କମ୍‌ ହେବ ମହିଳାଙ୍କ ସହିତ ହେଉଥିବା ଅତ୍ୟାଚାର, ବିପଦ ସମୟରେ ରକ୍ଷା କରିବ ହ୍ୟାଣ୍ଡ ଗ୍ରେନେଡ୍‌

ଏଣିକି କମ୍‌ ହେବ ମହିଳାଙ୍କ ଉପରେ ହେଉଥିବା ଅପରାଧ,ଅତ୍ୟାଚାର ଓ ଦୁଷ୍କର୍ମ। ଦେଶରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ରୋକିବା ପାଇଁ ଯୁବକ ତିଆରି କଲେ ବଢ଼ିଆ ସେଫ୍ଟି ହ୍ୟାଣ୍ଡ ଗ୍ରେନେଡ। ପ୍ରସିଦ୍ଧ ୭ ବ୍ଲାକ ବେଲ୍ଟ ଇନ୍‌ ତାଇକୋଣ୍ଡୋ ରଚନା ରାଜେନ୍ଦ୍ର ଚୌରେସିୟା ବାରଣାସୀର ଜଣେ ଯୁବ ବୈଜ୍ଞାନିକ ଶ୍ୟାମ ଚୌରେସିୟାଙ୍କ ସହ ମିଶି ଏକ ଓମେନ ସେଫ୍ଟି ହ୍ୟାଣ୍ଡ ଗ୍ରେନେଡ୍‌ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ମହିଳାମାନେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ନିଜର ସୁରକ୍ଷା କରିପାରିବେ। ଏହି ହ୍ୟାଣ୍ଡ ଗ୍ରେନେଡ୍‌ ଫୁଟିବା କ୍ଷଣି ହିଁ ଆପାତକାଳୀନ ନମ୍ବରରେ ସୂଚନା ପହଁଚିବ।

ତେବେ ଏହି ହ୍ୟାଣ୍ଡ ଗ୍ରେନେଡ୍‌ ଖାସ୍‌ କରି ମହିଳାଙ୍କ ସୁରକ୍ଷା ପାଇଁ ବେଶ୍‌ ଉପଯୋଗୀ ହୋଇପାରିବ। ଏଥିରେ ଘରର ସଦସ୍ୟଙ୍କ ବ୍ୟତୀତ ଏମରଜେନ୍ସୀ ନମ୍ବର ଥିବ। ଏଥିରେ ଅନ୍‌-ଅଫ୍‌ ଟ୍ରିଗର ଲଗାଯାଇଛି। ଯାହାକୁ ଦବାଇବା ପରେ ଏବଂ ଫୋପାଡିବା ପରେ ହିଁ ଏମରଜେନ୍ସୀ ନମ୍ବର ଲୋକେସନକୁ ଚାଲିଯିବ। ଯାହାଦ୍ୱାରା ସାହାଯ୍ୟ ପାଇଁ କେହି ବ୍ୟକ୍ତି ଲୋକେସନରେ ପହଁଚିପାରିବେ ଏବଂ ମହିଳାଙ୍କୁ ରକ୍ଷା କରିପାରିବେ। ଏହା ସମ୍ପୂର୍ଣ୍ଣ ଭାବରେ ଓ୍ଵୟାରଲେସ୍‌ ଟେକ୍ନୋଲୋଜି ଉପରେ ନିର୍ମାଣ କରାଯାଇଛି।

Womens safetyଏହାର ଆକାର ଛୋଟ ହେବା କାରଣରୁ ଏହାକୁ ମହିଳାମାନେ ନିଜ ପର୍ସ କିମ୍ବା ପକେଟରେ ରଖି ଯାଇପାରିବେ। ଏଥିରେ ଡିସଟାନ୍ସ ସେନସରର ପ୍ରୟୋଗ କରାଯାଇଛି। ମହିଳାଙ୍କୁ ପର୍ସ, ମୋବାଇଲ ଛିନତାଇ କିମ୍ବା ଅନ୍ୟ କେଉଁ ସମସ୍ୟାରେ ଆକ୍ଟିଭ ହୋଇ କାମ କରିବାକୁ ଲାଗିବ। ଡିସଟାନ୍ସ ବ୍ରେକ୍‌ ହେବା ଦ୍ୱାରା ମଧ୍ୟ ଏହା କାମ କରିବ। ୧ ରୁ ୨ ମିଟର ଇଲାକାରେ ଥାଇ ବଟନ ଦବାଇଲେ ଏହା କାମ କରିବା ଆରମ୍ଭ କରିବ।

ଏଥିସହିତ ଏହି ହ୍ୟାଣ୍ଡ ଗ୍ରେନେଡରେ ଥିବା ଟ୍ରିଗରକୁ ଦବାଇବା ଦ୍ୱାରା ଆବାଜ୍‌ ମଧ୍ୟ ହୋଇଥାଏ। ଏହାର ଶବ୍ଦକୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଲୋକ ମଧ୍ୟ ଶୁଣିପାରିବେ। ସାଧାରଣତଃ ଗୁଳି ଶବ୍ଦ ହେଲେ ଲୋକଙ୍କ ଧ୍ୟାନ ଘଟଣାସ୍ଥଳ ଆଡକୁ ଚାଲିଯାଏ ତେବେ ବିପଦରେ କିମ୍ବା କୌଣସି ସମସ୍ୟାରେ ଫଶିଥିବା ମହିଳା କିମ୍ବା ଯୁବତୀଙ୍କ ପଯ୍ୟର୍ନ୍ତ ସହଜରେ ପହଁଚିପାରିବେ। ସେହିପରି ଏହି ୟୁନିକ ଗ୍ରେନେଡର ପ୍ରୟୋଗ କରିବା କ୍ଷଣି ହିଁ ଘଟଣାସ୍ଥଳର ଲୋକେସନ ୧୧୨ ନମ୍ବର ପୋଲିସ ସହିତ ପରିବାରର ରେଜିଷ୍ଟର୍ଡ ସଦସ୍ୟଙ୍କୁ ଲାଇଭ୍‌ ହୋଇଯିବ। କେବଳ ଏତିକି ନୁହେଁ ଏମରଜେନ୍ସୀରେ ନମ୍ବରକୁ ମଧ୍ୟ ଅଟୋମେଟିକ କଲ୍‌ ଲାଗିଯାଏ।

grenadeତେବେ ଏହି ଦମଦାର ଗ୍ରେନେଡର ଓଜନ ପ୍ରାୟ ୫୦ ଗ୍ରାମ। ଗୋଟେ ଥର ଚାର୍ଜରେ ପାଖାପାଖି ଗୋଟେ ସପ୍ତାହ ପଯ୍ୟର୍ନ୍ତ ଏହା କାମ କରିବ। ଏହା ସମ୍ପୂର୍ଣ୍ଣ ଭାବରେ ମେକ୍‌ ଇନ ଇଣ୍ଡିଆ ପ୍ରଡକ୍ଟ। ଏଥିରେ ଗୋଟିଏ ବି ବାହାର ଜିନିଷର ପ୍ରୟୋଗ କରାଯାଇନାହିଁ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ମଧ୍ୟ ଲେଖା ହୋଇଛି।

ତେବେ ଯଦି ପ୍ରଧାନମନ୍ତ୍ରୀ ଏହି ଗ୍ରେନେଡକୁ ମଞ୍ଜୁରୀ ଦେଇଦେଲେ ତାହେଲେ ବୋଧ ହୁଏ ଦେଶରେ ମହିଳାଙ୍କ ସହିତ ହେଉଥିବା ଦୁବ୍ୟର୍ବହାର, ଦୁଷ୍କର୍ମ ଏବଂ ଅପରାଧକୁ ରୋକାଯାଇପାରିବ। ଏହାକୁ ଖାସ୍‌ କରି ମହିଳା ଏବଂ ଯୁବତୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ତେଣୁ ଏହା ମହିଳାଙ୍କ ସେଫ୍ଟି ପାଇଁ ଏକଦମ୍‌ ପରଫେକ୍ଟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.