ଖୁସି ଖବର : ଶସ୍ତା ହେଲା Nokiaର ଏହି ଚାରି ପାୱାରଫୁଲ ସ୍ମାର୍ଟଫୋନ୍, ଜାଣନ୍ତୁ କେତେ ରହିଛି ନୂଆ ଦାମ୍

ଯଦି ଆପଣ ନୂଆ ସ୍ମାର୍ଟଫୋନ କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ HMD ଗ୍ଲୋବାଲ ନିଜର ସ୍ମାର୍ଟଫୋନ ନୋକିଆ ୧, ନୋକିଆ ୨.୧ ଏବଂ ନୋକିଆ ୬.୧ ପ୍ଲସ ର ଦାମକୁ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଏହାସହିତ କମ୍ପାନୀ ନୋକିଆ ୧ ମଧ୍ୟ ଶସ୍ଥାରେ ମିଳୁଛି। ଏହି ଫୋନକୁ ୫,୪୯୯ ଟଙ୍କାରେ ଲଞ୍ଚ କରାଯାଇଥିଲା। ଯାହା ଏବେ ହ୍ରାସ ହୋଇ ୩,୯୯୯ ଟଙ୍କା ହୋଇଯାଇଛି। ଏହାକୁ ଏବେ ଏତିକି କମ୍ ଟଙ୍କାରେ ଆପଣ କିଣିପାରିବେ।

ଏହାଛଡା ନୋକିଆ ପାୱାର ୟୁଜରର ସୂଚନା ମୁତାବକ ଗ୍ରାହକ ନୋକିଆ ୮.୧ ଉପରେ ମଧ୍ୟ ରିହାତି ଦିଆଯାଉଛି। ଏହି ଫୋନକୁ ଏବେ ୨୩,୯୯୯ ଟଙ୍କାରେ କିଣାଯାଇପାରିବ। ଯାହାର ଅସଲି ଦାମ ୨୬,୯୯୯ ଟଙ୍କା ଅଟେ। ଅର୍ଥାତ୍ ଏହି ଫୋନ ଉପରେ ଆପଣଙ୍କୁ ୩୪୦୦ ଟଙ୍କା ଡିସକାଉଣ୍ଟ ମିଳୁଛି। ଗ୍ରାହକ ଏହି ଫୋନକୁ ଫ୍ଲିପକାର୍ଟରୁ ମଧ୍ୟ କିଣି ପାରିବେ।

nokia 7ସୂଚନା ଅନୁଯାୟୀ ନୋକିଆ ୭.୧ ଉପରେ ମଧ୍ୟ ରିହାତି ଦିଆଯାଉଛି। ଏହାର ଅସଲ ଦାମ ହେଉଛି ୧୯,୯୯୯ ଟଙ୍କା ଅଟେ। ଏହି ଫୋନ ଉପରେ ୧୩୫୦ ଟଙ୍କା ଡିସକାଉଣ୍ଟ ମିଳୁଛି। ଗ୍ରାହକ ଏହି ଫୋନକୁ ୧୮,୬୪୯ ଟଙ୍କାରେ କିଣିପାରିବେ।

ଏହା ସହିତ ପଢ଼ନ୍ତୁ : ଆସିଲା ଓପୋର ନୂଆ ଫୋନ୍, ୪୨୩୦ଏମଏଏଚ୍ ବ୍ୟାଟେରୀ ସହ ରହିଛି ଅନେକ ଖାସ ଫିଚର

ନୋକିଆ ୮.୧ ଫିଚର୍ସ

ଫୋନରେ ୬.୧୮ ଇଞ୍ଚ ପିୟର ଡିସପ୍ଲେ IPS LED ପ୍ୟାନେଲ ରହିଛି। ଯାହାର ରିଜୋଲ୍ୟୁସନ ୨୨୪୬ ୧୦୮୦ ପିକ୍ସେଲ ଏବଂ ଏସପେକ୍ଟ ରେସିଓ ୧୮.୭:୯ ଅଟେ। ସ୍ମାର୍ଟଫୋନରେ Qualcomm’s Snapdragon ୭୧୦ SoC ସହିତ ୬୧୬ GPU ଦିଆଯାଇଛି। ନୋକିଆ ୮.୧ ରେ ୧୨ ମେଗାପିକ୍ସେଲ + ୧୩ ମେଗାପିକ୍ସେଲ ଡୁଆଲ କ୍ୟାମେରା ସେଟଅପ ଦିଆଯାଇଛି। ସେଲ୍ଫି ପାଇଁ ଏଥିରେ ୨୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.