ଆଜି ଲଞ୍ଚ ହେବ ନୋକିଆର ନୂଆ ସ୍ମାର୍ଟଫୋନ୍‌, ଜାଣନ୍ତୁ କ’ଣ ରହିଛି ଫିଚର

HMD ଗ୍ଲୋବାଲ ଆଜି IFA ୨୦୧୯ରେ ନିଜ ଡେବ୍ୟୁ ପାଇଁ ପ୍ରସ୍ତୁତି ଚଳାଇଛି। ଚଳିତବର୍ଷ ଆରମ୍ଭରେ ହୋଇଥିବା MWC ୨୦୧୯ ଇଭେଣ୍ଟ ଭଳି ଆଜିର ଇଭେଣ୍ଟରେ HMD ଦ୍ୱାରା କେତେକ ନୂଆ ନୋକିଆ ଫୋନ୍‌ର ଲଞ୍ଚ କରାଯିବ। ନୋକିଆର ଏହି ଇଭେଣ୍ଟ ଅପରାହ୍ନ ୪ଟାରେ ଆରମ୍ଭ ହେବ। ଭାରତରେ ଏହାର ଲାଇଭ ଷ୍ଟ୍ରିମିଂ ସନ୍ଧ୍ୟା ୭.୩୦ରେ ନୋକିଆର ଅଫିସିଆଲ ଫେସ୍‌ବୁକ ପେଜ୍‌ରେ ଦେଖି ହେବ।

ଏହି ଇଭେଣ୍ଟରେ ନୋକିଆ ୭.୨ ଏବଂ ନୋକିଆ ୬.୨ ସ୍ମାର୍ଟଫୋନ୍‌ ଲଞ୍ଚ ହେବ। ଏଥିସହ ଏକ କେତେକ ନୂତନ ଫିଚର ମଧ୍ୟ ଲଞ୍ଚ ହେବା ସମ୍ଭାବନା ରହିଛି। ରିପୋର୍ଟ ମୁତାବକ, HMD ଗ୍ଲୋବାଲ ଦ୍ୱାରା ନୋକିଆର ୭.୧ ଏବଂ ୬.୧ର ଅପଗ୍ରେଡ୍‌ ଭର୍ସନକୁ ଆଜି ଲଞ୍ଚ କରାଯିବ। ଏହି ମିଡ୍‌ରେଞ୍ଜ ସ୍ମାର୍ଟଫୋନ୍‌ର ନାଁ ନୋକିଆ ୬.୨ ଏବଂ ୭.୨ ରହିଛି। ପୁରୁଣା ମଡେଲ ତୁଳନାରେ ଏଥିରେ ନୂଆ ଡିଜାଇନ୍‌ ଏବଂ ହାର୍ଡେଓ୍ଵୟାର ମିଳିବ।

ଏହି ସ୍ମାର୍ଟଫୋନ୍‌ର ରିୟରରେ ସର୍କୁଲାର କ୍ୟାମେରା ମଡ୍ୟୁଲ୍‌ ଦିଆଯାଇଛି। ଏହି ସର୍କୁଲାର ମଡ୍ୟୁଲ୍‌ରେ ଟ୍ରିପଲ କ୍ୟାମେରା ରହିଛି। ଏଥିରେ ୪୮MPର ପ୍ରାଇମେରୀ କ୍ୟାମେରା ସହ ଓ୍ଵାଟରଡ୍ରପ୍‌ ଭଳି ଅତ୍ୟାଧୁନିକ ଫିଚର ଥିବା ଅନ୍ୟ ଏକ ସୂତ୍ରରୁ ଜଣାଯାଇଛି। ଆଜି ଲଞ୍ଚ ଅବସରରେ ଏହାର ଦାମ୍‌ ଏବଂ ଅନ୍ୟ ସ୍ପେସିଫିକେସନ୍‌ ସମ୍ପର୍କରେ ଘୋଷଣା କରାଯିବ।

ଏହାସହ ପଢ଼ନ୍ତୁ: ମାତ୍ର ୬୯୯୯ ଟଙ୍କାରେ ପାଆନ୍ତୁ ତିନିଟି କ୍ୟାମେରା ଥିବା ସ୍ମାର୍ଟଫୋନ୍‌

ତେବେ ଚଳିତ ମାସ ୧୧ ତାରିଖରେ ନୋକିଆ ୭.୨ ଏବଂ ୬.୨ ସହ କିଛି ନୂଆ ଫିଚର ମଧ୍ୟ ଲଞ୍ଚ କରିବା ନେଇ ଯୋଜନା କରୁଛି। ଲଞ୍ଚ ଇଭେଣ୍ଟ ପାଇଁ HMD ନିମନ୍ତ୍ରଣ ମଧ୍ୟ ପଠାଇସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.