ହ୍ଵାଟ୍ସ ଆପ୍‌ରେ ନୂଆ ଫିଚର : ଏବେ ଫଟୋ ପଠାଇଲେ କମିବ ନାହିଁ କ୍ୱାଲିଟି,ହ୍ଵାଟ୍ସ ଆପ୍‌ରେ ଶୀଘ୍ର ମିଳିବ ଏହି ୩ ଅପ୍‌ସନ୍‌

ହ୍ଵାଟ୍ସ ଆପ୍‌ ୟୁଜର୍ସଙ୍କୁ ସର୍ବଦା ଅଭିଯୋଗ ଥାଏ ଯେ ଫଟୋ ପଠାଇଲେ କ୍ୱାଲିଟି କମିଯାଉଛି । ଏବେ କମ୍ପାନୀ ୟୁଜର୍ସଙ୍କ ଏହି ସବୁ ଅଭିଯୋଗ ଦୂର କରିବାକୁ ଯାଇ ଖାସ୍‌ ଫିଚର ଦେବାକୁ ଯାଉଛି ।

ମିଳିବ ଏହି ୩ ଅପ୍‌ସନ୍‌ :

ଏବେ ହ୍ଵାଟ୍ସ ଆପ୍‌ ନୂଆ ଫିଚର ନେଇକରି ଆସୁଛି । ଯେଉଁଥିରେ ଫଟୋକୁ ନେଇ ୟୁଜର୍ସଙ୍କୁ ୩ଟି ଅପସନ୍‌ ଦିଆଯିବ । ଏଥିରେ Auto, Best ଏବଂ Data Saver ସାମିଲ ହେବ । ଆପଣ ଏହି ୩ଟି ରୁ ନିଜର ଆବଶ୍ୟକ ଅନୁଯାୟୀ ଫଟୋ ପଠାଇବାର ଅପ୍‌ସନ୍‌ ସିଲେକ୍ଟ କରିବେ । ଫଳରେ ୟୁଜର୍ସ ସେହି କ୍ୱାଲିଟି ଅନୁଯାୟୀ ଫଟୋ ପଠାଇ ପାରିବେ ।

ଏଭଳି କାମ କରିବ ଅପ୍‌ସନ୍‌ :

ହ୍ଵାଟ୍ସ ଆପ୍‌ର ଏହି ଅଟୋ ଅପ୍‌ସନକୁ ଯେତେବେଳେ ଆପଣ ସିଲେକ୍ଟ କରିବେ ସେତେବେଳେ ବେଷ୍ଟ କମ୍ପ୍ରେସନ୍‌ ଏଲ୍‌ଗୋରିଦିମ୍‌ କୁ ସିଲେକ୍ଟ କରି ଫଟୋ ସେୟାର କରିବେ । ୟୁଜର୍ସ ଯେବେ ବେଷ୍ଟ ଅପ୍‌ସନକୁ ସିଲେକ୍ଟ କରି ଫଟୋ ସେୟାର କରିବେ ସେବେ ଫଟୋ କ୍ୱାଲିଟ ଖରାପ ହେବ ନାହିଁ । ଯଦି ଡାଟା ସେଭର କୁ ସଲେକ୍ଟ କରିବେ ତେବେ ଆପଣଙ୍କ ଡାଟା ତ ବଞ୍ଚିଯିବ । ହେଲେ ଫଟୋ କ୍ୱାଲିଟି ଭଲ ହେବ ନାହିଁ । ଏବେ ଏହି ଫିଚର ହ୍ଵାଟ୍ସ ଆପ୍‌ର ଆଣ୍ଡ୍ରଏଡ ବିଟା ଆପ୍ସ ପାଇଁ ତିଆରି କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.