Below header

ସରକାରୀ ଚାକିରି ପାଇଁ ଇଚ୍ଛୁକ କି? ଇଣ୍ଡିଆନ୍‌ ଅଏଲ୍‌ ଆଣିଛି ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କିଏ କରିପାରିବେ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଛନ୍ତି କି? ଇଣ୍ଡିଆନ୍‌ ଅଏଲ୍‌ ଆପଣଙ୍କ ପାଇଁ ନେଇ ଆସିଛି ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ୍‌(IOCL) ୧୭୬ଟି ଅପରେଣ୍ଟିସ୍‌ ପଦ ପୂରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ କରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୧୯ ରହିଛି। ପ୍ରଥମେ ଆବେଦନ ତାରିଖ ୧୮ ଅଗଷ୍ଟ ୨୦୧୯ ରହିଥିଲା, ମାତ୍ର ପରେ କମ୍ପାନୀ ତରଫରୁ ଅବଧି ୩୧ ଅଗଷ୍ଟ ୨୦୧୯ ଯାଏଁ ବଢ଼ାଇ ଦିଆଯାଇଛି। ଦଶମରୁ ଇଞ୍ଜିନିୟରିଂ ତଥା ଡିପ୍ଲୋମା ବିଦ୍ୟାର୍ଥୀ ଏଥିପାଇଁ ଆବେଦନ କରିପାରିବେ।

ଏହାସହ ପଢ଼ାନ୍ତୁ: ସେପ୍ଟେମ୍ବର ପହିଲାରୁ ଏହି ସବୁ ଜିନିଷ ହୋଇଯାଉଛି ଶସ୍ତା, ଜାଣନ୍ତୁ କଣ କଣ?

କେମିତି କରିବେ ଆବେଦନ
ପଦର ନାମ: ଅପରେଣ୍ଟିସ୍‌
ପଦ ସଂଖ୍ୟା: ୧୭୬
ଯୋଗ୍ୟତା: ଏହି ପଦ ପାଇଁ ୧୦ମରୁ ଡିପ୍ଲୋମା ଇଞ୍ଜିନିୟରିଂ ପର୍ଯ୍ୟନ୍ତ କରିଥିବା ବିଦ୍ୟାର୍ଥୀ ଆବେଦନ କରିପାରିବେ। ଅପରେଣ୍ଟିସ୍‌ ପାଇଁ ବିଭିନ୍ନ ସ୍ତରରେ ଭର୍ତ୍ତି କରାଯାଉଛି। ଯେଉଁଥିରେ ଭିନ୍ନ ଭିନ୍ନ ଯୋଗ୍ୟତା ରହିଛି।
ବୟସ ସୀମା: ୧୮ରୁ ୨୪ ବର୍ଷ
ଚୟନ ପ୍ରକ୍ରିୟା: ଆବେଦନକାରୀଙ୍କୁ ପ୍ରଥମେ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ। ପରୀକ୍ଷାରେ ଅବ୍‌ଜେକ୍ଟିଭ୍‌ ପ୍ରଶ୍ନ ଆସିବ। ମୋଟ ୪୦ ମାର୍କ ରଖିଥିବା ପ୍ରାର୍ଥୀ କୃତକାର୍ଯ୍ୟ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.