ଏବେଠୁ ନେଟଫ୍ଲିକ୍ସ ପାସୱାର୍ଡ ସେୟାର ମନା

ଭାରତରେ ନେଟଫ୍ଲିକ୍ସର ବଡ଼ ଘୋଷଣା, ଏବେ ଆପଣ ନିଜ ନେଟଫ୍ଲିକ୍ସ ଆକାଉଣ୍ଟର ପାସୱାର୍ଡ କୁ କରିପାରିବେନି ସେୟାର

ଏବେ ଆପଣ ନିଜ ନେଟଫ୍ଲିକ୍ସ ଆକାଉଣ୍ଟ କୁ କରିପାରିବେନି ସେୟାର। ସୂଚନା ଅନୁସାରେ ଏବେ ଦେଶରେ ସମସ୍ତ ନେଟଫ୍ଲିକ୍ସ ୟୁଜର ନିଜର ଆକାଉଣ୍ଟ କୁ କେବଳ ଘର ଲୋକଙ୍କ ବ୍ୟତିତ ବାହାର ଲୋକଙ୍କୁ ପାସଓ୍ଵାର୍ଡ ସେୟାର କରିପାରିବେ ନାହିଁ।

ଅନେକ ୟୁଜର ଅଛନ୍ତି ଯେଉଁମାନେ ନେଟଫ୍ଲିକ୍ସକୁ ବ୍ୟବହାର କରିଥାନ୍ତି। ଏମିତି କି ଅନ୍ୟ ମାନେ ଏହାର ପ୍ୟାକ ରିଚାର୍ଜ କରିବା ବଦଳରେ ନିଜ ପରିଚିତ ଲୋକଙ୍କ ଠୁ ପାସଓ୍ଵାର୍ଡ ଆଣିଥାନ୍ତି। କିନ୍ତୁ ଏବେ ଆଉ ଏପରି ହୋଇପାରିବ ନାହିଁ। ମାନେ ମନ ଇଚ୍ଛା ଆପଣ ନିଜ ଆକାଉଣ୍ଟର ପାସଓ୍ଵାର୍ଡ ବାହାର ଲୋକଙ୍କ ସହ ସେୟାର କରିପାରିବେ ନାହିଁ। ଏହାକୁ ଏବେ ଦେଶରେ ବନ୍ଦ କରିଦିଆଯାଇଛି।

Netflix ଘୋଷଣା କରିଛି ଯେ, ଭାରତରେ ଆଉ ପାସୱାର୍ଡ ସେୟାର କୁ ଆଉ ଅନୁମତି ଦିଆଯିବ ନାହିଁ। ପ୍ରତ୍ୟେକ ଆକାଉଣ୍ଟକୁ କେବଳ ଗୋଟିଏ ଘର ବ୍ୟବହାର କରିବା ଉଚିତ ବୋଲି କମ୍ପାନୀ କହିଛି। ଆଜିଠାରୁ, ନେଟଫ୍ଲିକ୍ସ ଏହି ଇମେଲକୁ ସେହି ସଦସ୍ୟମାନଙ୍କୁ ପଠାଇବ ଯେଉଁମାନେ ଭାରତରେ ନିଜ ଘର ବାହାରେ ନେଟଫ୍ଲିକ୍ସ ସେୟାର କରୁଛନ୍ତି। ନେଟଫ୍ଲିକ୍ସକୁ ସେହି ଘରେ ରହୁଥିବା ସମସ୍ତ ସଦସ୍ୟ ଯେଉଁଠାରେ ମଧ୍ୟ ଥାଆନ୍ତି ଯଥା, ଘରେ, ଯାତ୍ରା ସମୟରେ, ଛୁଟିଦିନ ମାନଙ୍କରେ ବ୍ୟବହାର କରିପାରିବେ ଏବଂ ଏଥିସହ ଟ୍ରାନ୍ସଫର ପ୍ରୋଫାଇଲ୍ ଏବଂ ଆକ୍ସେସ୍ ଏବଂ ଡିଭାଇସ୍ ପରିଚାଳନା ଭଳି ନୂଆ ଫିଚର୍ସ ର ଲାଭ ଉଠାଇ ପାରିବେ।

ଭାରତରେ ସଂଖ୍ୟାଧିକ ଲୋକେ ମନୋରଞ୍ଜନ ପ୍ରେମୀ ହୋଇଥାନ୍ତି । ଏହି କାରଣରୁ ଲୋକେ ବିଭିନ୍ନ ପ୍ରକାରର ନୂଆ ନୂଆ ଫିଲ୍ମ ଏବଂ ଟିଭି ଶୋ’ ଦେଖିବା ପାଇଁ ରିଚାର୍ଜ କରିଥାନ୍ତି ।ସୂଚନା ଅନୁସାରେ ଷ୍ଟ୍ରିମିଂ ଆପ୍ ଭାରତ ତଥା ଇଣ୍ଡୋନେସିଆ, କ୍ରୋଏସିଆ, ଏବଂ କେନିଆ ଭଳି ଅନ୍ୟ ବଜାରରେ ଜୁଲାଇ ୨୦, ୨୦୨୩ ମାନେ ଆଜିଠୁ ଆକାଉଣ୍ଟ ସେୟାରିଂ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ। ଭାରତ ଏବଂ ଅନ୍ୟାନ୍ୟ ଦେଶରେ ଯେଉଁଠାରେ ପେଡ୍ ସେୟାର୍ ଆରମ୍ଭ ହୋଇନାହିଁ, ସେଠାରେ ନେଟଫ୍ଲିକ୍ସ ଏକ ଭିନ୍ନ ଉପାୟ ଅବଲମ୍ବନ କରୁଛି। ଏଠାରେ ଉପଭୋକ୍ତାମାନେ ଏକ ଅତିରିକ୍ତ ଦେୟ ଦେବାର ବିକଳ୍ପ ପାଇବେ ।

ଅଂଶୀଦାରମାନଙ୍କୁ ଲେଖିଥିବା ଏକ ଚିଠିରେ ନେଟଫ୍ଲିକ୍ସ କହିଛି ଯେ, ଏହା ଭାରତୀୟ ବଜାରରେ ଅତିରିକ୍ତ ସଦସ୍ୟ ମାନଙ୍କୁ ବିକଳ୍ପ ପ୍ରଦାନ କରିବ ନାହିଁ। କାରଣ ନିକଟରେ ସେମାନେ ବିନା ମୂଲ୍ୟରେ ନେଟଫ୍ଲିକ୍ସ ଦେଖୁଛନ୍ତି, ତେଣୁ ଏଥିରେ ମୂଲ୍ୟ ହ୍ରାସ ହେବା ବ୍ୟତୀତ, ଏପର୍ଯ୍ୟନ୍ତ ସଦସ୍ୟ ମାନଙ୍କ ପ୍ରବେଶ ଅପେକ୍ଷାକୃତ କମ୍ ରହିଛି, ଯାହାକି କମ୍ପାନୀକୁ କ୍ଷତି ସହିବାକୁ ପଡୁଛି ।

ଏହା ପୂର୍ବରୁ ଚଳିତ ବର୍ଷ ମେ ମାସରେ ନେଟଫ୍ଲିକ୍ସ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମେକ୍ସିକୋ ଏବଂ ବ୍ରାଜିଲ ଭଳି ୧୦୦ ରୁ ଅଧିକ ଦେଶରେ ପାସୱାର୍ଡ ବଣ୍ଟନ ଉପରେ ଏହି ପ୍ରତିବନ୍ଧକ ଲଗାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.