Below header

ନୂଆ ବର୍ଷରେ iPhone ଉପରେ ବମ୍ପର ଅଫର, ମିଳୁଛି ୯ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି

ଅନଲାଇନ ମାର୍କେଟିଙ୍ଗ ସାଇଟ “ଫ୍ଲିପ କାର୍ଟ” ର ଇଲେକ୍ଟ୍ରୋନିକ୍ସ ସେଲ ଆଜିଠାରୁ ଆରମ୍ଭ ହେଉଛି । ଦୁଇ ଦିନ ଅର୍ଥାତ ଡିସେମ୍ବର ୨୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେଲରେ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଆଇଟମ ସହ ଲୋକପ୍ରିୟ ସ୍ମାର୍ଟଫୋନ ଉପରେ ଧମକାଦାର ଅଫର ମିଳୁଛି । ଆଇଆଇସିଆଇ ବ୍ୟାଙ୍କ କାର୍ଡରୁ ସପିଙ୍ଗ କଲେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଏକ୍ସଟ୍ରା ଡ଼ିସକାଉଣ୍ଟ ବି ମିଳିପାରିବ । ଯଦି ଆପଣ ନୂଆ ବର୍ଷରେ ନିଜ ପସନ୍ଦର ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତାହେଲେ ତୁରନ୍ତ ଏହି ଅଫରର ଲାଭ ଉଠାନ୍ତୁ । ତେବେ ଆସନ୍ତୁ ଲାଗୁ ହେଉଥିବା ଏହି ବେଷ୍ଟ ଅଫର ବିଷୟରେ ଜାଣି ରଖିବା:

iPhone XR ଡ଼ିସକାଉଣ୍ଟ:

ଏହି ସେଲରେ ଆଇଫୋନ ୩୮ ହଜାର ୯୯୯ ଟଙ୍କାରେ କିଣା ଯାଇପାରିବ । ଯେବେକି ଏହାର ସାଧାରଣ ମୂଲ୍ୟ ୪୭ ହଜାର ୯୦୦ ଟଙ୍କା । ଫୋନକୁ ଏକ୍ସଚେଞ୍ଜ ଅଫରରେ କିଣିଲେ ୧୩ ହଜାର ଟଙ୍କା ପର୍ଯ୍ୟନ୍ତର ରିହାତି ମିଳିପାରିବ ।

iphone

iPhone 11 Pro ଉପରେ ଡ଼ିସକାଉଣ୍ଟ:

ଫ୍ଲିପକାର୍ଟ ଇଲେକ୍ଟ୍ରୋନିକ୍ସ ସେଲରେ ଏହି ଫୋନରେ ଆପଣ ୨୦ ହଜାର ଟଙ୍କା ପର୍ଯ୍ୟନ୍ତର ରିହାତି ସହ ୭୯ ହଜାର ୯୯୯ ଟଙ୍କାରେ କିଣିପାରିବେ । ଯେବେକି ବିନା ଅଫରରେ ଏହାର ମୂଲ୍ୟ ୯୯ ହଜାର ୯୯୯ ଟଙ୍କା ଥିଲା । ଫୋନଟିକୁ ଏକ୍ସଚେଞ୍ଜ ଅଫରରେ ୨୬ ହଜାର ୬୦୧ ଅଫରରେ କିଣା ଯାଇପାରିବ ।

Moto G 5G ରେ ଡ଼ିସକାଉଣ୍ଟ :

Motorola ର ଏହି 5G ସ୍ମାର୍ଟଫୋନରେ ଧମାକା ଦାର ଅଫର ମିଳୁଛି । ଏହି ଫୋନଟି ୨୦ ହଜାର ୯୯୯ ଟଙ୍କା ପ୍ରାଇସ ଟ୍ୟାଗ ସହ ଲଞ୍ଚ ହୋଇଥିବା ବେଳେ କିନ୍ତୁ ସେଲରେ ଗ୍ରାହକଙ୍କୁ ଏହା ୧୯ ହଜାର ୯୯୯ ଟଙ୍କାରେ ମିଳିଯାଇପାରିବ । ଟ୍ରିପଲ ରିୟର କ୍ୟାମେରା ସେଟଅପ ସହ ସ୍ନାପଡ୍ରାଗନ 750G ପ୍ରସେସର ଠାରୁ କମ ମୂଲ୍ୟରେ କିଣାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.