ସୁଶାନ୍ତଙ୍କ ଭାଇଙ୍କର ବଡ ବୟାନ, ସାକ୍ଷୀ ମାନଙ୍କର କରାଯାଇ ପାରେ ହତ୍ୟା; ମିଳୁଛି ଧମକ

ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଚାଲିଛି ଏବଂ ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜାରି ରହିଛି । ତେବେ ଏହା ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ ଭାଇ ନୀରଜ ବାବଲୁ ଏକ ବଡ଼ ବୟାନ ଦେଇଛନ୍ତି ।

ମୁମ୍ବାଇ ପୋଲିସକୁ ଟାର୍ଗେଟ କରି ନୀରଜ ବାବଲୁ କହିଛନ୍ତି ଯେ ମୁମ୍ବାଇ ପୋଲିସ ଏଫଆଇଆର ରୁଜୁ କରିନାହିଁ। ପୋଲିସର ଚେହେରା ସାମ୍ନାକୁ ଆସିଛି ତାସହିତ ସାକ୍ଷୀମାନଙ୍କୁ ମଧ୍ୟ ଧମକ ଦିଆଯାଉଛି ବୋଲି ସେ କହିଛନ୍ତି । ସେମାନଙ୍କୁ ସୁରକ୍ଷା ଦିଆଯାଉ ନାହିଁ । ଏପରି ସମୟ ନଆସୁ ଯେତେବେଳେ ସାକ୍ଷୀମାନଙ୍କୁ ହତ୍ୟା କରିଦିଆଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେପରି ଭାବେ ସବୁକଥା ବାହାରକୁ ଆସୁଛି ଲାଗୁଛି ସାକ୍ଷୀମାନଙ୍କୁ ହତ୍ୟା କରାଯାଇପାରେ । ଆମେ ଦାବି କରୁଛୁ ଯେ ସାକ୍ଷୀମାନଙ୍କୁ ପୋଲିସର ସୁରକ୍ଷା ଦିଆଯାଉ ।

ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସନ୍ଦୀପଙ୍କୁ ପଚାରିବାରୁ ସେ କହିଛନ୍ତି, ‘ମୃତଦେହକୁ ନେଇଥିବା ବ୍ୟକ୍ତି ସବୁଠାରୁ ଅଧିକ ସନ୍ଦେହ ଘେରରେ ଅଛନ୍ତି । ତାଙ୍କୁ ଅଧିକ କଡା ଜେରା କରାଯିବା ଉଚିତ୍ । ବର୍ତ୍ତମାନ ପର୍ଯ୍ୟନ୍ତ ଘରୋଇ କର୍ମଚାରୀଙ୍କୁ ପଚରାଉଚୁରା କରାଯାଇ ନାହିଁ । ଏପରିକି ତାଙ୍କୁ ହେପାଜତରେ ମଧ୍ୟ ନିଆଯାଇନାହିଁ । ଆହୁରି ମଧ୍ୟ ସୁଶାନ୍ତଙ୍କ ବିଷୟରେ ନୀରଜ ବାବଲୁ କହିଛନ୍ତି ଯେ ‘ମୁଁ କହୁଛି ମୋ ଭାଇଙ୍କୁ ହତ୍ୟା କରାଯାଇଛି । ତାଙ୍କ ଗଳା ଦବାଇ ହତ୍ୟା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.