ସାର୍କ ପିଠିରେ ମଝି ସମୁଦ୍ର ବୁଲା
ହ୍ଵିଲ ସାର୍କର ସବାରୀ। ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି ଏହି ଭିଡ଼ିଓ, ଯେଉଁଥିରେ ସାର୍କ ପିଠିରେ ବସି ବୁଲୁଛନ୍ତି ଜଣେ ଯୁବକ ।

ହ୍ଵିଲ ସାର୍କର ସବାରୀ। କରିବେ କି ଆପଣ? ଆପଣ ଭାବୁଥିବେ ଏ କି ଅଜବ ପ୍ରଶ୍ନ। ସମୁଦ୍ରର ଭୟାନକ ମାଛ ଭିତରେ ହ୍ଵିଲ ସାର୍କ ହେଉଛି ଅନ୍ୟତମ। ଆଉ ତା ର ସବାରୀ ମାନେ ନିଜ ଜୀବନକୁ ବାଜି ଲଗାଇବା ଭଳି ସମାନ। କିନ୍ତୁ ଏଭଳି ଅଜବ ଓ ଅସମ୍ଭବ କାମ ଜଣେ କରିଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଆପଣ ଭିଡ଼ିଓ ଦେଖି ଜାଣି ପାରୁଥିବେ ଏ ଯୁବକ ଜଣକ ଜୀବନକୁ ବାଜି ଲଗାଇ ବୋଟ ରୁ ହ୍ଵିଲ ସାର୍କ ଉପରକୁ କିପରି ଡେଉଁଛନ୍ତି । ସାର୍କର ସବାରୀ କରୁଛନ୍ତି ଏ ଯୁବକ, ଯାହାର ଏକ କ୍ଲିପ ଏବେ ଖୁବ ଭାଇରାଲ ହେଉଛି। ଆଉ ଏ ଭିଡ଼ିଓକୁ ସମସ୍ତେ ପସନ୍ଦ ମଧ୍ୟ କରୁଛନ୍ତି। ଭିଡ଼ିଓରେ ଯୁବକ ଜଣକ ସାର୍କ ର ସବାରୀ କରିବା ପରେ ପୁଣି ଥରେ ବୋଟକୁ ଫେରୁଛନ୍ତି। କିନ୍ତୁ ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବା କେତେ ଦୂର ଠିକ ? ଆପଣ ଥରେ ନିଜେ ଭାବନ୍ତୁ .. ଷ୍ଟଣ୍ଟ କରିବା ଆଳରେ ଭିଡ଼ିଓ ବନାଇବା ପରେ ଲାଇକ ଭିଉଜ ତ ମିଳିଯିବ କିନ୍ତୁ ତାକୁ ଦେଖି ଯଦି ଅନ୍ୟ କେହି ସେହି ଷ୍ଟଣ୍ଟ କରେ ଆଉ କିଛି ବୁଝିବା ଆଗରୁ ଜୀବନ ଚାଲିଯାଏ ତେବେ ଦୋଷୀ କିଏ ହେବ?
Man riding Whale Shark in Persian Gulf! 🦈 pic.twitter.com/nFMO5MDfJM
— Levandov (@Levandov_1) July 14, 2023
ସୋସିଆଲ ମିଡ଼ିଆରେ ଏମିତି ଅନେକ ଭିଡ଼ିଓ ଭାଇରାଲ ହେଉଛି ସତ। କିନ୍ତୁ ତାହା କେତେ ଦୂର ଠିକ ଅଛି ଆଉ ତାକୁ କରିବା ଦ୍ୱାରା ଜୀବନ ପ୍ରତି ଯେପରି କିଛି ବିପଦ ନଥିବ ତାହାକୁ ଧ୍ୟାନ ରଖିବା ଜରୁରୀ। ଥରେ ଏ ଭିଡ଼ିଓଚ ଦେଖିଲେ ମନରେ ଏ ପ୍ରଶ୍ନ ଆସିବ ଯେ ଏ କିଭଳି ମଣିଷ। ଯିଏ ହ୍ଵିଲର ସ ବାରୀ କରୁଛି। ଆଉ ସମୁଦ୍ର ମଝିରେ ମଜ୍ଜା କରୁଛି। ଏମିତିରେ ସେ ଅନେକ ସମୟ ଧରି ସେହି ହ୍ଵିଲ ଉପରେ ଥିବାର ଆପଣ ଦେଖୁଥିବେ। କିଛି ଅଘଟଣ ଘଟିବା ଆଗରୁ ସେ ସିନା ଚାଲିଆସିଲେ। କିନ୍ତୁ ଆପଣ ଏଭଳି ଭିଡ଼ିଓ ଦେଖି ସତର୍କ ରୁହନ୍ତୁ। ଆଦୌ ଏଭଳି ଷ୍ଟଣ୍ଟ କରନ୍ତୁ ନାହିଁ। ଏମିତିରେ ସେହି ଜୀବକୁ ମଧ୍ୟ କଷ୍ଟ ଲାଗିପାରେ।
ମାନବିକତା ତଥା ନିଜ ବୁଦ୍ଧିର ବ୍ୟବହାର କରନ୍ତୁ। ନଚେତ ଟିକେ ଅନ୍ୟମନସ୍କ ରେ କିଛି ବି ଅଘଟଣ ଘଟିଯାଇପାରେ। ଅନେକ ଲୋକ ଏହାକୁ ନେଇ ସତର୍କ ରହିବାକୁ କମେଣ୍ଟ ମଧ୍ୟ କରିଛନ୍ତି। ତେଣ ୁ ଆପଣ ଏଭଳି ଭୁଲ କେବେ କରନ୍ତୁ ନାହିଁ। ଭିଡ଼ିଓକୁ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ। ଜୀବନର ମୂଲ୍ୟ ବୁଝନ୍ତୁ। ଆମ ପେଜକୁ ଫଲୋ କରନ୍ତୁ। ଦେଶ ଦୁନିଆ ସହ ଜଡ଼ିତ ଏଭଳି ଜରୁରୀ ଖବର ସମ୍ପର୍କରେ ଜାଣିବା ପାଇଁ ଦେଖୁଥାନ୍ତୁ କେନୁ୍ୟୁ ଜ ଓଡ଼ିଶା।