Below header

ଓ୍ଵିଣ୍ଡୋଜ ୧୦ ଅପଡେଟ ନେଇ ଆଉ ହେବନାହିଁ ଅସୁବିଧା, ୟୁଜର୍ସଙ୍କ ସମସ୍ୟାର ସମାଧାନ କଲା ମାଇକ୍ରୋସଫ୍ଟ

ବର୍ତ୍ତମାନର ଆଧୁନିକ ଯୁଗରେ ଟେକ୍ନୋଲୋଜି ବିନା ବଞ୍ଚିବା ଅସମ୍ଭବ ହୋଇପଡ଼ିଛି। ଏବେ କମ୍ପ୍ୟୁଟର ଓ ଲାପଟପ୍ରେ ହିଁ ସବୁ କାମ ହେଉଛି। ତେବେ ସବୁବେଳେ ସିଷ୍ଟମ୍ ବ୍ୟବହାର କଲେ ଏହା ଧୀରେ ଧୀରେ ସ୍ଲୋ ହୋଇଯାଏ। ଯେତେ ରିଷ୍ଟାର୍ଟ କଲେ ବି ଏହି ସମସ୍ୟା ସମାଧାନ ହୋଇନଥାଏ। ଓ୍ଵିଣ୍ଡୋଜ ୧୦ ଅପଡେଟKB4559309କୁ ବନ୍ଦ କରିଦେଇଛି। ଦୁଇ ମାସରୁ କମ୍‌ ସମୟ ମଧ୍ୟରେ ଓ୍ଵିଣ୍ଡୋଜ ୧୦ ଅପଡେଟ୍‌ କରି ୟୁଜର୍ସଙ୍କ ଅସୁବିଧାକୁ ସମାଧାନ କରିଛି। ପୂର୍ବରୁ ଓ୍ଵିଣ୍ଡୋଜ 10 KB4559309 ଯୋଗୁଁ କମ୍ପ୍ୟୁଟର ବହୁତ ସ୍ଲୋ ହେଉଥିଲା ବୋଲି ଅନେକ ୟୁଜର୍ସ ଅଭିଯୋଗ କରିଥିଲେ।

ରିପୋର୍ଟ ମୁତାବକ, ଓ୍ଵିଣ୍ଡୋଜ ୧୦ KB4559309 ଅପଡେଟ ପୁରୁଣା ଏଜ୍‌ େଓ୍ଵବ ବ୍ରାଉଜରକୁ ବଦଳାଇ ନୂଆ ଏବଂ ଉନ୍ନତ କ୍ରୋମିୟମ ବେସଡ ଏଜ େଓ୍ଵବ ବ୍ରାଉଜର ରିପ୍ଲେସ କରିଥିଲା। ଏହି ଅପଡେଟ ଇନଷ୍ଟଲ ହେବା ପରେ କମ୍ପ୍ୟୁଟର ବହୁତ ସ୍ଲୋ ସହିତ ଓ୍ଵିଣ୍ଡୋଜ ୧୦ ମଧ୍ୟ ସ୍ଲୋ ହୋଇଯାଇଥିଲା। ଓ୍ଵିଣ୍ଡୋଜ ୧୦KB4559309 ଅଟୋମେଟିନ ଅପଡେଟ ଭର୍ସନ। ଯାହା ଓ୍ଵିଣ୍ଡୋଜ ୧୦ରରେ ଆପେ ଆପେ ଡାଉନଲୋଡ କିମ୍ବା ଇନଷ୍ଟଲ ହୋଇଯାଏ।

ଓ୍ଵିଣ୍ଡୋଜର ଏହି ଅପଡେଟ ପରେ ଅନେକ ଯୁଜର୍ସ ଅଭିଯୋଗ କରିଥିଲେ। ୟୁଜର୍ସଙ୍କ ଅଭିଯୋଗ ଆସିବା ପରେ ମାଇକ୍ରୋସଫ୍ଟ ଏହାକୁ ଅପଡେଟ୍‌ କରି ଏହା ସ୍ଥାନରେKB4576754 ଅପଡେଟ କରିଥିଲା। ଆଉ ଏହି ଅପଡେଟ୍‌ ହେବା ପରେ ଯୁଜର୍ସଙ୍କୁ କିଛି ସମସ୍ୟା ହୋଇନଥିଲା। ସବୁଠାରୁ ଖୁସି କଥା ହେଲା, ମାଇକ୍ରୋସଫ୍ଟ ୟୁଜର୍ସଙ୍କ ଏହି ସମସ୍ୟା ବହୁତ ଶୀଘ୍ର ସମାଧାନ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.