ମ୍ୟୁଜିକ ଇଣ୍ଡଷ୍ଟ୍ରୀ ଅବସ୍ଥାକୁ ନେଇ ଭୀଷଣ ରାଗିଲେ ଓଡ଼ିଆ ଗାୟିକା ସୋନା ମହାପାତ୍ର, ସଂଗୀତ ପ୍ରେମୀଙ୍କୁ କହିଲେ ଏମିତି କିଛି

ବିଭିନ୍ନ କାରଣ ପାଇଁ ଅଧିକାଂଶ ସମୟରେ ବିବାଦରେ ରହୁଥିବା ବଲିଉଡ ଗାୟିକା ସୋନା ମହାପାତ୍ର ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏଥର କିନ୍ତୁ ସୋନା ନିଜ ଗୀତ ପାଇଁ ନୁହେଁ, ଅନ୍ୟ ଏକ କାରଣ ପାଇଁ ହିଁ ବିଶେଷ ଭାବେ ଲୋକଲୋଚନକୁ ଆସିଛନ୍ତି । ସୋନା ସଂଗୀତ ପ୍ରେମୀ ମାନଙ୍କୁ ଅନୁରୋଧ କରିଛନ୍ତିକି, ସେମାନେ ମାଗଣା ସଂଗୀତ ଶୁଣିବା ଅଭ୍ୟାସ ଛାଡ଼ି କଳାକାର ମାନଙ୍କ କଥା ବି ଚିନ୍ତା କରନ୍ତୁ । ସୋନାଙ୍କ ଅନୁଯାୟୀ ଭାରତୀୟ ମାନଙ୍କର ଏକ ଧାରଣା ରହିଛିଯେ, କୌଣସିବି ସଂଗୀତ ମାଗଣାରେ ହିଁ ଶୁଣିବାକୁ ମିଳିବା ଉଚିତ । ବିଶେଷ ଭାବେ ସହରୀ ଲୋକ ମାନଙ୍କ ମନରେ ହିଁ ଏହି ଧାରଣା ଯେମିତି ବସା ବାନ୍ଧି ରହିଛି ।

sona

ଏମାନେ ୩୦୦ ଟଙ୍କା ପର୍ଯ୍ୟନ୍ତ ଦେଇ କଫି ପିଇବାକୁ, ବ୍ରାଣ୍ଡେଡ ଡ୍ରେସ ପିନ୍ଧିବାକୁ, ଦାମୀ କାର କିଣିବାକୁ, ଅବା ମଲରେ କିଣାକିଣି ସମୟରେ ହଜାର ହଜାର ଟଙ୍କା ଉଡ଼ାଇବାକୁ ଟିକେ ବି ପଛାନ୍ତି ନାହିଁ । କିନ୍ତୁ ସଂଗୀତ ଶୁଣିବାକୁ ଗୋଟେ ଟଙ୍କା ବି ଖର୍ଚ୍ଚ କରିବାକୁ ହେଲେ ଏନେଇ ଦଶ ଥର ଚିନ୍ତା କରନ୍ତି । ଷ୍ଟ୍ରିମିଙ୍ଗ, ଡାଉନଲୋଡ଼, ଭିଡିଓ, ବେବିନାର ଅବା ଡ଼ିଜିଟାଲ ସଂଗୀତ ଆଦିକୁ ଅଧିକାଂଶ ଲୋକ ମାଗଣାରେ ହିଁ ଶୁଣିବାକୁ ପସନ୍ଦ କରିଥାନ୍ତି । ସୋନା ଏହା ମଧ୍ୟ କହିଛନ୍ତିକି, ଆପଣ ମାନେ ମ୍ୟୁଜିକ ଶୁଣିବା ସମୟରେ ନିଶ୍ଚିତ ଭାବେ ସଂଗୀତ କଳାକାରଙ୍କ ବିଷୟରେ ଥରଟେ ଚିନ୍ତା କରିବା ଉଚିତ । ସେମାନେ କେମିତି ନିଜ ଜୀବନ କାଟିବେ ସେ ପ୍ରତି ବି ଧ୍ୟାନ ଦେବା ଉଚିତ ।

କାରଣ କଳାକାର ମାନେ ତ କେବେବି ମୁହଁ ଖୋଲି ମାଗନ୍ତି ନାହିଁ, କିନ୍ତୁ ସେମାନେ ଜୀବନରେ ଅନେକ ଅଭାବର ସମ୍ମୁଖୀନ ହୋଇଥାନ୍ତି । ବିଶେଷ ଭବେ ଲୋକ ଗାୟକ, ଷ୍ଟେଜରେ ପ୍ରଦର୍ଶନ କରୁଥିବା ସିଙ୍ଗର ମାନଙ୍କୁ ହିଁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏନେଇ ସୋନା ଆହୁରି ମଧ୍ୟ କହିଛନ୍ତିକି ମୁଁ ସମସ୍ତଙ୍କ ନିକଟରେ ବିନୀତ ପ୍ରାଥନା କରୁଛିକି, ସେମାନେ ନିଜ ପସନ୍ଦର ଗାୟକ ମାନଙ୍କୁ ପ୍ରାଧାନ୍ୟ ଦିଅନ୍ତୁ ଓ ସେମାନଙ୍କ କଥା ନିଶ୍ଚିନ୍ତ ଭାବେ ଚିନ୍ତା କରନ୍ତୁ । ଯେବେବି କୌଣସି ସୋ’ଦେଖୁଛନ୍ତି ସେହି ସମୟରେ ଅଳ୍ପ ହେଉ ପଛେ କିଛିଟା ଦାନ ଆକାରରେ ଦିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.