ଖୁବଶୀଘ୍ର ଦେଶରେ ଲଞ୍ଚ ହେବ Nokia X20 5G ସ୍ମାର୍ଟଫୋନ, ରହିଛି ଜବରଦସ୍ତ ଫିଚର୍ସ

ସାମସଙ୍ଗ, ଜିଓମି ଏବଂ ଅନ୍ୟ ୫ଜି ଫୋନକୁ ଟକ୍କର ଦେବା ପାଇଁ ସ୍ମାର୍ଟଫୋନ କମ୍ପାନୀ ନୋକିଆ ଖୁବ ଶୀଘ୍ର ଭାରତରେ ନିଜର ଶାନଦାର ମଡେଲ ଲଞ୍ଚ କରିବାକୁ ଯାଉଛି । ନୋକିଆ ପକ୍ଷରୁ 5G ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି ଯାହା ଗ୍ରାହକଙ୍କ ମନକୁ ଆକର୍ଷିତ କରିପାରିବ ବୋଲି ଆଶା ଅଛି। ଏହି ମଡେଲର ନାମ Nokia X20 ରହିଛି ।

ତେବେ ବର୍ଷ ଆରମ୍ଭରେ ଏହି ଫୋନ ୟୁରୋପ ଏବଂ ଅନ୍ୟ ଦେଶରେ ଲଞ୍ଚ ହୋଇଥିଲା । ଏହାପରେ HMD ଗ୍ଲୋବାଲ ଭାରତରେ ନିଜର ସ୍ମାର୍ଟଫୋନ ପୋର୍ଟଫୋଲିଓର ବଡ଼ ବିସ୍ତାର କରିବା ପାଇଁ କମ୍ପାନୀ ପକ୍ଷରୁ ଯୋଜନା ରହିଛି । କମ୍ପାନୀ ପକ୍ଷରୁ Nokia X20 ଓ Nokia X10 ସ୍ମାର୍ଟଫୋନ ସେଗମେଣ୍ଟ ଖୁବ ଶୀଘ୍ର ଆରମ୍ଭ ହେବ ।

ସୂଚନା ଅନୁଯାୟୀ, ଏହି ଫୋନରେ ୬ଜିବି ର‌୍ୟାମ ସହ ଆଣ୍ଡ୍ରଏଡ୧୧ ସହ ଆସିବ । Nokia Indiaରିପୋର୍ଟ ଅନୁଯାୟୀ, ଫୋନରେ 8GBର‌୍ୟାମ ଭାରିଏଣ୍ଟ ରହିଛି । ଫୋନରେ 64 GB ଓ 128 GB ଷ୍ଟୋରେଜର ବିକଳ୍ପ ବ୍ୟବସ୍ଥା ମଧ୍ୟ ରହିଛି । ଏହାର ପ୍ରାଇମେରୀ କ୍ୟାମେରା 48 ମେଗାପିକ୍ସଲ ରହିଥିବା ବେଳେ , 5 ମେଗାପିକ୍ସଲର ଅଲଟ୍ରା ବାଇଣ୍ଟ , 2ମେଗା ପିକ୍ସଲର ଡେପ୍‌ଥ ଏବଂ 2  ମେଗାପିକ୍ସଲର ମାକ୍ରୋ କ୍ୟାମେରା ରହିଛି । 16 ମେଗାପିକ୍ସଲ ଫ୍ରଣ୍ଟ କ୍ୟାମେରା ସହ 4,500 mAh ବ୍ୟାଟେରୀ ସିଷ୍ଟମ ରହିଛି । ତେବେ ଏହାର ଦାମକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.