୨୯ ସେପ୍ଟେମ୍ବରରେ ଭାରତରେ ଲଞ୍ଚ ହେବ Mi Smart Speaker, ମିଳିବ ଗୁଗଲ୍‌ ଆସିଷ୍ଟାଣ୍ଟ ଏବଂ ଆମାଜନ ଆଲେକ୍ସାର ସପୋର୍ଟ

Xiaomi ର ନୂଆ ସ୍ମାର୍ଟ ସ୍ପିକର ବହୁତ ଜଲଦି ଭାରତରେ ଲଞ୍ଚ ହେବାକୁ ଯାଉଛି। ଆସନ୍ତା ୨୯ ସେପ୍ଟେମ୍ବରରେ ସାଓମି ଭାରତରେ ‘Smarter Living’ ନାଁରେ ଏକ ଇଭେଣ୍ଟ ଆୟୋଜନ କରୁଛି, ଯେଉଁଥିରେ ଏକ ସ୍ମାର୍ଟ ସ୍ପିକର ଲଞ୍ଚ କରାଯିବ। ଏନେଇ ସାଓମି ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ମନୁ କୁମାର ଜୈନ ଟ୍ଵିଟ କରି ସୂଚନା ଦେଇଛନ୍ତି। ସାଓମିର ଏହି ଇଭେଣ୍ଟ ଆସନ୍ତା ୨୯ ସେପ୍ଟେମ୍ବର ଦିନ ୧୨ଟାରେ ହେବ ଆୟୋଜିତ ହେବ।

ସୂଚନା ମୁତାବକ ସାମ୍ନାକୁ ଆସିଥିବା ରିପୋର୍ଟ ଅନୁଯାୟୀ ସାଓମିର ଏହି ସ୍ମାର୍ଟ ସ୍ପିକରରେ ଆମାଜନ ଆଲେକ୍ସା ଏବଂ ଗୁଗଲ ଆସିଷ୍ଟାଣ୍ଟର ରିପୋର୍ଟ ପାଇପାରିବେ। ଗୁଗଲ୍‌ ଏବଂ ଆମାଜନର ସ୍ମାର୍ଟ ସ୍ପିକର ଟକ୍କରରେ ସାଓମିର ଏହି ସ୍ପିକର ଲଞ୍ଚ ହେବାକୁ ଯାଉଛି। ସ୍ମାର୍ଟ ସ୍ପିକର ବ୍ୟତୀତ ସାଓମି ଏକ ସ୍ମାର୍ଟ ଓ୍ଵାଚ୍‌ ମଧ୍ୟ ଲଞ୍ଚ କରିପାରେ।

Xiaomi_speakerପୂର୍ବରୁ ସାଓମି ନିଜର ନୂଆ ସ୍ମାର୍ଟ ଏଲଇଡି ବଲବ୍‌ Mi smart LED Bulb (B22) ଲଞ୍ଚ କରିଛି। Mi smart LED Bulb କୁ ପଲିକାର୍ବୋନେଟ୍‌ ଏବଂ ପ୍ଲାଷ୍ଟିକ କ୍ଲେଡ ଆଲୁମିନିୟମ ଦ୍ୱାରା ତିଆରି କରାଯାଇଛି। ଏମଆଇର ଏହି ସ୍ୱାର୍ଟ ବଲବ୍‌ ରେ ୧୬ ମିଲିୟନ କଲର୍ସ ରହିଛି, ଯାହାକୁ ଏକ ମୋବାଇଲ ଆପ୍‌ ଜରିଆରେ କଣ୍ଟ୍ରୋଲ କରାଯାଇପାରିବ।

Mi smart LED Bulb ରେ ଗୁଗଲ ଆସିଷ୍ଟାଣ୍ଟ ଏବଂ ଆଲେକ୍ସ ଭଳି ଭଏସ୍‌ ଆସିଷ୍ଟାଣ୍ଟର ମଧ୍ୟ ସପୋର୍ଟ ରହିବ। ସାଓମିର ଏହି ବଲବ୍‌ ର ମୂଲ୍ୟ ୭୯୯ ଟଙ୍କା ଥିବା ବେଳେ ଏହାକୁ ଏମଆଇର ଅନଲାଇନ୍‌ ଷ୍ଟୋରରୁ କିଣାଯାଇପାରିବ। ଏମଆଇର ଏହି ବଲର କ୍ଷମତା 9W ଏବଂ ବ୍ରାଇଟନେସ୍‌ 950 ଲ୍ୟୁମେଂସ। ସାଓମିର ଏହି ବଲ୍‌ ୨୫,୦୦୦ଘଣ୍ଟା ଚାଲିବା ନେଇ କମ୍ପାନୀ ଦାବି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.