Below header

ଏପ୍ରିଲ ଠାରୁ ଏପର୍ଯ୍ୟନ୍ତ ୧.୮୯ କୋଟି ହରାଇଲେଣି ଚାକିରି, ଜୁଲାଇରେ ୫୦ ଲକ୍ଷ ହେଲେଣି ବେରୋଜଗାର

କରୋନା ମହାମାରୀ ଯୋଗୁଁ ସବୁକ୍ଷେତ୍ର ପ୍ରଭାବିତ ହୋଇଛି। ଅନେକ ଲୋକଙ୍କ ଜୀବନ ଜୀବିକା ବହୁତ ପ୍ରଭାବିତ ହୋଇଛି।ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ କୃଷି ଓ ନିର୍ମାଣ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଛି । କାହାର ଚାକିରି ଚାଲିଯାଇଛି ତ ଆଉ କିଏ ପରିବାରକୁ ହରାଇଛି। ଏପରି ସ୍ଥଳେ କୋଟି କୋଟି ଲୋକ ଚାକିରି ହରାଇଛନ୍ତି। ଆଉ ଯେଉଁମାନେ ଚାକିରି କରୁଛନ୍ତି, ସେମାନଙ୍କ ଦରମା ଅନେକ ପ୍ରତିଶତ କାଟ୍‌ ହୋଇଛି।

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି(CMIE) ଅନୁସାରେ, ଲକଡାଉନ ସମୟରେ ଏପ୍ରିଲରୁ ଏପର୍ଯ୍ୟନ୍ତ ୧.୮୯ କୋଟି ଲୋକ ଚାକିରି ହରାଇଛନ୍ତି। ସେ ଭିତରୁ କେବଳ ଜୁଲାଇରେ ୫୦ ଲକ୍ଷ ଲୋକଙ୍କ ଚାକିରି ଯାଇଛି । ପୂର୍ବରୁ ମେ’ରେ ଏକ ଲକ୍ଷ ବେତନଭୋଗୀ ଚାକିରିଆ କର୍ମନିଯୁକ୍ତି ହରାଇଥିଲେ । ବେତନଭୋଗୀମାନେ ଚାକିରି ହରାଇବା ପରେ ପୁଣି କର୍ମନିଯୁକ୍ତି ପାଇବା କଷ୍ଟକର । ଏଥିପାଇଁ ଏତେ ସଂଖ୍ୟକ ଲୋକ ଚାକିରି ହରାଇବା ଚିନ୍ତାର ବିଷୟ ବୋଲି କହିଛନ୍ତି CMIE ସିଇଓ ମହେଶ ବ୍ୟାସ ।

55

ସେହିପରି ଏପ୍ରିଲରୁ ଏଯାଏ ୬୮ ଲକ୍ଷରୁ ଅଧିକ ଦିନ ମଜୁରିଆ ମଧ୍ୟ କାମଧନ୍ଦା ହରାଇଛନ୍ତି । କରୋନା ପାଇଁ କଟକଣା ଯୋଗୁ ବିଭିନ୍ନ କଂପାନୀ, ଶିଳ୍ପ ସଂସ୍ଥା ବନ୍ଦ ରହିଛି । କରୋନା କାଳରେ ଅନେକ କମ୍ପାନୀ କର୍ମଚାରୀଙ୍କ ବେତନ କଟିଛି। ଆଉ କେଉଁ ସ୍ଥାନରେ କର୍ମଚାରୀଙ୍କୁ ବିନା କାରଣରେ ଛଟେଇ କରିଦିଆଯାଇଛି। ଏଥିପାଇଁ ବିଭିନ୍ନ କଂପାନୀ ଛଟେଇ, ଦରମା କାଟ୍ ଓ କାମ ନାହିଁ ତ ଦରମା ନାହିଁ ଆଦି ଲାଗୁ କରିଛନ୍ତି । ମହାମାରୀରେ ପ୍ରଭାବିତ ଶିଳ୍ପ କ୍ଷେତ୍ରର ପୁନରୁଦ୍ଧାର ଓ ସମୂହ ଛଟେଇକୁ ଏଡ଼ାଇବା ପାଇଁ ସରକାରୀ ସହାୟତା ପାଇଁ ଅର୍ଥନୀତି ବିଶାରଦମାନେ ଦାବି ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.