ସାମ୍ନାକୁ ଆସିଲା କରୋନା ଭାଇରସର ଅସାମାନ୍ୟ ଲକ୍ଷଣ, ଏବେ ଏମିତି ହେଉଛି ସଂକ୍ରମଣ

କରୋନା ମହାମାରୀ ବିଶ୍ୱରେ ତାଣ୍ଡବ ରଚିବା ପରେ ଏହାର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଏବେ ଭାଇରସର ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସିବାରେ ଲାଗିଛି। କରୋନାରେ ସଂକ୍ରମିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଅନୁଭବ ଅଲଗା ଅଲଗା ରହିଛି। ଭାଇରସ ପ୍ରଥମରୁ ମଣିଷ ଶରୀରେ ଆସିଲେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା, ତଣ୍ଟି ଦରଜ ହେବା ଭଳି ଲକ୍ଷଣ ଦେଖାଯାଉଥିଲା। କିନ୍ତୁ ବାସ୍ତବରେ ଏମିତି ନୁହେଁ, ଏହା ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ଟାର୍ଗେଟ କରୁଛି।

ଜ୍ୱର, କଫ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଅନ୍ୟ ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି। ଯାହା ବିଷୟରେ ଆମେ ସଚେତନ ହେବା ଆବଶ୍ୟକ। ବିନା ଲକ୍ଷଣ ଥିବା ବ୍ୟକ୍ତି ମଧ୍ୟ ଏହା ବିଷୟରେ ସଚେତନ ହେବା ଜରୁରୀ। ବ୍ରିଟେନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା ଦ୍ୱାରା ନୂଆ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କର ୪ଟି ଅସାମାନ୍ୟ ଲକ୍ଷଣ ବିଷୟରେ କୁହାଯାଇଛି, ତେବେ ଆସନ୍ତୁ ଜାଣି ଏହା ବିଷୟରେ..

corona virus

କରୋନା ଭାଇରସ ଶରୀରରେ ଲକ୍ଷଣ ଦେଖାଇବାକୁ ୨ରୁ ୧୪ ଦିନ ସମୟ ନେଇଥାଏ। ଏହି ନୂଆ ନିର୍ଦ୍ଦେଶ ଅନୁଯାୟୀ, ଅସାମାନ୍ୟ ଲକ୍ଷଣ ଗୋଟେ ଦିନ କିମ୍ବା ବାରମ୍ବାର ଦେଖିବାକୁ ମିଳିଥାଏ। ଏହାଛଡା ସଂକ୍ରମିତ ବ୍ୟକ୍ତି ପୁଣି ଥରେ ସଂକ୍ରମଣରୁ ଠିକ୍‌ ହେବା ପରେ ମଧ୍ୟ ଦେଖିବାକୁ ମିଳିଥାଏ। କେବେ ବି ଏପରି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ।

ଆଖି ସମସ୍ୟା: ଆଖି କୁଣ୍ଡେଇହେବ, ଲାଲ କିମ୍ବା ଫୁଲିବା ଭଳି ନୂଆ ଲକ୍ଷଣ କରୋନାର ରହିଛି। କିନ୍ତୁ ଏହି ଲକ୍ଷଣ ବହୁତ କମ୍‌ ଦେଖିବାକୁ ମିଳୁଛି। ଯେଉଁଥିପାଇଁ ଲୋକ ଏହା ଉପରେ ଖୁବ କମ୍‌ ଧ୍ୟାନ ଦେଉଛନ୍ତି। କିଛି ମାମଲାରେ ଆଖି ପାଖରେ ଥିବା ଶିରା ମଧ୍ୟ ଫୁଲିଯାଉଛି। ଏହୀ ଲକ୍ଷଣ ଅସାମାନ୍ୟ କିନ୍ତୁ ବିଶେଷଜ୍ଞଙ୍କ କହିବାନୁଯାୟର ଏହା ସଂକ୍ରମଣର ଲକ୍ଷଣ ଅଟେ।

eye

ବାରମ୍ବାର କାଶ ହେବା : କାଶିବା କରୋନା ଭାଇରସର ପ୍ରମୁଖ ଲକ୍ଷଣ ହୋଇଥାଏ। କିନ୍ତୁ ଡାକ୍ତରଙ୍କ କହିବାନୁଯାୟୀ, ଲଗାତାର କାଶ ହେବା ଭାଇରସର ସଂକ୍ରମଣ ହେବାର ନୂଆ ସଂକେତ। ୟୁକେର ଏକ ସର୍ଭେ ଅନୁଯାୟର, କରୋନା ଭାଇରସର ଆକ୍ରାନ୍ତ ବ୍ୟକ୍ତି ଲଗାତାର ଘଣ୍ଟେରୁ ୪ ଘଣ୍ଟା ପର୍ଯ୍ୟନ୍ତ କାଶ ହୋଇଥାଏ ବୋଲି କହିଥିଲେ।

corona

ସ୍କିନ ପରିବର୍ତ୍ତନ ହେବା : କରୋନା ଭାଇରସ ଆକ୍ରାନ୍ତ ଥିବା ଅନେକ ରୋଗୀଙ୍କ ତ୍ୱଚା କୁଣ୍ଡାଇହେବା, ଫୁଲିବା ଏବଂ ଗୋଲ ଗୋଲ ହୋଇ ଫଳିଯିବାର ଲକ୍ଷଣ ଦେଖିବାକୁ ମିଳିଛି। ଏହି ନୂଆ ଆଡଭାଇଜରୀରେ କୁହାଯାଇଛି କି, ତ୍ୱଚା ରଙ୍ଗରେ ପରିବର୍ତ୍ତନ କରୋନାର ନୂଆ ଲକ୍ଷଣ। ଯାହା ଅଧିକାଂଶ ଯୁବପିଢିଙ୍କ ଠାରେ ଦେଖିବାକୁ ମିଳିଛି। କିନ୍ତୁ ଏହା ସାଧାରଣ ହୋଇଥିବାରୁ କୌଣସି ଅଭିଯୋଗ ଆସିନାହିଁ। କିଛି ମାମଲାରେ ଗୋଡରେ ଘା’ ହେବା ଭଳି ଲକ୍ଷଣ ଦେଖିବାକୁ ମିଳିଛି।