ଜାଣନ୍ତୁ କାହା ପ୍ରେମରେ ପଡ଼ିଛନ୍ତି ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ୍
ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ୍ ସେଟ୍ଟୀ ଖୁବ୍ଶୀଘ୍ର ବଲିଉଡ୍ରେ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି। ହେଲେ ତା’ ପୂର୍ବରୁ ସେ ଚର୍ଚ୍ଚାରେ ରହିଛନ୍ତି। ନିଜର ଲଭ୍ ଲାଇଫ୍କୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି ଆହାନ୍। ଫ୍ୟାଶନ୍ ଡିଜାଇନର୍ ତାନ୍ୟା ଶ୍ରଫ୍ଙ୍କୁ ଡେଟ୍ କରୁଛନ୍ତି ଆହାନ୍। ଅନେକ ସମୟରେ ଏ ଦୁହିଁଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି। ଏପରିକି ଆହାନ୍ ଙ୍କ ଫିଲ୍ମର ମହୁରତ୍ ଅବସରରେ ମଧ୍ୟ ତାନ୍ୟା ଉପସ୍ଥିତ ଥିଲେ।
ତାନ୍ୟା ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ୍ କରିବା ପରେ ସେମାନେ ପରସ୍ପରକୁ ଡେଟ୍ କରୁଥିବା କଥା ସାମ୍ନାକୁ ଆସିଥିଲା। ତାନ୍ୟା ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ପୋଷ୍ଟ୍ କରି ‘my rock’ ଲେଖିଥିଲେ। ଏହି ଫଟୋରେ ଆହାନ୍ ସେ ଥିଲେ। ଏହି ପୋଷ୍ଟ୍ ଉପରେ ପ୍ରତିକ୍ରିୟା ଦେଇ ଆହାନ୍ ଲେଖିଥିଲେ, ‘ଆଇ ଲଭ୍ ୟୁ’।
ସୂଚନା ଅନୁଯାୟୀ, ଆହାନ୍ ଓ ତାନ୍ୟା ଛୁଟି କାଟିବାକୁ ଗ୍ରୀସ୍, ଇଟାଲୀ ଓ ଫ୍ରାନ୍ସ ଯାଇଛନ୍ତି। କିଛି ଦିନ ପୂର୍ବରୁ ହିଁ ଏହି କପଲ୍ଙ୍କର ଫଟୋ ଭାଇରାଲ୍ ହୋଇଥିଲା।
ଏହାସହ ପଢନ୍ତୁ: ଫିଲ୍ମ ‘ପୃଥ୍ଵୀରାଜ୍ ଚୌହାନ୍’ ରେ ଅଭିନୟ କରିବେ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର, ଜାଣନ୍ତୁ କେଉଁ ଚରିତ୍ରରେ ଆସିବେ…
ଛୁଟି କାଟି ଫେରିବା ପରେ ଆହାନ୍ ନିର୍ଦ୍ଦେଶକ ମିଲନ ଲୁଥାରିଆଙ୍କ ଫିଲ୍ମ ‘ତଡ଼ପ୍’ର ଶୁଟିଂ ଆରମ୍ଭ କରିବେ। ଏହି ଫିଲ୍ମଟି ତେଲୁଗୁ ହିଟ୍ ଫିଲ୍ମ ‘ଆର୍ଏକ୍ସ-୧୦୦’ର ହିନ୍ଦୀ ରିମେକ୍।