୧୦ ହଜାରରୁ କମ୍‌ ମୂଲ୍ୟରେ ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, Motorola ଲଞ୍ଚ୍‌ କଲା Motorola One Macro ସ୍ମାର୍ଟଫୋନ୍‌

ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ମୋଟୋରୋଲା ଭାରତୀୟ ବଜାରରେ ନିଜର ନୂଆ ସ୍ମାର୍ଟଫୋନ୍‌ Motorola One Macro ଲଞ୍ଚ୍‌ କରିଛି। ଏହି ଫୋନ୍‌ର ବିଶେଷତ୍ୱ ହେଉଛି ଏଥିରେ ଥିବା ମାକ୍ରୋ ଭର୍ସନ କ୍ୟାମେରା। ଏଥିରେ ଆପଣ କ୍ଷୁଦ୍ରରୁ କ୍ଷୁଦ୍ରତମ ଜିନିଷର ମଧ୍ୟ ଫଟୋ ଉଠାଇପାରିବେ। ଏଥିସହ ଫୋନ୍‌ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ସପୋର୍ଟ ଥିବା ମିଡିଆଟେକ୍‌ର ହିଲିୟୋ ପି୭୦ ପ୍ରୋସେସର ମଧ୍ୟ ରହିଛି। Motorola One Macroରେ ୪ ଜିବି ରାମ ସହ ୬୪ ଜିବିର ଷ୍ଟୋରେଜ୍‌ ମିଳିବ, ଯାହାକୁ ମେମୋରୀ କାର୍ଡ ସାହାଯ୍ୟରେ ବୃଦ୍ଧି କରାଯାଇପାରିବ।

Motorola One Macro ରେ ୬.୨ ଇଞ୍ଚ୍‌ର ଏଚ୍‌ଡି ଡିସ୍‌ପ୍ଲେ ମିଳିବ ଯାହାର ରିଜଲ୍ୟୁସନ୍‌ 1520×720। ଫୋନ୍‌ରେ ଟ୍ରିପଲ ରିୟର କ୍ୟାମେରା ରହିଛି, ଯାହାର ଗୋଟିଏ କ୍ୟାମେରା ୧୩ ମେଗା ପିକ୍ସେଲର f2.0 ଯୁକ୍ତ ହୋଇଥିବା ବେଳେ ଅନ୍ୟ ଦୁଇଟି କ୍ୟାମେରା ୨ ମେଗାପିକ୍ସେଲ ବିଶିଷ୍ଟ। ଫୋନ୍‌ରେ କ୍ୟାମେରା ସହ ଫ୍ଲାସ୍‌ ଲାଇଟ୍‌ ମଧ୍ୟ ରହିଛି। ସେହିପରି ଫୋନ୍‌ରେ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମଧ୍ୟ ଦିଆଯାଇଛି।

ଏହାସହ ପଢ଼ନ୍ତୁ: କଳିଯୁଗରେ ରାମଙ୍କୁ ଆକ୍ରମଣ କଲେ ରାବଣ, ଭିଡିଓ ଦେଖିଲେ ଆପଣ ବି ହସି ହସି ହେବେ ବେଦମ୍‌

Motorola One Macro ରେ ୪୦୦୦mAhର ବ୍ୟାଟେରୀ ଦିଆଯାଇଛି। କମ୍ପାନୀ ତରଫରୁ ଏହି ଫୋନ୍‌ର ଦାମ୍‌ ୯,୯୯୯ଟଙ୍କା ରଖାଯାଇଛି। ଅକ୍ଟୋବର ୧୨ରୁ ଏହାର ବିକ୍ରି ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.