ଘଣ୍ଟାଘଣ୍ଟା ଅନଲାଇନରେ ଖେଳୁଛନ୍ତି କି ଭିଡିଓ ଗେମ୍? ହୋଇଯାନ୍ତୁ ସାବଧାନ, ଆଇଟି ବିଶେଷଜ୍ଞ ଦେଲେ ଏହି ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଘଣ୍ଟାଘଣ୍ଟା ଅନଲାଇନରେ ଭିଡିଓ ଗେମ ଖେଳୁଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ, ନଚେତ ବ୍ଲୁହ୍ବିଲ୍,ପିୟୁବିଜି ଓ କିଛି ଅନଲାଇନ ଖେଳର ନିଶାରେ ପଡ଼ିବାର ଆଶଙ୍କା ରହିଛି। ବହୁ ମୂଲ୍ୟ ସମୟ ମଧ୍ୟ ବରବାଦ ହେବା ସହ ଅନଲାଇନ ଗେମ୍ ମାଧ୍ୟମରେ ମୋବାଇଲର ଅଡ଼ିଓ କମାଣ୍ଡ ଦ୍ୱାରା ଆପଣଙ୍କ ଗୋପନ ତଥ୍ୟ ଚୋରି ହେବା ଆଶଙ୍କା ରହିଛି। ଅନ୍ଲାଇନ ଖେଳ ଦ୍ୱାରା ବିଭିନ୍ନ ସୋପାନରେ ଆପଣଙ୍କ ଟଙ୍କା ମଧ୍ୟ ଠକି ନେଉଛନ୍ତି ଅନଲାଇନ ଗେମ ସଂସ୍ଥା। କେତେକ ଗୋପନୀୟ ଡାଟା ଲିକ୍ ହେବାର ଆଶଙ୍କା ଥିବା କହିଛନ୍ତି ଆଇଟି ବିଶେଷଜ୍ଞ।
ଏହାସହ ପଢନ୍ତୁ:
ଆପଣଙ୍କ ପିଲାର ଆଖି ସମ୍ପର୍କିତ ରୋଗ ହେବା ପୂର୍ବରୁ ଏହି ଆପ୍ ଦେବ ସୂଚନା
ଭିଡିଓଗେମର କୁପ୍ରଭାବରେ ବିତୃଷ୍ଣା ଭାବ, ଚିଡ଼ିଚିଡ଼ା ପଣ, ହିଂସାତ୍ମକ ପନ୍ଥା ଆପଣାଇବା, ନିଦ୍ରାହୀନତା, ସ୍ମୃତିଶକ୍ତି ହ୍ରାସ ପାଇବା ଭଳି ଅନେକ ରୋଗ ହୋଇପାରେ ବୋଲି କହିଛନ୍ତି ଚିକିତ୍ସିକ । ଏକ ଘଣ୍ଟାରୁ ଅଧିକ ସମୟ ମୋବାଇଲରେ ଖେଳୁଥିଲେ ଏହା ମାନସିକ ଭାବେ ଗଭୀର ପ୍ରଭାବ ପକାଇଥାଏ । ଏଥିପାଇଁ ପରିବାର ନିଜ ପିଲା ପ୍ରତି ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି। ଡିଜିଟାଲ ଓ ଅନଲାଇନ ଦୁନିଆ ପିଲାଙ୍କୁ କରିଛି ମୋହଗ୍ରସ୍ତ। ଛୋଟ ପିଲା ଓ ଯୁବପୀଢି ଅନଲାଇନ ଗେମରେ ଘଣ୍ଟାଘଣ୍ଟା ବିତାଉଥିବାବେଳେ ଏବେ ସତର୍କତା ଓ ସାବଧାନତା ଜରୁରୀ ହୋଇପଡ଼ିଛି।