ରାଜଧାନୀରେ ଦିନ ଦ୍ବିପ୍ରହରରେ ବନ୍ଧୁକ ମୁନରେ ଟଙ୍କା ଲୁଟିଲେ ଲୁଟେରା, ସିସିଟିଭିରେ କଏଦ ହେଲା ଭିଡିଓ

କାର ରୋକି ଦିନ ଦ୍ବିପ୍ରହରରେ ବନ୍ଧୁକ ମୁନରେ ଟଙ୍କା ଲୁଟିଲେ ଲୁଟେରା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଆଉ ଏମିତି ଘଟଣା ଦିଲ୍ଲୀର ପ୍ରଗତୀ ମଇଦାନ ଟନେଲ ନିକଟରେ ଘଟିଛି ।

ବନ୍ଧୁକ ମୁନରେ ଡେଲିଭରୀ ଏଜେଣ୍ଟଙ୍କ ଠାରୁ ଟଙ୍କା ଲୁଟିଲେ ଲୁଟେରା। ଦିଲ୍ଲୀ ପ୍ରଗତି ମଇଦାନ ଟନେଲ ନିକଟରେ ଏକ କାର ରୋକି ବନ୍ଧୁକ ମୁନରେ ଲୁଟିଲେ ଦୁର୍ବୃତ୍ତ । ମୋଟର ସାଇକେଲରେ ଆସି କାରକୁ ଅଟକାଇଥିଲେ କିଛି ଯୁବକ । କାରର ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଗାଡ଼ି ପଛରୁ ଏକ ବ୍ୟାଗ ଧରି ବାଇକରେ ଚମ୍ପଟ ମାରିଥିଲେ ଲୁଟେରା। ଏହି ସମୟରେ ଅନେକ ଗାଡ଼ି ଯାଉଥିଲେ ମଧ୍ୟ ଡରରେ କେହି ଗାଡ଼ି ଅଟକାଇ ନଥିଲେ । ଦେଢ ଲକ୍ଷରୁ ୨ ଲକ୍ଷ ଟଙ୍କା ଲୁଟଛନ୍ତି ଦୁର୍ବୃତ୍ତ । ସିସିଟିଭିରେ ଏହାର ଭିଡିଓ କଏଦ ହୋଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଖବର ମୁତାବକ, ପଟେଲ ସାଜନ କୁମାର ଓମିୟୋ ଏଣ୍ଟରପ୍ରାଇଜେସ, ଚାନ୍ଦିନୀ ଚୌକରେ ଡେଲିଭରୀ ଏଜେଣ୍ଟ ଭାବେ କାମ କରୁଥିଲେ । ୨୪ ଜୁନରେ ନିଜ ସାଙ୍ଗ ଜିଗର ପଟେଲ ସହିତ ଚାନ୍ଦିନୀ ଚୌକରୁ ଗୁରୁଗ୍ରାମ ପାଇଁ ବାହାରିଥିଲେ । ତାଙ୍କ ପାଖରେ ଥିବା ଟଙ୍କା ବ୍ୟାଗ ସେ କାହାକୁ ଦେବାକୁ ଯାଉଥିଲେ । ଦୁହେଁ ଲାଲ କିଲ୍ଲାରୁ ଓଲା ବୁକ୍‌ କରି ଗୁରୁଗ୍ରାମ ଯିବାକୁ ବାହାରିଥିଲେ । ପ୍ରଗତୀ ମଇଦାନ ଟନେଲ ପାଖରେ ପହଞ୍ଚିବା ସମୟରେ ଦୁଇଟି ବାଇବରେ ୪ ଜଣ ଲୁଟେରା ବନ୍ଧୁକ ଦେଖାଇ କ୍ୟାବ୍‌କୁ ରୋକିଥିଲେ । ଆଉ କ୍ୟାବରେ ଥିବା ବ୍ୟାଗକୁ ଲୁଟିନେଇଥିଲେ । ଏହି ବ୍ୟାଗରେ ୨ ଲକ୍ଷ ଟଙ୍କା ରହିଥିଲା । ଏହି ମାମଲାରେ ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ଲୁଟେରାଙ୍କୁ ସିସିଟିଭି ଫୁଟେଜ ଆଧାରରେ ଖୋଜୁଛି ।

ତେବେ ଦିନ ଦ୍ବିପ୍ରହରରେ ଏମିତି ଲୁଟ୍‌ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଲୁଟେରାଙ୍କୁ ଚିହ୍ନଟ ପାଇଁ ଚେଷ୍ଟା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.