Below header

Nokia ଗୋପନରେ ଲଞ୍ଚ କଲା ୭ ହଜାର ଟଙ୍କିଆ ଫୋନ୍, ବ୍ୟାଟେରୀ ଓ ଫିଚର୍ସ ଏକଦମ୍ ଜବରଦସ୍ତ

ବ୍ରାଣ୍ଡ ଅଫିସିଆଲ ଭାବେ C12 Pro ର ଏହି ନୂଆ କଲର ଭ୍ୟାରିୟଣ୍ଟକୁ ବଜାରରେ ଲଞ୍ଚ୍ କରିଦେଇଛି । ଫୋନର ଦାମ୍ ୭ ହଜାର ଟଙ୍କା ରୁ କମ୍ ଏବଂ ଏଥିରେ ତଗଡା ବ୍ୟାଟେରୀ ଏବଂ ଜବରଦସ୍ତ କ୍ୟାମେରା ମିଳୁଛି । ଏହାବ୍ୟତୀତ ଡିଜାଇନ୍ ବି ସାନଦାର ।

ନିଜର ସ୍ଥାନକୁ ପୁଣି ବଜାୟ ରଖିବା ପାଇଁ ଜବରଦସ୍ତ କମବ୍ୟାକ୍ କରିବାକୁ ଚାହୁଁଛି ନୋକିଆ । କିଛି ଦିନ ପୂର୍ବରୁ କମ୍ପାନୀ ନିଜର ଏଣ୍ଟ୍ରି ଲେବଲ ସ୍ମାର୍ଟଫୋନ୍ Nokia C12 Proର ନୂଆ କଲର୍ ଟିଜ୍ କରିଥିଲା ଯାହା ଥିଲା ପର୍ପଲ । ଏବେ ବ୍ରାଣ୍ଡ ଅଫିସିଆଲ ଭାବେ C12 Pro ର ଏହି ନୂଆ କଲର ଭ୍ୟାରିୟଣ୍ଟକୁ ବଜାରରେ ଲଞ୍ଚ୍ କରିଦେଇଛି । ଫୋନର ଦାମ୍ ୭ ହଜାର ଟଙ୍କା ରୁ କମ୍ ଏବଂ ଏଥିରେ ତଗଡା ବ୍ୟାଟେରୀ ଏବଂ ଜବରଦସ୍ତ କ୍ୟାମେରା ମିଳୁଛି । ଏହାବ୍ୟତୀତ ଡିଜାଇନ୍ ବି ସାନଦାର ।

ନୋକିଆ ମୋବାଇଲ ଇଣ୍ଡିଆ ନିଜର ଟ୍ବିଟର ଆକାଉଣ୍ଟ ମାଧ୍ୟମରେ ଏକ ବଡ ଘୋଷଣା ଜରିଆରେ Nokia C12 Pro ପାଇଁ ଏକ ନୂଆ କଲର ଭ୍ୟାରିୟଣ୍ଟର ଅଫିସିଆଲ ରିଲିଜ୍ ଜାରି କରିଛି । କମ୍ପାନୀ ଘୋଷଣା କରିଛି ଯେ ଏହି ପର୍ପଲ କଲର ଭ୍ୟାରିୟଣ୍ଟ ବହୁତ ଜଲଦି ୬,୯୯୯ ଟଙ୍କା ଦାମରେ ଉପଲବ୍ଧ ହେବ । ତେବେ ଆସନ୍ତୁ ଜାଣିବା ଫୋନରେ କେଉଁ ଖାସ୍ ଫିଚର୍ସ ମିଳିବ ।

Nokia C12 Pro ଆପଣଙ୍କ ପାଇଁ ଆଣୁଛି ଏକ ୬.୩ ଇଞ୍ଚର ଏଲସିଡି ଡିସପ୍ଲେ, ଯେଉଁଥିରେ ଏକ ଡ୍ୟୁଡ୍ରପ୍ ନଞ୍ଚ୍ ଏବଂ 1600 x 720 ପିକ୍ସେଲର ଏଚଡି+ରିଜୋଲ୍ୟୁସନ ରହିଛି । ଏହି ଡିଭାଇସ ପାୱାର ଦେବା ପାଇଁ ଏକ ପୁରୁଣା 28nm Unisoc SC9863A1 ଚିପସେଟ ରହିଛି । ଏବଂ ଏହା Android 12 Go ଉପରେ ଆଧାରିତ ।

ଏହି ସ୍ମାର୍ଟଫୋନର ଏକ ବିଶେଷତା ହେଉଛି ଏହାର ରିମୁଭେବଲ ବ୍ୟାଟେରୀ, ଯାହାର କ୍ଷମତା 4,000mAh ବ୍ୟାଟେରୀ । ଏହି ଏଚଏମଡି ଗ୍ଲୋବାଲ ଦ୍ବାରା ନ୍ୟୁନତମ ୨ ବର୍ଷ ନିୟମିତ ସୁରକ୍ଷା ଅପଡେଟ ଗ୍ୟାରେଣ୍ଟୀ ଦେଇଥାଏ । ଯଦିଓ ଆଣ୍ଡ୍ରଏଡ ଅପଡେଟ ପାଇଁ କୌଣସି ଆଶ୍ବାସନା ନାହିଁ । ଏହାବ୍ୟତୀତ କମ୍ପାନୀ ୧୨ ମାସର ରିପ୍ଲେସମେଣ୍ଟ ଗ୍ୟାରେଣ୍ଟୀ ମଧ୍ୟ ପ୍ରଦାନ କରିଥାଏ ।

Nokia C12 Pro ରେ କ୍ୟାମେରା ବିଷୟରେ ଯଦି କଥା ହେବା ତ ଏଥିରେ 8mp ରିୟର କ୍ୟାମେରା ଏବଂ 5mp ଫ୍ରଣ୍ଟ ଫେସିଙ୍ଗ କ୍ୟାମେରା ରହିଛି । ଏହାସହିତ ସିଙ୍ଗଲ ବ୍ୟାଣ୍ଡ ୱାଇଫାଇ, ବ୍ଲୁଟୁଥ୍ ୫.୨, ଜିଏନଏସଏମ୍, ଏକ ୩.୫ ମିମି ହେଡଫୋନ ଜ୍ୟାକ, ଏକ ମାଇକ୍ରୋଏସଡି କାର୍ଡ ସ୍ଲଟ ଏବଂ ଏକ ମାଇକ୍ରୋୟୁଏସବି ପୋର୍ଟ ମଧ୍ୟ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.