Below header

ଏବେ ହ୍ଵାଟ୍ସଆପରେ ସହଜରେ ବ୍ଲକ କରିପାରିବେ ସ୍ପାମ୍ ନମ୍ବର, ଆସିଗଲା ନୂଆ ପ୍ରୋସେସ

ବର୍ତ୍ତମାନ ଆପଣ କୌଣସି ଅଜ୍ଞାତ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସିଧାସଳଖ ନୋଟିଫିକେସନ ଏବଂ ଫୋନ ଲକ ଥିଲେ ମଧ୍ୟ ବ୍ଲକ କରିପାରିବେ । ଯଦି କେହି ସନ୍ଦେହଜନକ ମେସେଜ ପଠାନ୍ତି ତେବେ ଆପଣ ଦୁଇଟି ଟ୍ୟାପ୍ ଦ୍ୱାରା ହି ସେମାନଙ୍କୁ ବ୍ଲକ କରିପାରିବବେ ।

ଗତ କିଛି ମାସ ମଧ୍ୟରେ ଅନଲାଇନ୍ ଠକେଇ ମାମଲା ବହୁତ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ଅଜଣା ଲୋକଙ୍କ କଲ କିମ୍ବା ମେସେଜ ପାଇବା ପରେ ହଜାର ହଜାର ଲୋକ ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି । ହ୍ଵାଟ୍ସଆପ୍ ହେଉଛି ଏହି ଠକମାନଙ୍କର ପ୍ରିୟ ଆଡ୍ଡା । ଯଦିଓ ହ୍ଵାଟ୍ସଆପର ଅନେକ ସୁରକ୍ଷା ଫିଚର ଅଛି, ତଥାପି ଲୋକମାନେ ଭୁଲ୍ ଲୋକଙ୍କ ଶିକାର ହେଉଛନ୍ତି । ତେଣୁ, ଏହି ସମସ୍ୟାକୁ ବୁଝିବା ପରେ ହ୍ଵାଟ୍ସଆପ୍ ଅଧିକ ସୁରକ୍ଷା ବ୍ୟବସ୍ଥା ଯୋଗାଉଛି ।

ବର୍ତ୍ତମାନ ଆପଣ କୌଣସି ଅଜ୍ଞାତ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସିଧାସଳଖ ନୋଟିଫିକେସନ ଏବଂ ଫୋନ ଲକ ଥିଲେ ମଧ୍ୟ ବ୍ଲକ କରିପାରିବେ । ଯଦି କେହି ସନ୍ଦେହଜନକ ମେସେଜ ପଠାନ୍ତି ତେବେ ଆପଣ ଦୁଇଟି ଟ୍ୟାପ୍ ଦ୍ୱାରା ହି ସେମାନଙ୍କୁ ବ୍ଲକ କରିପାରିବବେ । ଯେତେବେଳେ ନୋଟିଫିକେସନ ଆସେ, ରିପ୍ଲାଏ ବଟନ୍ ପାଖରେ ଏକ “ବ୍ଲକ୍” ବଟନ୍ ରହିବ । ଫୋନ୍ ଲକ୍ ଥିବା ସମୟରେ ମଧ୍ୟ ଆପଣ ସେହି ବ୍ୟକ୍ତିଙ୍କୁ ସିଧାସଳଖ ନୋଟିଫିକେସନରୁ ବ୍ଲକ କରିପାରିବେ ।

ଫିଚର୍ସ ଯାହା ହ୍ଵାଟ୍ସଆପରେ ସୁରକ୍ଷା ପ୍ରଦାନ କରେ- 

ଟୁ ଷ୍ଟେପ ଭ୍ୟାରିଫିକେସନ: ଆପଣଙ୍କର ହ୍ଵାଟ୍ସଆପ୍ ହ୍ୟାକ୍ ହେବାରୁ ରକ୍ଷା କରିବା ପାଇଁ ୬ ଅଙ୍କ ବିଶିଷ୍ଟ PIN ରଖନ୍ତୁ । ଏହା ସହିତ ସ୍କାମର ଆକାଉଣ୍ଟ ହ୍ୟାକ କରିବା ଚେଷ୍ଟାରେ ବିଫଳ ହେବ ।

ଡିସାପିୟରିଙ୍ଗ ଅପ୍ସନ: “view once” ସହିତ ଫଟୋ, ଭିଡିଓ, ଏବଂ ଭଏସ୍ ନୋଟ୍ ପଠାନ୍ତୁ ଯାହା ଦ୍ୱାରା ସେଗୁଡିକ କେବଳ ଥରେ ଦେଖାଯାଇପାରିବ । ଜିନିଷଗୁଡ଼ିକୁ ଅଧିକ ବ୍ୟକ୍ତିଗତ ରଖିବା ପାଇଁ ଏହାର ବ୍ୟବହାର କରନ୍ତୁ ।

ଚାଟ୍ ଲକ୍: ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ପାସୱାର୍ଡ ସହିତ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ଚାଟଗୁଡ଼ିକୁ ଲକ୍ କରିପାରିବେ । ଏହା ସହିତ, ଯଦିଓ କେହି ଆପଣଙ୍କ ଫୋନକୁ ସ୍ପର୍ଶ କରେ, ସେ ସେହି ଚାଟଗୁଡ଼ିକୁ ଦେଖି ପାରିବେ ନାହିଁ ।

ପ୍ରାଇଭେସି ଚେକଅପ: ଆପଣଙ୍କର ହ୍ଵାଟ୍ସଆପରେ “ପ୍ରାଇଭେସି ଚେକଅପ” କରନ୍ତୁ । କେଉଁ ଫିଚରଗୁଡିକ ଆପଣଙ୍କ ପାଇଁ ସଠିକ୍ ଏହା ଆପଣଙ୍କୁ ଜଣାଇବ ଏବଂ ଆପଣ ସେଗୁଡିକୁ ଟର୍ନ୍ ଅନ୍ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.