ଦେଖନ୍ତୁ କେମିତି ପିଆରଡି ଜବାନ୍ ଏବଂ ହୋମଗାର୍ଡଙ୍କ ଭିତରେ ଚାଲିଛି ମାରପିଟ୍, ଭିଡିଓ ହେଉଛି ଭାଇରାଲ୍

ଲକ୍ଷ୍ନୌ: ବରୋତ ଥାନା ଅନ୍ତର୍ଗତ ମଣ୍ଡି ଚୌକିରେ ଜଣେ ପିଆରଡି ଯବାନ୍ ଏବଂ ଜଣେ ହୋମଗାର୍ଡଙ୍କ ମଧ୍ଯରେ ଶନିବାର ଦିନ ଖୁବ୍ ଜୋରରେ ଝଗଡା ହୋଇଥିବା କଥା ଏବେ ସାମ୍ନାକୁ ଆସିଛି । ଘଟଣାଟି ହେଉଛି କି, ଆରଟିଓ ଏକ କାରକୁ କୌଣସି କାରଣରୁ ଜବତ କରିଥିଲା । ଯାହାର ତଦନ୍ତ ପରେ କାରକୁ ଛାଡିଦିଆ ଯାଇଥିଲା । କାରଟି ଜଣେ ହୋମଗାର୍ଡଙ୍କ ଦୃଷ୍ଟିରେ ରହିଥିଲା । ଏହି ସମୟରେ ଜଣେ ପିଆରଡି ଜବାନ କାରଟିକୁ ମଣ୍ଡି ଗେଟ୍ ନିକଟରେ ଅଟକାଇଦେଇଥିଲେ । ଯେଉଁ କାରଣରୁ ଉଭୟ ହୋମଗାର୍ଡ ଏବଂ ପିଆରଡି ଯବାନଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା ।
#WATCH Baghpat: A fight broke out between a Prantiya Raksha Dal (PRD) jawan and a home guard in Mandi Chowki under Baraut police station, yesterday. pic.twitter.com/CrA1R4qb3G
— ANI UP (@ANINewsUP) August 25, 2019
ଏହାସହ ପଢନ୍ତୁ:
ଦେଖିଛନ୍ତି କି ଘାସ ଖାଉଥିବା ସିଂହ ? ଭିଡିଓ ସୋସିଆଲ୍ ମିଡିଆରେ ହେବାରେ ଲାଗିଛି ଭାଇରାଲ୍, ଆପଣ ବି ଥରେ ଦେଖନ୍ତୁ
ଯାହା ସମୟ କ୍ରମେ ବଢିବାରେ ଲାଗିଥିଲା ଏବଂ ଶେଷରେ ମାରପିଟ୍ ଯାଏଁ ଚାଲିଯାଇଥିଲା । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଉଭୟ ମାରପିଟ୍ ହେଉଥିବାର ଦେଖିବାକୁ ମିଳିଛି । ଭିଡିଓରେ ହୋମଗାର୍ଡ ଜଣଙ୍କ ଜବାନ୍ ଙ୍କୁ ପଚାରୁଛନ୍ତି କି, ସେ ଗାଡିକୁ କାହିଁକି ଅଟକାଇଲେ? ଉତ୍ତରରେ ଜବାନ୍ ଜଣଙ୍କ କହୁଛନ୍ତି କି, ଗେଟ୍ ନିକଟରେ ମୋର ଡ୍ଯୁଟି ଚାଲିଛି ତେଣୁ ମୁଁ ଅଟକାଇଲି । ସେ ଯାହାବି ହେଉ ଭିଡିଓକୁ ଦେଖିବା ପରେ ଏବେ ଉଚ୍ଚ ପଦସ୍ଥ ଅଧିକାରୀ କହିଛନ୍ତି କି, ଉଭୟଙ୍କର ଏଭଳି ବ୍ଯବହାର ପାଇଁ ଉଚିତ୍ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ।