Moto One Fusion + ପ୍ରଥମ ସେଲ୍‌ ଆଜି ଆରମ୍ଭ, ମିଳୁଛି ବମ୍ପର କ୍ୟାସବ୍ୟାକ୍‌ ସହିତ ଡିସକାଉଣ୍ଟ

ପପ ଅପ ସେଲ୍ଫି କ୍ୟାମେରା ସହ Moto One Fusion + ସ୍ମାର୍ଟଫୋନ ପ୍ରଥମ ସେଲ ଆଜି ଭାରତରେ ଆରମ୍ଭ ହେଉଛି। ଗତ କିଛି ଦିନ ତଳେ ଏହାକୁ ଭାରତରେ ଲଞ୍ଚ କରାଯାଇଥିଲା। ଗ୍ରାହକ ଏହି ଫୋନ କିଣିବାରେ ବମ୍ପର କ୍ୟାଶବ୍ୟାକ୍‌ ଏବଂ ଡିସକାଉଣ୍ଟ ମିଳିବ। ଏହାସହିତ ଏହି ଫୋନରେ ନୋ କଷ୍ଟ ଇଏମ୍‌ଆଇ ଭଳି ଅଫରର୍ସ ମଧ୍ୟ ରହିଛି। ଏହି ଫୋନ ଆଜି ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟରେ ଦିନ ୧୨ଟାରୁ ଆରମ୍ଭ ହେବାକୁ ଯାଉଛି। ସେହିପରି ଗ୍ରାହକ ଏକ୍ସସ୍‌ ବ୍ୟାଙ୍କର କ୍ରେଡିଟ କାର୍ଡରେ କିଣିବା ଦ୍ୱାରା ୫ ପ୍ରତିଶତ ଡିସକାଉଣ୍ଟ ମଧ୍ୟ ମିଳିବ।

phone-4-300x202

କମ୍ପାନୀ ଏହି ଫୋନରେ 6.5 ଇଞ୍ଚ ଫୁଲ ଏଚଡି ଡିସପ୍ଲେ ପ୍ରଦାନ କରିଛି। ଆଉ ମଧ୍ୟ ଏହି ଫୋନରେ ଗ୍ରାହକଙ୍କୁ IPS LCD ସମେତ 1080p + ରିଜୋଲୁସନ ଓ HDR10 ସୁବିଧା ମିଳିପାରିବ । ଫୋନର ସେଲ୍ଫି କ୍ୟାମେରା ଦୃଷ୍ଟିରୁ ଦେଖିଲେ ଏଥିରେ ୧୬ MP ସେନ୍ସର କ୍ୟାମେରା ଥିବା ସହ ଦରକାର ସମୟରେ ଏହାକୁ ବଢାଯାଇ ପାରିବ । ଆଉ ଫୋନର ପଛ ପଟରେ ସୁରକ୍ଷା ଦୃଷ୍ଟିରୁ ଏଥିରେ ଏକ ଫିଙ୍ଗର ପ୍ରିଣ୍ଟ ରିଡ଼ର ସୁବିଧା ମଧ୍ୟ ଦିଆଯାଇଛି । ଏହି ଫୋନରେ ୫ ହଜାର ଏମଏଏଚ ବ୍ୟାଟେରୀ କ୍ଷମତା ସହିତ ଦମଦାର ପ୍ରୋସେସର ସପୋର୍ଟ ମଧ୍ୟ ରହିଛି ।

12

ମୋଟୋ କମ୍ପାନୀ ଦ୍ୱାରା ଲଞ୍ଚ ହୋଇଥିବା ଏହି ଫୋନ ଡ଼ିଜାଇନ Moto One Hyper ସହ ପାଖାପାଖି ସମାନ ରହିଛି । କିନ୍ତୁ ଏଥିରେ ୟୁଜର ମାନଙ୍କୁ ୩୨ MP ପପ -ଅପ ସେଲ୍ଫି କ୍ୟାମେରା ସୁବିଧା ବି ମିଳିପାରିବ । ବ୍ୟାକରେ ଥିବା ଫୋନର ମେନ କ୍ୟାମେରାରେ ୬୪MP ସେନ୍ସର ସୁବିଧା ଦିଆଯାଇଛି । ଏହା ସହ ଏହି ସେଟରେ 8 MP ଅଲଟ୍ରାୱାଇଡ – ଆଙ୍ଗଲ, ୫ MPର ମାକ୍ରୋ କ୍ୟାମ ସହ 2 MPର ଡେ଼ପଥ ସେନ୍ସର ସୁବିଧା ବି ମିଳିପାରିବ ।

fusion

Motorola One Fusion+ ଫୋନ ସ୍ନାପଡ୍ରାଗନ ୭୩୦ ଦ୍ୱାରା ପାୱାର ପାଇ ପାରିବ । ଏହା ବାଦ ଏହି ସେଟରେ 6GB ରାମ ସମେତ ୧୨୮ GBର ଷ୍ଟୋରେଜ ସୁବିଧା ବି ଦିଆଯାଇଛି । ଦରକାର ହେଲେ ଏହାକୁ micro SD କାର୍ଡ ସାହାଯ୍ୟରେ ୧ TB ପର୍ଯ୍ୟନ୍ତ ବଢାଯାଇପାରିବ । କିନ୍ତୁ ଏଥିରେ ଥିବା ହାଇବ୍ରିଡ଼ କାର୍ଡ଼ କାରଣରୁ ୟୁଜର ମାନେ ମାତ୍ର ଗୋଟିଏ ହିଁ ସିମ କାର୍ଡ ବ୍ୟବହାର କରିପାରିବେ । କିନ୍ତୁ ଏଥିରେ ୩.୫ mm ହେଡ଼ଫୋନ ଯାକ ଓ FM ରେଡ଼ିଓ ରିସିଭର ଫ୍ୟାସିଲିଟି ମଧ୍ୟ ଅଛି । ଏଥିରେ ଦିଆଯାଇଥିବା USB -C ପୋର୍ଟ ୧୫ W ଓ ୫୦୦୦ mAh ବ୍ୟାଟେରୀ ଫାଷ୍ଟ ଚାର୍ଜିଂ ସୁବିଧା ଦେଇ ପାରିବ । ଏହି ସ୍ମାର୍ଟଫୋନର ଓଜନ ମାତ୍ର ୨୧୦ ଗ୍ରାମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.