ଏବେ ଆଉ ଯିବାକୁ ପଡ଼ିବନି ଜିମ୍, ଘରେ ରହି ବି ଏହି ଆପ୍ ସାହାଯ୍ୟରେ କରି ପାରିବେ ଏକ୍ସରସାଇଜ୍
ନିଜକୁ ଫିଟ୍ ରଖିବା ପାଇଁ ଆଜିକାଲି ସମସ୍ତେ ଜିମ୍ ଯାଉଛନ୍ତି। କିନ୍ତୁ କିଛି ଲୋକ ଅଳସୁଆମି ଯୋଗୁ ଠିକ୍ ସମୟରେ ଜିମ୍ ଯାଇପାରନ୍ତି ନାହିଁ। ଫଳରେ ଏକ୍ସରସାଇଜ୍ କରିପାରନ୍ତି ନାହିଁ। ସେଭଳି ଲୋକଙ୍କ ପାଇଁ ଏବେ ନୂଆ ଆପ୍ ଲଞ୍ଚ୍ ହୋଇଛି, ଯାହା ଆପଣଙ୍କୁ ଏକ୍ସରସାଇଜ୍ କରିବାରେ ସାହାଯ୍ୟ କରିବ। ଆସନ୍ତୁ ଜାଣିବା ସେଭଳି କିଛି ଆପ୍ ବିଷୟରେ…
8fit Workouts & Meal Planner:
ଏହି ଆପ୍ ଆପଣଙ୍କ ପାଇଁ ଏକ ପର୍ସନାଲ ଟ୍ରେନର ଭଳି କାମ କରିବ। 8fit Workouts & Meal Planner ରେ ୟୁଜର ଏକ୍ସରସାଇଜ ଚାର୍ଟ ସହ ମିଲ୍ ପ୍ଲାନ୍ ବି କରିପାରିବେ। ଏହା ବ୍ୟତୀତ ଆପ୍ରେ ଆପଣ କ’ଣ ଖାଇବେ କ’ଣ ନ ଖାଇବେ ସେ ବିଷୟରେ ମଧ୍ୟ ସୂଚନା ପାଇପାରିବେ। ଏହି ଆପ୍ରେ ଆପଣ ନିଜ ସପିଂ ଲିଷ୍ଟ ମଧ୍ୟ ପ୍ରସ୍ତୁତ କରିପାରିବେ। ଏହା ଓଜନ କମ୍ କରିବାରେ ବି ସାହାଯ୍ୟ କରେ।
JEFIT Workout Tracker, Weight Lifting:
ଏହା ଏକ ଭଲ ଓ୍ଵାର୍କ ଆଉଟ୍ ମୋବାଇଲ ଆପ୍। ଏଥିରେ ଆପଣଙ୍କୁ ମାଗଣା ଫିଟ୍ନେସ୍ ପ୍ରୋଗ୍ରାମ ଡାଟାବେସ୍ ମିଳିବ। ଏଥିସହ ଏଥିରେ ବଡି ବିଲ୍ଡିଂ ସହ ଜଡ଼ିତ ଟିପ୍ସ ମଧ୍ୟ ଦିଆଯାଉଛି। ଆପ୍ରେ ଆପଣ ଓ୍ଵାର୍କ ଆଉଟ୍କୁ ଟ୍ରାକ୍ ମଧ୍ୟ କରିପାରିବେ ଓ ଟ୍ରେନିଂ ପ୍ରୋଗ୍ରାମ ସାହାଯ୍ୟରେ ଠିକ୍ ଭାବେ ଏକ୍ସରସାଇଜ୍ କରିପାରିବେ।
Sweat: Fitness App For Women:
ଏହି ଆପ୍ ଖାସ୍ କରି ମହିଳାଙ୍କ ପାଇଁ ତିଆରି ହୋଇଛି। ଏଥିରେ ମହିଳାମାନେ କେତେ ଏକ୍ସରସାଇଜ୍ କରିବେ ତାହାକୁ ପୂର୍ବରୁ ହିଁ ସେଟ୍ କରିପାରିବେ। ଏଥିରେ ଆପଣଙ୍କୁ ଷ୍ଟ୍ରେନ୍ଥ ଟ୍ରେନିଂ, ଯୋଗ ସମ୍ବନ୍ଧରେ ସବୁ ପ୍ରକାରର ଟିପ୍ସ ମିଳିବ।