ଉତ୍ତର ପ୍ରଦେଶ: ଶାରିରୀକ ସମ୍ବନ୍ଧ ବନାଇବାରେ ଅସହଜ ଥିଲେ ସ୍ତ୍ରୀ, ବିବାହର ୨ ମାସ ପରେ ମହିଳା ଟ୍ରାନ୍ସଜେଣ୍ଡର ଥିବା ନେଇ ହେଲା ଖୁଲାସା, ଶ୍ୱଶୁର ଘର ଲୋକଙ୍କ ନାଁରେ ମାମଲା

ଉତ୍ତର ପ୍ରଦେଶର କାନପୁରରେ ଆଶ୍ଚର୍ଯ୍ୟ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ବିବାହର ୨ ମାସ ପରେ ସେ ଅଭିଯୋଗ ଆଣିଛନ୍ତି କି, ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅନ୍ଧାରରେ ରଖି ଜଣେ ଟ୍ରାନ୍ସଜେଣ୍ଡରଙ୍କ ସହିତ ତାଙ୍କର ବିବାହ କରେଇ ଦେଇଛନ୍ତି। ସେମାନେ ତାଙ୍କୁ ଧୋକା ଦେଇଛନ୍ତି।

ରିପୋର୍ଟ ମୁତାବକ, ୨୦୨୧ ଏପ୍ରିଲ ୨୮ରେ ବ୍ୟକ୍ତିଙ୍କର ବିବାହ ହୋଇଥିଲା। ଏବେ ସେ ଅଭିଯୋଗ ଆଣିଛନ୍ତି କି, ବିବାହର ପ୍ରଥମ ରାତିରେ ତାଙ୍କ ସ୍ତ୍ରୀ ଦେହ ଖରାପ ହେବାର ବାହାନା କରିଥିଲେ ଏବଂ ଶାରୀରିକ ସମ୍ବନ୍ଧ ବନାଇବାରେ ଅସମର୍ଥ ରହିଥିଲେ।

ସମ୍ପୃକ୍ତ ଥାନା ଅଧିକାରୀ କୁଞ୍ଜ ବିହାରୀ ମିଶ୍ରା କହିଛନ୍ତି, ‘କାନପୁରର ଶାସ୍ତ୍ରୀ ନଗରରେ ରହୁଥିବା ବ୍ୟକ୍ତି ପନକି ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପରେ କନ୍ୟା ଜଣକ ତାଙ୍କ ସହିତ ସମ୍ବନ୍ଧ ବନାଇବାକୁ ଅସହଜ ଅନୁଭବ କରିଥିଲେ ଏବଂ ସେ କହିଥିଲେ କି, ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଅଛି। ଯେମିତି ଦିନ ପରେ ଦିନ ଗଡ଼ି ଚାଲିଲା, ସ୍ୱାମୀଙ୍କର ସନ୍ଦେହ ହୋଇଥିଲା କି, ଏଥିରେ କିଛି ଗଡ଼ବଡ଼ ରହିଛି। ଏହାପରେ ସେ ନିଜ ସ୍ତ୍ରୀଙ୍କୁ ଜଣେ ସ୍ତ୍ରୀ-ରୋଗ ବିଶେଷଜ୍ଞଙ୍କ ପାଖକୁ ଚେକ୍‌-ଅପ ପାଇଁ ନେଇ ଯାଇଥିଲେ। ସେଠାରେ ଡାକ୍ତର ସ୍ପଷ୍ଟ କରିଥିଲେ କି, ତାଙ୍କ ସ୍ତ୍ରୀ ଜଣେ ଟ୍ରାନ୍ସଜେଣ୍ଡର’।

ଏହା ଜାଣିବା ପରେ ବ୍ୟକ୍ତି ଜଣକ ନିଜ ଟ୍ରାନ୍ସଜେଣ୍ଡର ସ୍ତ୍ରୀ, ତାଙ୍କ ବାପା, ମାଆ ଓ ମଧ୍ୟସ୍ଥିଙ୍କ ବିରୋଧରେ ଆଇପିସି ଧାରା ୪୨୦ ଅଧୀନରେ ଥାନାରେ ଏତଲା ଦେଇଛନ୍ତି। ଏଥିସହିତ ପ୍ରମାଣ ରୂପେ ସ୍ତ୍ରୀଙ୍କ ମେଡିକାଲ ରିପୋର୍ଟ ମଧ୍ୟ ପୋଲିସକୁ ଦେଇଛନ୍ତି। ପୋଲିସ ସୂଚନା ଅନୁସାରେ, ବ୍ୟକ୍ତିଙ୍କ ଶ୍ୱଶୁର ଘରର ୮ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏ ନେଇ ତଦନ୍ତ ଜାରି ରହିଛି। ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.