୨,୪୯୯ ଟଙ୍କାରେ ଲଞ୍ଚ୍‌ ହେଲା OnePlus Band, ଖାସ୍‌ ଫିଚର୍ସ ସହିତ Mi Bandକୁ ଦେବ କଡା ଟକ୍କର

ଓ୍ଵାନପ୍ଲସ ଭାରତରେ ଓ୍ଵାୟାରଲେସ୍‌ ସେଗମେଣ୍ଟର ଏଣ୍ଟ୍ରି କରି ନିଜର ପ୍ରଥମ ଫିଟନେସ୍‌ ଟ୍ରାକର OnePlus Bandକୁ ଲଞ୍ଚ୍‌ କରିଛି। ଏହି ବ୍ୟାଣ୍ଡ ପୂର୍ବରୁ ଥିବା ସାଓମିର ପପୁଲାର Mi Bandସିରିଜ ଏବଂ Honor Band 5 ସହିତ ବହୁତ ମାତ୍ରାରେ ସାମଞ୍ଜସ୍ୟ ରହିଛି।

କମ୍ପାନୀ ନିଜର ଏହି ବ୍ୟାଣ୍ଡର ଦାମ ରଖିଛି ୨,୪୯୯ ଟଙ୍କା। ଗ୍ରାହକ ଏହି ବ୍ୟାଣ୍ଡକୁ ୧୩ ଜାନୁଆରୀ ଠାରୁ ଆମାଜନ, ଫ୍ଲିପକାର୍ଟ ଏବଂ ଓ୍ଵାନପ୍ଲସ ଅଫିସିଆଲ ଷ୍ଟୋରରେ କିଣିପାରିବେ। ସୂଚନା ଅନୁଯାୟୀ ବ୍ୟାଣ୍ଡର ବକ୍ସରେ ଓ୍ଵାନପ୍ଲସ ବ୍ୟାଣ୍ଡ, ବ୍ଲାକ କଲର ଷ୍ଟ୍ରାପ, ଓ୍ଵାୟର୍ଡ ଚାର୍ଜିଂ ଡଙ୍ଗଲ, ୟୁଜର ଗାଇଡ, ରେଡ କେବଲ କ୍ଲବ ୱେଲକମ୍‌ କାର୍ଡ, ସେଫ୍ଟି ଏବଂ ଓ୍ଵାରେଣ୍ଟୀ କାର୍ଡ ମିଳିଥାଏ। ଏହାଛଡା ୟୁଜର୍ସ ୩୯୯ ଟଙ୍କା ଦାମରେ ଆରେଞ୍ଜ ଏବଂ ବ୍ଲୁ ବ୍ୟାଣ୍ଡସ ବି ନେଇପାରିବେ।

ଓ୍ଵାନପ୍ଲସର ଏହି ଫିଟନେସ୍‌ ଟ୍ରାକର ରେକଟାଙ୍ଗୁଲାର ଡିସପ୍ଲେ, ମଲ୍ଟିପଲ ଷ୍ଟ୍ରାପ୍‌ କଲର ଏବଂ ଓ୍ଵାଚ ଫେସ୍‌ ସପୋର୍ଟ ସହିତ ଆସିଥାଏ। ଓ୍ଵାନପ୍ଲସ ବ୍ୟାଣ୍ଡରେ ୧୩ ଏକ୍ସରସାଇଜ ମୋଡ ଏବଂ ରିୟଲ ଟାଇମ ହାର୍ଟ ରେଟ ମନିଟରଙ୍ଗ ଭଳି ଫିଚର୍ସ ମିଳୁଛି। ଓ୍ଵାନପ୍ଲସ ବ୍ୟାଣ୍ଡରେ ୧,୧ ଇଞ୍ଚର ଟଚ AMOLED ଡିସପ୍ଳେ ରହିଛି। ଯାହାର ରିଜୋଲ୍ୟୁସନ 126 X 294 ପିକ୍ସେଲ ରହିଛି। ବ୍ୟାଣ୍ଡର ବ୍ରାଇଟନେସକୁ ମାନୁଆଲୀ ଆଡଜଷ୍ଟ କରାଯାଇପାରିବ।

bandଏହି ଫିଟନେସ୍‌ ଟ୍ରାକରରେ ଏକ ବ୍ଲଡ ଅକ୍ସିଜେନ ସେନସର(ଅପ୍ଟିକାଲ), ୩ ଆକସେସ୍‌ ଏକ୍ସୀଲେରୋମିଟର ଏବଂ ଜାୟରୋସ୍କୋପ, ଅପ୍ଟିକାଲ ହାର୍ଟ ରେଟ ସେନ୍ସର ଦିଆଯାଇଛି। ଏହି ବ୍ୟାଣ୍ଡ ରନିଙ୍ଗ, ଇଣ୍ଡୋର ରନିଙ୍ଗ, ଫ୍ୟାଟ ବର୍ନ ରନିଙ୍ଗ, ଆଉଟଡୋର ଓ୍ଵାକ, ଆଉଟଡୋର ସାଇକେଲିଙ୍ଗ, ଇନଡୋର ସାଇକେଲିଂ,ରୋଇଙ୍ଗ ମେସିନ, କ୍ରିକେଟ, ବ୍ୟାଡମିଣ୍ଟନ, ପୁଲ ସ୍ୱିମିଙ୍ଗ, ଯୋଗ ଏବଂ ଫ୍ରୀ ଟ୍ରେନିଙ୍ଗ ଭଳି ଏକ୍ସରସାଇଜ ମୋଡ ସପୋର୍ଟ ସହିତ ଆସୁଛି।

ମିଳିବ କଲ୍‌ ନୋଟିଫିକେସନ୍‌

କୁହାଯାଉଛି ଯେ ଏହି ବ୍ୟାଣ୍ଡ ଧୂଳି, ପାଣି ଏବଂ ଝାଳରେ ଖରାପ ହେବନାହିଁ କାହିଁକିନା ଏହା 5ATM ଏବଂ IP68 ରେଟିଙ୍ଗ ସହିତ ଆସିଥାଏ। ଖାସ୍‌ କଥା ହେଉଛି ଓ୍ଵାନପ୍ଲସର ଏହି ବ୍ୟାଣ୍ଡ ହିନ୍ଦି ଭାଷାକୁ ବି ସପୋର୍ଟ କରିଥାଏ। ଏହି ଫିଟନେସ ବ୍ୟାଣ୍ଡ ମେସେଜ୍‌ ନୋଟିଫିକେସନ, ଇନକମିଙ୍ଗ କଲ୍‌ ନୋଟିଫିକେସନ, ମ୍ୟୁଜିକ ପ୍ଲେବ୍ୟାକ କଣ୍ଟ୍ରୋଲ ସହିତ ଆସିଥାଏ। କନେକ୍ଟିଭିଟୀ ପାଇଁ ଏଥରେ ବ୍ଲୁଟୁଥ5.0/ବ୍ଲୁଟୁଥ୍‌ LE ଦିଆଯାଇଛି। ଫିଟନେସ୍‌ ବ୍ୟାଣ୍ଡର ଡାଇମେନସନ୍‌ 40.4 x 17.6 x 11.95 ମିଲିମିଟର ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.