟବହାର କରିବାର ଏହା ହେଉଛି ସବୁଠୁ ଭଲ ଉଦାହରଣ। ଏହି ଘୋଷ୍ଟ ରାଇଟରକୁ Brother AX 325 ଇଲେକଟ୍ରୋନିକ ଟାଇପରାଇଟରେ ତିଆରି କରାଯାଇଛି। ଏଥିରେ କିବୋଡ ମ୍ୟାଟ୍ରିକ୍ସ କୁ ଡିକୋଡିଂ ପାଇଁ Arduino ସହ ଯୋଡ଼ା ଯାଇଛ।ି ଏହାସହିତ OpenAI ପାଇଁ GPT-3 large language Model ୟୁଜ ହୋଇଛି। ଏଥିପାଇଁ Python ଆପଲିକେସନ ପ୍ରୋଗାମିଂ ଇଣ୍ଟରଫେସ ବା API ପାଇଁ Raspberry pi ସହ କନେକ୍ଟ କରାଯାଇଛି।

ତେବେ ଏହାର ବ୍ୟବହାର ପାଇଁ କାଗଜ ସହିତ ଇଣ୍ଟରନେଟ କନେକସନ ର ଆବଶ୍ୟକତା ରହିଛି। ଏଥିରେ ରାଇଟର ଯାହା ବି ଟାଇପ କରିବେ ତାହା ପର୍ମାନେଣ୍ଟ ଭାବେ ପେପରରେ ରେକର୍ଡ ହୋଇ ରହିବ। ପରେ GPT-3 ଦ୍ୱାରା ଏହାର ରିପ୍ଲାଏ ଅଟୋମେଟିକ ପ୍ରିଣ୍ଟ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.