ଖୁବଶୀଘ୍ର ମାର୍କେଟକୁ ଆସିବାକୁ ଯାଉଛି OnePlus 9, ଫୋନର କୋଡନେମ୍‌ ‘Lemonade ’

Oneplus ନିକଟରେ Oneplus 8T ଲଞ୍ଚ କରିଥିଲା। ଏହା ପରେ ପରେ ହିଁ ଏହାର ନୂଆ ଫ୍ଲାଗସିପ୍‌ ସ୍ମାର୍ଟଫୋନ ଅର୍ଥାତ୍‌ OnePlus 9 ବିଷୟରେ ସୂଚନା ମିଳିଥିଲା। ଖବର ମୁତାବକ, ଓ୍ଵାନପ୍ଲସ ନିଜର ନେକ୍ସଟ ଜେନେରେସନ ଫ୍ଲାଗସିପ୍‌କୁ ଘୋଷଣା କରିଛି।

ଏପର୍ଯ୍ୟନ୍ତ କେବେ ଫୋନ ଲଞ୍ଚ ହେବା ତାହାର କିଛି ସଠିକ୍‌ ବିବରଣୀ ମିଳିନାହିଁ। ଆସନ୍ତା ମାର୍ଚ୍ଚ ବେଳକୁ ଲଞ୍ଚ ହୋଇପାରେ ବୋଲି ଖବର ମିଳିଛି। OnePlus 9 କୁ‘Lemonade ’କୋଡ ନେମ୍‌ ଦିଆଯାଇଛି। ଟ୍ଵିଟରରେ ଟିପଷ୍ଟର Max J ଏକ ଗ୍ରାଫିକ ଟିଜର ପୋଷ୍ଟ କରିଛନ୍ତି।

ଲିକ୍‌ ହୋଇଥିବା ଫଟୋ ମୁତାବକ, OnePlus 9 ରେ ଫ୍ଲଣ୍ଟ ଡିସପ୍ଲେ ରହିବ, ଯାହା ଓ୍ଵାସପ୍ଲସ ୮ ପ୍ରୋ ଡୁଆଲ ଏଜ୍‌କର୍ଡ ଡିସପ୍ଲେ ଭଳି ରହିବ। ଏହା ବିଷୟରେ ବିଶେଷ କିଛି ତଥ୍ୟ ଏଯାଏଁ ସାମ୍ନାକୁ ଆସିନାହିଁ। କିଛି ସପ୍ତାହ ମଧ୍ୟରେ ଏହା ବିଷୟରେ ସଂପୂର୍ଣ୍ଣ ଡିଟେଲ୍ସ ସାମ୍ନାକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.