ବିରକ୍ତ କରୁଥିଲା ବୋଲି ଆଈମାକୁ ହେମଦସ୍ତା ବାଡ଼ିରେ ଛେଚି ହତ୍ୟା କଲା ନାବାଳିକା ନାତୁଣୀ

ଭଦ୍ରକ: ଆଈମା ନାତୁଣୀ ସହ ସବୁବେଳେ ଝଗଡା କରୁଥିବାରୁ, ଆଈମାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲା ନାବାଳିକା ନାତୁଣୀ। ଆଇମାକୁ ହେମଦସ୍ତା ବାଡ଼ିରେ ଛେଚି ଛେଚି ହତ୍ୟା କଲା ନାବାଳିକା ନାତୁଣୀ। ମାରି ସାରିବା  ପରେ ପୋଲିସ ଏବଂ ଗ୍ରାମବାସୀଙ୍କ ସମ୍ମୁଖରେ ନିଜେ ହତ୍ୟା କରିଥିବା ଘଟଣା ସ୍ୱୀକାର କରିଛି ନାବାଳିକା ଜଣକ।

ଏମିତି ଲୋମହର୍ଷଣକାରୀ  ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ନପଙ୍ଗ ଗାଁରେ । ସୂଚନା ଅନୁଯାୟୀ ନପଙ୍ଗ ଗାଁର ଶଶୀ ଦାସଙ୍କ ସହ ତାଙ୍କ ନାବାଳିକା ନାତୁଣୀ ରହୁଥିଲେ । ଅଧିକାଂଶ ସମୟରେ ଆଇ ଓ ନାତୁଣୀଙ୍କ ମଧ୍ୟ ଝଗଡା ହେଉଥିଲା । ଗତକାଲି ରାତିରେ ମଧ୍ୟ ଝଗଡା ହୋଇଥିଲା ଓ ପରେ ଦୁଇ ଜଣ ଗୋଟିଏ ରୁମରେ ଶୋଇଥିଲେ ।

ବିଳମ୍ବିତ ରାତି  ସମୟରେ ନାବାଳିକା ଜଣକ ଚିତ୍କାର କରିଥିଲେ । ନାବାଳିକା ଜଣକର ଚିତ୍କାର ଶୁଣି, ପରିବାର ଲୋକେ ଉଠି ଯାଇ ଦେଖିଥିଲେ ଯେ ବୃଦ୍ଧା ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି । ଏହି ଘଟଣା ନେଇ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକ ଓ ଗ୍ରାମବାସୀ। ଭଣ୍ଡାରିପୋଖରୀ ପୋଲିସ ଯାଇ ନାବାଳିକାଙ୍କୁ ଅଟକ ରଖିଛି । ତେବେ ନାବାଳିକା ଜଣକ ହେମଦସ୍ତା ବାଡ଼ିରେ ପିଟି ହତ୍ୟା କରିଥିବା ସ୍ୱୀକାର କରିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.