କମ ଦାମରେ କିଣନ୍ତୁ OnePlus 5G ଫୋନ

ଶସ୍ତା ହେଲା OnePlus 5G, ବଢିଆ ଡିସକାଉଣ୍ଟ ସହ ଫ୍ରିରେ ମିଳୁଛି Nord Buds CE, ଶୀଘ୍ର କିଣି ଆଣନ୍ତୁ

ଶସ୍ତା ହେଲା OnePlus 5G ଫୋନ। ଯଦି ଆପଣ ବି ଜଣେ ସ୍ମାର୍ଟଫୋନ ପ୍ରେମୀ ତେବେ ନିହାତି ରୂପେ ଆମର ଏହି ଭିଡିଓ କୁ ଶେଷ ଯାଏ ଦେଖନ୍ତୁ । OnePlus କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଆଣିଛି ବଢିଆ ଖବର । ନିଜର ମଡେଲ ର ଦାମ କୁ କମାଇଦେଇଛି OnePlus। କମ୍ପାନୀ ଏହି ସ୍ମାର୍ଟଫୋନ୍ ସହ ମାଗଣା OnePlus Nord Buds CE ମଧ୍ୟ ଦେବ । କେବଳ ଏତିକି ନୁହେଁ ବରଂ ଫୋନର ପ୍ରଥମ ବିକ୍ରିରେ ଏଠି ରିହାତି ମଧ୍ୟ ଦିଅ ଯାଉଛି । ଜାଣନ୍ତୁ କେମିତି ଉଠାଇବେ ଫାଇଦା ..

OnePlus ନିଜ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି, ଯାହା 108MP ପ୍ରାଇମେରୀ କ୍ୟାମେରା ସହିତ ଆସିଛି । ଏଥିରେ ଆପଣ 5000mAh ବ୍ୟାଟେରୀ ଓ 67W ଫାଷ୍ଟ ଚାର୍ଜିଂ ପାଇବେ । କମ୍ପାନୀ ଏହି ସ୍ମାର୍ଟଫୋନ୍ ସହ ମାଗଣା OnePlus Nord Buds CE ଦେଉଛି ।

OnePlus Nord CE 3 Lite ସହିତ କମ୍ପାନୀ Nord Buds 2 ମଧ୍ୟ ଲଞ୍ଚ କରିଛି । ଏହା ହେଉଛି ବ୍ରାଣ୍ଡର ଅପଡେଟ ଭର୍ସନ, ଯାହା OnePlus Nord CE 2 Lite ର ସକ୍ସେସର ରୂପରେ ଆସିଛି । ଏହାର ବିକ୍ରି ୧୧ ଏପ୍ରିଲରୁ ମାନେ ଆସନ୍ତା କାଲିଠୁ ଆରମ୍ଭ ହେବ ।

କମ୍ପାନୀ ଫୋନ ଉପରେ ମିଳିବାକୁ ଥିବା ବ୍ୟାଙ୍କ ଅଫର ଘୋଷଣା କରିଛି, ଯାହାକି ପ୍ରାରମ୍ଭିକ ଅଫରର ଏକ ଅଂଶ ରହିଛି । ଏହା ବ୍ୟତୀତ ବ୍ରାଣ୍ଡ ଏହି ସ୍ମାର୍ଟଫୋନ୍ ସହିତ ମାଗଣା Nord Buds CE ଦେଉଛି ଯାହାର ବଜାର ମୂଲ୍ୟ ରହିଛି ୨,୯୯୯ ଟଙ୍କା ।

ଆପଣ ପ୍ରାରମ୍ଭିକ ମୂଲ୍ୟ ୧୯,୯୯୯ ଟଙ୍କାରେ ଏହି ସ୍ମାର୍ଟଫୋନ୍ କୁ କିଣିପାରିବେ । ତେବେ ଏହି ଫୋନରେ 8GB RAM + 128GB ଷ୍ଟୋରେଜ୍ କ୍ଷମତା ରହିଛି । ତେବେ 8GB RAM + 256GB ଷ୍ଟୋରେଜ୍ ଫୋନ୍ ର ଦାମ ୨୧,୯୯୯ ଟଙ୍କାରେ ବିକ୍ରି ହେଉଛି । ଆପଣ ମଧ୍ୟ ଏହି ସ୍ମାର୍ଟଫୋନ୍ କିଣି ଏହାର ଲାଭ ଉଠାଇ ପାରିବେ ।

OnePlus Nord CE 3 Lite 5G ରେ 6.72 – ଇଞ୍ଚର FHD + IPS LCD ଡିସପ୍ଲେ ଅଛି । ସ୍କ୍ରିନରେ 120Hz ରିଫ୍ରେସ୍ ରେଟ୍, 5 ହୋଲ୍ କଟ୍ଆଉଟ୍, ଗରିଲା ଗ୍ଲାସ୍ ପ୍ରୋଟେକ୍ସନ୍ ଓ ୬୮୦ ନିଟର ପିକ ବ୍ରାଇଟନେସ ରହିଛି । ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୬୯୫ ପ୍ରୋସେସର୍ ଦିଆଯାଇଛି ।

ଫୋନରେ 8GB RAM ଓ 256GB ଷ୍ଟୋରେଜର ଅପ୍ସନ ପାଇବେ । ପ୍ରୋଟେକ୍ସନ ପାଇଁ ଫିଙ୍ଗର ପ୍ରିଣ୍ଟ ସେନସର ରହିଛି । ଅପ୍ଟିକ୍ସ ବିଷୟରେ କହିବାକୁ ଗଲେ ଏଥିରେ 108MP ଟ୍ରିପଲ୍ ବ୍ୟାକ କ୍ୟାମେରା ସେଟଅପ୍ ଦିଆଯାଇଛି । ଏହି ଫୋନରେ 2MP ଡେପଥ ସେନସର୍ ରହିଛି । 2MP ମାଇକ୍ରୋ ଲେନ୍ସ ଅଛି । ଏଥିସହିତ କମ୍ପାନୀ ଫ୍ରଣ୍ଟରେ 16MP କ୍ୟାମେରା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.