ବିବାହର ୬ ବର୍ଷ ପରେ ଶିଶୁପୁତ୍ରକୁ ଜନ୍ମ ଦେଲେ ଈଶିତା, ପିଲା ଓ ମା’ ଉଭୟରେ ସୁସ୍ଥ ଥିବା ସୂଚନା

ମା’ ହେଲେ ଦ୍ରିଶ୍ୟମ ଅଭିନେତ୍ରୀ ଈଶିତା ଦତ୍ତା । ଈଶିତା ବତ୍ସଲଙ୍କୁ ବିବାହର ୬ ବର୍ଷ ପରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଉଭୟ ମା’ ଏବଂ ପିଲା ସୁସ୍ଥ ରହିଛନ୍ତି ।

ଦ୍ରିଶ୍ୟମ ଅଭିନେତ୍ରୀ ଈଶିତା ଦତ୍ତା ମା’ ହୋଇଛନ୍ତି । ବିବାହର ୬ ବର୍ଷ ପରେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ମା’ ଏବଂ ପିଲା ଉଭୟେ ସୁସ୍ଥ ରହିଛନ୍ତି । ଈଶିତା ଏବଂ ବତ୍ସଲଙ୍କୁ ବଲିଉଡରୁ ଅନେକ ଶୁଭେଚ୍ଛା ମିଳିଛି ।

ଗତ କିଛିଦିନ ହେଲାଣି ଈଶିତା ଦତ୍ତା ନିଜ ଗର୍ଭବତୀ ହେବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଥିଲେ । ବିବାହର ୬ ବର୍ଷ ପରେ ପିଲା ପାଇଁ ବହୁତ ଖୁସି ରହିଛନ୍ତି ସେଲିବ୍ରିଟି କପଲ । ଈଶିତା କିଛି ଦିନ ପୂର୍ବରୁ ଗୋଦଭରାଇ ଫଟୋ ସେୟାର କରିଥିଲେ । ଫ୍ୟାନ୍ସ ଏହିସବୁ ଫଟୋ ଦେଖି ବହୁତ ଖୁସି ରହିଥିଲେ । ଈଶିତା ଦତ୍ତାଙ୍କ ଗୋଦଭରାଇରେ ତନୁଶ୍ରୀ ଦତ୍ତା ଏବଂ କାଜୋଲ ମଧ୍ୟ ନଜର ଆସିଥିଲେ ।

 

View this post on Instagram

 

A post shared by Ishita Dutta Sheth (@ishidutta)

ସୂଚନାଯୋଗ୍ୟ, ୨୮ ନଭେମ୍ବର ୨୦୧୭ରେ ଦୁହେଁ ବିବାହ କରିଥିଲେ । ଏହାପରେ ଚଳିତବର୍ଷ ମାର୍ଚ୍ଚରେ ଈଶିତା ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା । ଈଶିତା ଦ୍ରିଶ୍ୟମ ୨ରେ ନଜର ଆସିଥିବା ବେଳେ ବତ୍ସଲ ଆଦିପୁରୁଷରେ ଇନ୍ଦ୍ରଜିତ ଭୂମିକାରେ ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.