ଆଜିବି ବ୍ଯବହାର ହେଉଛି ଅଢା,ଗଉଣୀ,ସୋଲା: ଜାଣନ୍ତୁ ଏହି ତୁମ୍ବ କାରିଗରଙ୍କ ଜୀବିକା ଏବଂ ଏହାର ଚାହିଦା ବିଷୟରେ

ଗଞ୍ଜାମ: ବଦଳୁଛୁ ଯୁଗ ତା ସାଙ୍ଗକୁ ବଦଳିବାରେ ଲାଗିଛି ଆମ ଚାଲି ଚଳଣି । ସମୟ ସହିତ ତାଳ ଦେଇ ଆଧୁନିକତାକୁ ଗ୍ରହଣ କରିଛନ୍ତି ଆମେ। ତଥାପି ଆଜି ବି ପୂର୍ବ କାଳର ଏମିତି କିଛି ସାମଗ୍ରୀକୁ ବ୍ଯବହାର କରୁଛନ୍ତି ଲୋକେ। ତାଭିତରେ ଅଢା,ଗଉଣୀ,ସୋଲା ଅନ୍ଯତମ । ଏହାର ଚାହିଦା କେଉଁ ପୂର୍ବ ପୁରୁଷରୁ ରହିଆସିଛି । ଆଗ କାଳରେ ଲୋକ ମାନେ ଧାନ ,ମାଣ୍ଡିଆ ,ସୋରିଷ ,ବିରି ,ମୁଗ ଇତ୍ୟାଦି ଶସ୍ୟ ଅଡା ,ଗଉଣୀରେ ମାପି କାରବାର କରୁଥିଲେ । ଏପରିକି ପରିବାରରେ ଶାଶୁ ବୋହୁକୁ ଅଡା ,ଗଉଣୀରେ ଚାଉଳ ମାପି ରୋଷେଇ ପାଇ ଦେଉଥିଲେ । କିନ୍ତୁ ଯୁଗର ପରିବର୍ତନରେ ତାହା ବନ୍ଦ ହେବାକୁ ବସିଲାଣି ।
ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବନ୍ଧାଗୋଛା ଗ୍ରାମରେ ୨୫ରୁ ଅଧିକ ପରିବାର ଅଡା ,ଗଉଣୀ ,ସୋଲା ତିଆରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ଜଙ୍ଗଲ ଯାଇ କାଠ ସଂଗ୍ରହ କରି ଆଣିବା ପରେ ସେସବୁକୁ ଖଣ୍ଡ ଖଣ୍ଡ କରିଥାନ୍ତି । ତାହାକୁ ପୁଣି ନିହଣ ମୁନରେ କାଟିଥାନ୍ତି । ଦିନ ସାରା ହାତୁଡିରେ ବାଡାଇ ବାଡାଇ ତୁମ୍ବ ପ୍ରସ୍ତୁତ କରିଥାନ୍ତି । ତୁମ୍ବ କୁ ଚିକନ କରିବା ପାଇ ପାଖରେ ନୂତନ ସରଞ୍ଜାମ ନଥିବା ଯୋଗୁ ସାଇକେଲ ବୁଲାଇ ତାର ଚକରେ ଚିକଣ କରିଥାନ୍ତି ।
ଦିନ ସାରା ବାଡେଇ ଦୁଇ ଗୋଟି ତୁମ୍ବ ତିଆରି କରିଥାନ୍ତି । ସେଥିରେ ତିନି ସହ ରୁ ଚାରି ସହ ଟଙ୍କା ରୋଜଗାର କରିଥାନ୍ତି । ସେଥିରେ ବହୁ କଷ୍ଟରେ ଚଳେ ସେମାନଙ୍କ ପରିବାର। ସରକାରଙ୍କ ତରଫରୁ ଚାଉଳ ମିଳୁଛି ଏହି ଟଙ୍କା ରେ ଅନ୍ୟ ସାମଗ୍ରୀ କିଣି ଦୁଃଖ କଷ୍ଟରେ ଚଳିଯାନ୍ତି। ରୋଜଗାର କମ୍ ହେଉଥିଲେ ମଧ୍ଯ ବାପା ଜେଜେବାପା ଅମଳରୁ ଏହି କାମକୁ ଆପଣେଇ ନେଇଥିବା କହିଛନ୍ତି କାରିଗର ।
ଏହି ଅଡା ଗଉଣୀର ଚାହିଦା ବର୍ତମାନ ଆଧୁନିକ ଯୁଗରେ କମିଗଲାଣି କାରଣ ଯନ୍ତ୍ରପାତିରେ ଚାଷି ପୁଅ କାମ କଲାଣି । କିଛି ପରିବାର ଏହାକୁ ବ୍ୟବହାର କରୁଛନ୍ତି କାରଣ ଏହି ଗଉଣୀ ଲକ୍ଷ୍ମୀଙ୍କର ଅଂଶ। ଏହାକୁ ମାର୍ଗଶିର ମାସରେ ପୂଜା କରାଯାଏ ଧୂପ ଦୀପ ଦୂବ ଚାଉଳ ଦେଇ ପୂଜା କରାଯାଏ । ତେବେ ବାପା ଅମଳରୁ ଏହାର ବ୍ୟବହାର କରି ଆସୁଥିବାବେଳେ ଆମ ପରେ ଏହା ଲୋପ ପାଇଯିବ ବୋଲି କହିଛନ୍ତି କିଛି ଜମିଦାର ଲୋକେ।