Below header

ନିଜର ପୁରୁଣା ଫୋନକୁ ବିକ୍ରି କରିବା ବଦଳରେ ଏଥିରେ ବନାଇ ପାରିବେ ସିସିଟିବି, ଜାଣନ୍ତୁ କିପରି..

ଆଜିର ଦୁନିଆରେ ବଦଳୁଥିବା ଟେକନିକ ସହିତ ତାଳଦେଇ ଚାଲିବା ପାଇଁ ସବୁବେଳେ ଆମକୁ ନୂଆ ନୂଆ ପ୍ରଡକ୍ଟ କିଣିବାକୁ ପଡିଥାଏ । ଏହା ମଧ୍ୟରେ ପ୍ରଥମେ ଆସୁଛି ସ୍ମାର୍ଟଫୋନ ଯାହାର ଟେକନିକ୍ ଅତିଶୀଘ୍ର ବଦଳିଥାଏ । ଯଦି ଆମେ କୌଣସି ନୂଆ ଫୋନ କିଣୁଛେ ତାହେଲେ ଆମେ ପୁରୁଣା ଫୋନର ବ୍ୟବହାର ବନ୍ଦ କରିଦେଇଥାଉ ନଚେତ୍ ଏହାକୁ ଶସ୍ତା ଦାମରେ ଅନ୍ୟ କାହାକୁ ବିକ୍ରି କରିଦେଇଥାଉ । ଆଉ ଯଦି ପୁରୁଣା ଫୋନ୍କୁ କିଣିବା ପାଇଁ କୌଣସି ଗ୍ରାହକ ନମିଳନ୍ତି ତାହେଲେ ଏହା ଅଦରକାରୀ ଭାବେ ଘରର କୌଣସି ସ୍ଥାନରେ ପଡି ରହିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଆପଣ ଏହି ଫୋନର ବ୍ୟବହାର ଏକ ସିସିଟିବି କ୍ୟାମେରା ଭାବେ ମଧ୍ୟ କରିପାରିବେ । ଆଜିକାଲି ପ୍ରାୟ ସବୁ ଫୋନରେ କ୍ୟାମେରା କ୍ୱାଲିଟି ବହୁତ ଭଲ ଆସିଥାଏ ତେଣୁ ଆମେ ଏହି ଫୋନର ବ୍ୟବହାର ଏକ ସିସିଟିଭି ଭଳି ମଧ୍ୟ କରିପାରିବା ।

cctv

ଏଥିପାଇଁ ଅନେକ ପ୍ରକାରର ଫ୍ରି ସର୍ଭିଲେନ୍ସ ଆପ୍ସ ଉପଲବ୍ଧ ରହୁଛି ଯାହାଦ୍ୱାରା ଆମେ ନିଜର ଫୋନ୍କୁ ସିସିଟିଭିରେ ପରିଣତ କରାଇ ପାରିବା । ମାର୍କେଟରେ ଉପଲବ୍ଧ ଏହି ଆପ୍ସ ମଧ୍ୟରେ Alfred Camera ସବୁଠାରୁ ଭଲ ଆପ ଅଟେ । ୟୁଜର୍ସ ମାନେ ଏହାକୁ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଡାଉନଲୋଡ଼ କରିପାରିବେ । ଏହି ଆପ ଯେକୌଣସି ସ୍ମାର୍ଟଫୋନକୁ କିଛି ସମୟ ମଧ୍ୟରେ ସିକ୍ୟୁରିଟି କ୍ୟାମେରାରେ ବଦଳାଇ ଦେଇ ପାରିବ । କେବଳ ଏତିକି ନୁହେଁ ଏହା ମାଧ୍ୟମରେ ଆପଣ ଅନ୍ୟ କୌଣସି ଫୋନ କିମ୍ବା କମ୍ପ୍ୟୁଟରରେ ଲାଇଭ ଫିଡ଼ ମଧ୍ୟ ଦେଖିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଏହା ଚେକ କରିବାକୁ ପଡିବ ଯେ ଏହି ଫୋନର ବ୍ୟାଟେରୀ ଠିକ ଅଛି କି ନାହିଁ ।

ଏହାସହ ପଢନ୍ତୁ ଇନଷ୍ଟାଗ୍ରାମ ସହିତ ଯୋଡ଼ିହେବ ଫେସବୁକର ଏହି ନୂଆ ଆପ, ଏଥର ସ୍ନାପଚାଟକୁ ଦେବ ଟକ୍କର

ଫୋନର ୱାଇଫାଇ ଠିକଭାବେ କାମ କରୁଛି କି ନାହିଁ ଏବଂ ଏହା ସହିତ ଏହାର କ୍ୟାମେରାକୁ ମଧ୍ୟ ଭଲଭାବେ ଚେକ କରିଦିଅନ୍ତୁ । ଯଦି ଏହି ତିନୋଟି ଜିନିଷ ଠିକ ଅଛି ତାହେଲେ ଆପଣ ନିଜ ପୁରୁଣା ଫୋନ୍କୁ ଅତି ସହଜରେ ସିକ୍ୟୁରିଟି କ୍ୟାମେରାରେ ବଦଳାଇ ଦେଇ ପାରିବେ ।

Image result for now-you-can-use-your-old-smartphone-as-cctv-by-using-these-google-play-store-apps

ଆପ ଡାଉନଲୋଡ଼ ହେବାପରେ ଆପଣଙ୍କୁ ଏଥିରେ ନିଜର ଗୁଗଲ ଆକାଉଣ୍ଟର ଡିଟେଲସ ଦେବାକୁ ପଡିବ । ଏହାପରେ ଆପଣଙ୍କ ଫୋନ ଭିଡିଓ ଷ୍ଟ୍ରିମିଙ୍ଗ ଦେବା ଆରମ୍ଭ କରିଦେବ । ବର୍ତ୍ତମାନ ଆପଣ ନିଜର ଅନ୍ୟ ଫୋନ ଦ୍ୱାରା ଲାଇଭ ଫିଡ଼ ଦେଖିବା ପାଇଁ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ Alfred Camera ଆପ ଡାଉନଲୋଡ଼ କରନ୍ତୁ । ଏହାପରେ ଆପଣ ‘Viewer’ ଅପ୍ସନରେ କ୍ଲିକ କଲେ ଲାଇଭ ଫିଡ଼ ଦେଖିପାରିବେ ।

Image result for now-you-can-use-your-old-smartphone-as-cctv-by-using-these-google-play-store-apps

ଯଦି ଆପଣ ନିଜ କମ୍ପ୍ୟୁଟରରେ ଲାଇଭ ଫିଡ଼ ଦେଖିବାକୁ ଚାଁହୁଛନ୍ତି ତାହେଲେ ଆପଣଙ୍କୁ alfred.computer ୱେବସାଇଟକୁ ଯାଇ ନିଜର ଗୁଗଲ ଆକାଉଣ୍ଟକୁ ଆଡ଼ କରିବାକୁ ପଡିବ । ଏହାପରେ ଆପଣ ଲାଇଭ ଫିଡ଼ ଦେଖିପାରିବେ । ଏହି ଆପର ଫ୍ରି ଭର୍ସନରେ ଆପଣଙ୍କୁ ଭିଡିଓ କ୍ୱାଲିଟି ଭଲ ଆସିବ ନାହିଁ କିନ୍ତୁ ଯଦି ଆପଣ ଭଲ କ୍ୱାଲିଟିର ସିସିଟିବି ଫୁଟେଜ ଦେଖିବାକୁ ଚାଁହୁଥାନ୍ତି ତାହେଲେ ଆପଣ ଏହି ଆପରେ ମିଳୁଥିବା ସବସ୍କ୍ରିପ୍ସନ ପ୍ୟାକକୁ କିଣି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଭଲ କ୍ୱାଲିଟିର ଭିଡିଓ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.