ଝଡ଼ ବର୍ଷାରେ ଏସି-କୁଲର ଚଲାଇବା କେତେ ସୁରକ୍ଷିତ ?

ଝଡ଼ ବର୍ଷାରେ ଯଦି ଆପଣ ଏସି-କୁଲର ଚଲାଉଛନ୍ତି ତେବେ ଏହିସବୁ ଦିଗ ପ୍ରତି ଧ୍ୟାନ ରଖନ୍ତୁ, ନଚେତ ହୋଇପାରେ ଅଘଟଣ

ଆରମ୍ଭ ହୋଇଛି ବର୍ଷା ଋତୁ । ଆଉ ଏହି ଦିନ ରେ ବର୍ଷା ସହ ଝଡ ତୋଫାନ ମଧ୍ୟ ଅନେକ ସମୟରେ ହୋଇଥାଏ । କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା ଆରମ୍ଭ ହେବ । କିନ୍ତୁ ବର୍ଷା ଯୋଗୁଁ ଘରେ ଆର୍ଦ୍ରତା ବଢିଯାଏ । ଏଭଳି ପରିସ୍ଥିତିରେ ଏୟାର କଣ୍ଡିସନର କୁଲର ଭଳି ମେସିନ ହିଁ ଆମକୁ ଆର୍ଦ୍ରତାରୁ ରକ୍ଷା କରିଥାଏ । ବାହାରେ ଓଦା କାରଣରୁ ପିନ୍ଧା ଜିନିଷ ଶୁଖିବା କଷ୍ଟ ହୋଇଥାଏ । ତେଣୁ ଅନେକ ଏଭଳି ମେସିନ କୁ ନିର୍ଭର କରିଥାନ୍ତି । କିନ୍ତୁ ସବୁଠୁ ବଡ ପ୍ରଶ୍ନ ହେଉଛି ଏସି ବା କୁଲର ଝଡ଼ କିମ୍ବା ବର୍ଷାରେ ଚାଲିବା ଉଚିତ କି? ଅଧିକାଂଶ ଲୋକ ଏ ବିଷୟରେ ଜାଣନ୍ତି ନାହିଁ । ଆସନ୍ତୁ ଜାଣିବା ଏହାର ଉତ୍ତର..

ହାଲୁକା ବର୍ଷାରେ ଚାଲିପାରିବ:
ହାଲୁକା ବର୍ଷାରେ ୱିଣ୍ଡୋ, ସପ୍ଲିଟ କିମ୍ବା ସେଣ୍ଟ୍ରାଲ ସିଷ୍ଟମ ହେଉ, ଏହାକୁ ଆପଣ ଆରମରେ ଚଳାଇ ପାରିବେ । ବର୍ଷା ରେ ଆଉଟ ଡୋର ୟୁନିଟ ରେ ଜମା ହୋଇଥିବା ଧୂଳି ଏବଂ ମଇଳା ସଫା ହୋଇଯାଏ। ତେଣୁ ଆପଣ ଚିନ୍ତା ନକରି ଏହାକୁ ଚଳାଇ ପାରିବେ । କିନ୍ତୁ ପ୍ରବଳ ବର୍ଷା ଏବଂ ଝଡ଼ ସମୟରେ କିଛି ଜିନିଷର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହୋଇଥାଏ ।

ଆଉଟ ଡୋର ୟୁନିଟକୁ ସୁରକ୍ଷିତ ରଖନ୍ତୁ:
ପ୍ରବଳ ବର୍ଷା ପରିସ୍ଥିତିରେ ଆପଣ ଆଉଟ ଡୋର ୟୁନିଟକୁ ସିଧାସଳଖ ଏକ୍ସପୋଜରରୁ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ଏସି ୟୁନିଟ୍ ସାଧାରଣତ ଆଉଟଡୋର ଏଲିମେଣ୍ଟସ ପାଇଁ ଡିଜାଇନ୍ ହୋଇଛି, କିନ୍ତୁ ପ୍ରବଳ ବର୍ଷା ଏହାକୁ ନଷ୍ଟ କରିପାରେ ଏବଂ ୟୁନିଟ୍ ର କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇପାରେ । ଯଦି ଆପଣ ଏହାକୁ ସଠିକ ଜାଗା ରେ ରଖିନାହାନ୍ତି ତେବେ ପ୍ରବଳ ବର୍ଷା ସମୟରେ ଆପଣଙ୍କର ଏସି ବନ୍ଦ କରନ୍ତୁ । ଏମିତିରେ ଏହା ସୁରକ୍ଷିତ ରହିବ ।

ନିରାପତ୍ତାକୁ ଧ୍ୟାନରେ ରଖନ୍ତୁ:
ଯେତେବେଳେ ଆପଣ ଏସି ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର କରନ୍ତି, ଏହାର ନିରାପତ୍ତା ବା ସୁରକ୍ଷାକୁ ଗୁରୁତ୍ୱ ଦିଅନ୍ତୁ । ଏହି ସମୟରେ ଏସି ୟୁନିଟ୍ ବିଦ୍ୟୁତ୍ ଦ୍ୱାରା ପ୍ରଭାବିତ ହେବା ଉଚିତ ନୁହେଁ । ଯଦି କିଛି ସମସ୍ୟା ତେବେ ଏହାକୁ ବନ୍ଦ କରନ୍ତୁ । ୱୟର କୁ ସବୁବେଳେ ଚେକ କରନ୍ତୁ ।

ସଚେତନ ରୁହନ୍ତୁ:
ଯେତେବେଳେ ବର୍ଷା ହୁଏ ସେହି ସମୟରେ ଏୟାର କଣ୍ଡିସନର ଚଲାଇବା ଦ୍ୱାରା ଏହାର ବିଭିନ୍ନ ପରିଣାମ ହୋଇପାରେ । ଏମିତିରେ ଘରକୁ ଥଣ୍ଡା ହେବ କଷ୍ଟ ହୋଇଯିବ । ଓଭର ହିଟିଂ ପାଇଁ ଏହା ଖରାପ ହୋଇଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.