ମାନର୍ସ ଲାବୁଶେନଙ୍କୁ ଆଉଟ କରି କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଓ୍ଵିକେଟ ହାସଲ କଲେ ଯୁବ ଖେଳାଳି ମହମ୍ମଦ ଶିରାଜ

ମେଲବର୍ଣ୍ଣ: ମେଲବୋର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ । ଟସ ଜିତି ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଟିମ ପ୍ରାରମ୍ଭିକ ସ୍ତରରେ କିଛିଟା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଭାରତ ପକ୍ଷରୁ ଅଶ୍ମୀନ ଓ ବୁମରା ୨ଟି ଲେଖାଏଁ ଓ୍ଵିକେଟ ନେଇଛନ୍ତି । ପ୍ରଥମେ ବ୍ୟାଟିଂଙ୍ଗ କରୁଥିବା ଅଷ୍ଟ୍ରେଲିଆ ଦଳ ଏଯାବତ ୭ ଓ୍ଵିକେଟ ହରାଇ ୬୪ ଵଲରେ ୧୫୬ ରନ ହାସଲ କରି ପାରିଛନ୍ତି । କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଓ୍ଵିକେଟ ହାସଲ କଲେ ମହମ୍ମଦ ଶିରାଜ । ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଭାବେ ଜଣା ମାନର୍ସ ଲାବୁଶେନଙ୍କୁ ଆଉଟ କରି ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଓ୍ଵିକେଟ ହାସଲ କରିଛନ୍ତି । କହିରଖିବା ଉଚିତ ହେବକି, ଓପନର ସ୍ମିଥ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ।

ବକ୍ସିଂ ଡେ’ ଟେଷ୍ଟ ପାଇଁ ପ୍ଲେଇଂ ଇଲେଭେନରେ ବ୍ୟାପକ ପରିବର୍ତ୍ତନ କରିଛି ଟିମ ଇଣ୍ଡିଆ । ଅଷ୍ଟେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିଛନ୍ତି ଶୁଭମନ ଗିଲ ଓ ଦ୍ରୁତ ବୋଲର ମହମ୍ମଦ ସିରାଜ । ରିଦ୍ଧିମାନ ଶାହାଙ୍କ ସ୍ଥାନରେ ରିଷବ ପନ୍ତ ଓ୍ଵିକେଟ କିପିଂ ଦାୟିତ୍ୱ ତୁଲାଉଛନ୍ତି । ପ୍ରଥମ ଟେଷ୍ଟରେ କଙ୍ଗାରୁ ଦଳ ଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଟିମ ଇଣ୍ଡିଆ । ୪ ଟିକିଆ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ଅଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.