ବିନା ଲଗ ଆଉଟ କରି ଗୋଟିଏ ହ୍ଵାଟ୍ସଆପ ଅକାଉଣ୍ଟକୁ ମଲ୍ଟିପଲ ଡିଭାଇସରେ କରିପାରିବେ ଓପନ, ଜଲ୍ଦି ଆସୁଛି ଏହି ଫିଚର

ଫାଷ୍ଟ ମେସେଜିଙ୍ଗ ଆପ ହ୍ଵାଟ୍ସଆପ ପ୍ରାୟ ଏକ ବର୍ଷ ହେବ ମଲ୍ଟି ଡିଭାଇସ ସପୋର୍ଟକୁ ନେଇ କାମ କରୁଛି। ବହୁତ ଜଲ୍ଦି କମ୍ପାନୀ ଏହି ଫିଚରକୁ ଆପଣଙ୍କ ପାଖରେ ପହଞ୍ଚାଇବ ବୋଲି ଅନୁମାନ କରାଯାଉଛି। ଏହି ନୂଆ ଫିଚର ଦ୍ୱାରା ୟୁଜର୍ସ ବର୍ତ୍ତମାନର ଡିଭାଇସକୁ ଲଗଆଉଟ ନ କରି ମଧ୍ୟ ମଲ୍ଟିପଲ ଡିଭାଇସରେ ହ୍ଵାଟ୍ସଆପ ଆକ୍ସେସ କରିପାରିବେ।

ଇନଷ୍ଟାଣ୍ଟ ମେସେଜିଙ୍ଗ ପ୍ଲାଟଫର୍ମ ଲଞ୍ଚ ପରେ ହ୍ଵାଟ୍ସଆପ କେବଳ ଗୋଟିଏ ଡିଭାଇସରେ କାମ କରୁଥିଲା। କମ୍ପାନୀ ପରେ ହ୍ଵାଟ୍ସଆପ ୱେବ ସପୋର୍ଟ ଜାରି କଲା କିନ୍ତୁ ଏହି ସୁବିଧା କେବଳ ସେତେବେଳେ ଉପଲବ୍ଧ ହେବ ଯେତେବେଳେ ପ୍ରାଇମେରୀ ଡିଭାଇସରେ ଇଣ୍ଟରନେଟ କନେକ୍ସନ ହୋଇଥିବ ଏବଂ ଏକ ଅଥେଣ୍ଟିକେସନର ମଧ୍ୟ ଆବଶ୍ୟକତା ପଡିଥାଏ।

whatsaapହ୍ଵାଟ୍ସଆପ ଏହି ନୂଆ ଫିଚର ବିଷୟରେ କୌଣସି ଅଫିସିଆଲ ଭାବରେ ଜଣାଇନାହିଁ। ଏଥିପାଇଁ ଏହି ନୂଆ ଫିଚର କେତୋଟି ଆଡିସନାଲ ଡିଭାଇସରେ ସପୋର୍ଟ କରିବ ତାହା ସ୍ପଷ୍ଟ ହୋଇନି। ipads ସମେତ ଏହା ଅନେକ ଫାକ୍ଟରର୍ସ ପର୍ଯ୍ୟନ୍ତ ବିସ୍ତାରିତ ହୋଇପାରିବ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ipad ପାଇଁ ଅଫିସିଆଲ ହ୍ଵାଟ୍ସଆପ ଡେଭଲପମେଣ୍ଟ ସପୋର୍ଟ ଜାରି ରହିଛି।

ନିକଟରେ ହ୍ଵାଟ୍ସଆପ ଅଫିସିଆଲ ଭାବେ ଘୋଷଣା କରିଛି ଯେ ଏହି ଆପରେ ଏକା ଥରେ ୮ ଜଣଙ୍କ ସହିତ ଭିଡ଼ିଓ ଏବଂ ଅଡିଓ କଲ କରିବାର ସୁବିଧା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.