ଭାରତୀୟ ବଜାରରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Nokia 5.3, ଜାଣିରଖନ୍ତୁ କଣ ରହିଛି ଏହାର ସ୍ପେଶାଲ ଫିଚର

ବିଶ୍ୱ ସ୍ତରରେ ନୋକିଆର ପେରେଣ୍ଟ କମ୍ପାନୀ ଭାବେ ଜଣା ଏଚଏମ୍ଡି ଗ୍ଲୋବାଲ ସୂଚନା ଦେଇଛିକି, ଖୁବଶୀଘ୍ର କମ୍ପାନୀ Nokia 5.3 ସେଟ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି । ଜାରି ହୋଇଥିବା ଏକ ଖବର ଅନୁଯାୟୀ କମ୍ପାନୀ ଆସନ୍ତା ଅଗଷ୍ଟ ୨୫ ତାରିଖରେ ଏକ ଭରଚୁଆଲ ମିଟିଙ୍ଗ ମାଧ୍ୟମରେ ଏହାକୁ ଲଞ୍ଚ କରିବା ନେଇ ଯୋଜନା ରଖିଛି ଏଚଏମ୍ଡି ଗ୍ଲୋବାଲ ଭାରତରେ ଚଳିତ ବର୍ଷ ଜୁନରେ ନୋକିଆ ଫୋନ ଲଞ୍ଚ କରିଥିଲା ଏହି ଫୋନ ନୋକିଆ କ୍ଲାସିକ ଶ୍ରେଣୀର ହୋଇଥିବା ବେଳେ ଏଥିରେ ନୋକିଆ ୧୦୫ ଓ ନୋକିଆ ୩୩୧୦ ଫିଚର ମାନ ବି ସାମିଲ ଅଛି

Nokia 5.3 is coming to India soon, check top features, key specs, and more

ଏଚଏମ୍ଡି ଗ୍ଲୋବାଲ କମ୍ପାନୀ ନୋକିଆ 5.3କୁ ପୂର୍ବରୁ ହିଁ ୟୁରୋପ ବଜାରରେ ଲଞ୍ଚ କରି ସାରିଛି ୟୁରୋପୀୟ ବଜାରରେ ଏହି ସ୍ମାର୍ଟଫୋନର ଦର ୧୮୯ ୟୁରୋ ରଖାଯାଇଥିବା ବେଳେ ଯାହାର ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ୧୫,୨୦୦ ଟଙ୍କା ପାଖାପାଖି ହେବ ବୋଲି ଜଣାଯାଇଛି କିନ୍ତୁ ଭାରତୀୟ ବଜାରରେ ଏହାର ଦର ଅପେକ୍ଷାକୃତ କମ ରହିବ ବୋଲି ଆଶା କରାଯାଉଛି ସ୍ପେସିଫିକେସନ ଦୃଷ୍ଟିରୁ ଦେଖିଲେ ଏହି ଫୋନରେ ୬.୫୫ଇଂଚର ଏଚଡ଼ି+ ଡିଷ୍ପ୍ଲେ ସୁବିଧା ମିଳିପାରିବ

ଫୋଟୋଗ୍ରାଫି ପାଇଁ ନୋକିଆର ଏହି ଫୋନରେ କୱାଡ କ୍ୟାମେରା ସେଟଅପ, ୧୩ ମେଗା ପିକଶଲ, ୨ ମେଗା ପିକଶଲ, ୨ ମେଗା ପିକଶଲର ଡେ଼ପଥ ସେନ୍ସର, ୫ ମେଗା ପିକସଲର ଅଲଟ୍ରା ଵାଇଣ୍ଡ ଆଙ୍ଗଲ ଲେନ୍ସ ଓ ୨ ମେଗା ପିକସାଲର ମାଇକ୍ରୋ ସେନ୍ସର ସୁବିଧା ମଧ୍ୟ ମିଳିଯିବ ସେଲ୍ଫି ପାଇଁ ଫ୍ରଣ୍ଟରେ ୮ ମେଗା ପିକସଲର କ୍ୟାମେରା ସୁବିଧା ମଧ୍ୟ ରହିଛି ଏସବୁ ବ୍ୟତୀତ ନୋକିଆ 5.3ରେ 4000mAhର AI ଆଶିଷ୍ଟଟେଡ଼ ଅଡ଼ପିଟବ ବ୍ୟାଟେରୀର ସୁବିଧା ବି ରହିଛି ଏହାସହ ଏହି ଫୋନରେ ୟୁଜର ମାନଙ୍କୁ ଆଣ୍ଡ୍ରଏଡ଼ 10 ସପୋର୍ଟ ବି ମିଳି ଯାଇପାରିବ ନୋକିଆର ଏହି ସାନଦାର ଏହି ଫୋନ ସିୟାନ, ସେଣ୍ଡ, ଚାରକୋଲ କଲର ମାନଙ୍କରେ ଉପଲବ୍ଧ ହେବ ବୋଲି ଜଣାଯାଇଛି
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.