ଏହି ୭ଟି ଭୁଲ ପାଇଁ ଆପଣଙ୍କ ହ୍ଵାଟସଆପ ଆକାଉଣ୍ଟ ବନ୍ଦ ହୋଇପାରେ, ରୁହନ୍ତୁ ସାବଧାନ

ହ୍ଵାଟସଆପ ତରଫରୁ ଆସିଛି ଏକ ବଡ଼ ଘୋଷଣା। ଗତ ଅକ୍ଟୋବର ମାସରେ ଭାରତରେ ୨୦ ଲକ୍ଷରୁ ଉପରୁ ଆକାଉଣ୍ଟକୁ ବ୍ୟାନ କରିଦିଆଯାଇଛି। ଭାରତରେ ଏହାପୂର୍ବରୁ ସର୍ତ୍ତର ଉଲଂଘନ ପାଇଁ ୩୦.୨୭ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଦେଇଥିଲା। ଭାରତରେ ନୂଆ IT ନିୟମ ବା ଇଣ୍ଟରମିଡିଏରୀ ଗାଇଡଲାଇନ୍ସ ଆଣ୍ଡ ଡିଜିଟାଲ ମିଡ଼ିଆ ଏଥିକ୍ସ କୋଡ ଅନୁଯାୟୀ, ହ୍ଵାଟସଆପ ମାସିକ ରିପୋର୍ଟ ଦାୟର କରିବ। ଯେଉଁଥିରେ ୟୁଜର୍ସଙ୍କ ସମସ୍ତ ଅଭିଯୋଗର ଜବାବ ଦିଆଯିବ। ଏହି ଆପ୍‌ ରେ ଫର୍ଜି ବା ମିଛ ଖବର ଭାଇରାଲ ସହ ଅନ୍ୟାନ୍ୟ ଖରାପ କାମର ପ୍ରୋତ୍ସାହନକୁ ରୋକିବା ପାଇଁ କମ୍ପାନୀ ତରଫରୁ ଏଭଳି କଠୋର ନିୟମ ତିଆରି କରାଯାଇଛି।

ଲୋକଙ୍କୁ ଏଥିପାଇଁ ସଚେତନ କରିବା ସହ ସ୍ପାମ ତଥା ଫେକ ମେସେଜରୁ ନିଜକୁ ବଞ୍ଚାଇବା ପାଇଁ କୁହାଯାଇଛି। ହ୍ଵାଟସଆପ ମେସେଜ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପଟେଡ ହୋଇଥିଲେ ମଧ୍ୟ ୟୁଜର୍ସ କିଛି ବି ମନ ଇଚ୍ଛା ସେୟାର କରିପାରିବେ ନାହିଁ। କାରଣ ଏହା ଅନେକ ମେଟା ଡାଟାକୁ ଟ୍ରାକ କରିଥାଏ। ଏହାକୁ ନେଇ କମ୍ପାନୀ ତରଫରୁ ଚେତାବନୀ ଦିଆଯାଇଛି। ଯଦି କେହି ଆପ୍‌ ର Terms of Service କୁ ଉଂଲଘନ କରିବ, ତେବେ ତାଙ୍କ ଆକାଉଣ୍ଟକୁ ବ୍ୟାନ କରିଦିଆଯିବ।

ସର୍ତ୍ତ ଅନୁଯାୟୀ ୟୁଜର୍ସ କେବେ ବି ଏହି ୮ଟି ଭୁଲ କରନ୍ତୁ ନାହିଁ, ନଚେତ ତାଙ୍କ ଆକାଉଣ୍ଟକୁ ବ୍ୟାନ କରିଦିଆଯିବ । ତାଙ୍କ ଆକାଉଣ୍ଟକୁ ଟ୍ରିଗର କରାଯିବ। କିଛି ଅପରାଧରେ ୟୁଜର୍ସ ଉପରେ ଆଇନତଃ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଜାଣି ରଖନ୍ତୁ କେଉଁ ସବୁ ଭୁଲ କରିବେ ନାହିଁ।
– ଯଦି ଆପଣ କାହାର ଫେକ ଆକାଉଣ୍ଟ କରିବେ ତେବେ ଆପଣଙ୍କ ଆକାଉଣ୍ଟକୁ ବ୍ୟାନ କରିଦିଆଯିବ ।
– ଯଦି କୌଣସି ବ୍ୟକ୍ତିି ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ନଥିବ, ଏହାପରେ ବି ଆପଣ ତାଙ୍କୁ ବାରମ୍ବାର ମେସେଜ କରୁଥିବେ , ତେବେ କମ୍ପାନୀ ଆପଣଙ୍କ ଆକାଉଣ୍ଟକୁ ବନ୍ଦ କରିଦେବ।
– ଯଦି ଆପଣ ଥାର୍ଡ ପାର୍ଟି ଆପ୍‌ ମାନେ WhatsApp Delta, GBWhatsApp, WhatsApp Plus ଆଦି ବ୍ୟବହାର କରୁଥାନ୍ତି ତେବେ କମ୍ପାନୀ ଆପଣଙ୍କ ଅରିଜିନାଲ ଆକାଉଣ୍ଟକୁ ବ୍ୟାନ କରିଦେବ।

whatsapp
pc: DNA india

– ଯଦି ଆପଣଙ୍କୁ ବହୁତ ଜଣ ୟୁଜର୍ସ ବ୍ଲକ କରିଛନ୍ତି ତେବେ ମଧ୍ୟ କମ୍ପାନୀ ଆପଣଙ୍କ ଆକାଉଣ୍ଟକୁ ବ୍ୟାନ କରିଦେବ।
– ଯଦି ଅଧିକ ଲୋକ ଆପଣଙ୍କ ଆକାଉଣ୍ଟକୁ ରିପୋର୍ଟ ମାରନ୍ତି ତେବେ ମଧ୍ୟ ଆପଣଙ୍କ ଆକାଉଣ୍ଟ ବ୍ଲକ ହୋଇଯିବ।
– ଯଦି ଆପଣ ୟୁଜର୍ସଙ୍କୁ ମାଲେଓ୍ଵର ବା ଫିସିଙ୍ଗ ମାନେ ଫେକ ମେସେଜ ପଠାନ୍ତି, ତେବେ ଆକାଉଣ୍ଟ ବନ୍ଦ ହୋଇଯିବ।
– ଅଶ୍ଳୀଳ ମେସେଜ, ମାନହାନିକାରକ ସନ୍ଦେଶ କିମ୍ବା କୌଣସି ହିଂସାତ୍ମକ ମେସେଜ ପଠାଇଲେ କମ୍ପାନୀ ଆଇନତଃ କାର୍ଯ୍ୟାନୁଷ୍ଠାନ କରି ବ୍ୟକ୍ତିର ଆକାଉଣ୍ଟକୁ ସବୁଦିନ ପାଇଁ ବ୍ଲକ କରିଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.