ଆସୁଛି OnePlus foldable smartphone, ଜବରଦସ୍ତ ଫିଚର ସହ କରିବ ଲଞ୍ଚ

ଓ୍ଵାନପ୍ଲସ ଏହାର ପ୍ରଥମ ଫୋଲ୍ଡଏବଲ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ୨୦୨୩ ବର୍ଷର ଶେଷ ବେଳକୁ ଏହା ବଜାରକୁ ଆସିବ । ମୋବାଇଲ ଓ୍ଵାଲ୍ଡ କଂଗ୍ରେସରେ ଏହାର ଘୋଷଣା କରାଯାଇଛି ।

କେନ୍ୟୁଜ୍‌(ବ୍ୟୁରୋ): ଗ୍ଲୋବାଲ ଟେକ୍ନୋଲୋଜି ବ୍ରାଣ୍ଡ ଓ୍ଵାନପ୍ଲସ । ଏହାର ପ୍ରଥମ ଫୋଲ୍ଡଏବଲ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ୨୦୨୩ ବର୍ଷର ଶେଷ ବେଳକୁ ଏହା ବଜାରକୁ ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ସ୍ପେନ ବାରସେଲୋନାରେ ଚାଲିଥିବା ମୋବାଇଲ ଓ୍ଵାଲ୍ଡ କଂଗ୍ରେସର ପ୍ୟାନେଲ ଆଲୋଚନା “From Fast & Smooth to Beyond” ରେ ଏହାର ଘୋଷଣା କରାଯାଇଛି ।

ଓ୍ଵାନପ୍ଲସର ପ୍ରଥମ ଫୋଲ୍ଡଏବଲ ସ୍ମାର୍ଟଫୋନ ଫାଷ୍ଟ ଓ ସ୍ମଥର ଅନୁଭବ କରାଇବ । ଏହା ଓ୍ଵାନପ୍ଲସର ଏକ ଉକୃଷ୍ଠ ଫୋନ ହୋଇ ରହିବ । ଏହାର ଫୋଲ୍ଡିଂ ଫର୍ମ, ଇନଡଷ୍ଟ୍ରିଆଲ ଡିଜାଇନ, ମେକାନିକାଲ ଟେକ୍ନୋଲୋଜି ଏହାକୁ ଉକୃଷ୍ଠ କରି ରଖିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି କି ଏହା ଫୋଲ୍ଡଏବଲ ଫୋନ ମଧ୍ୟରେ ଏକ ନୂଆ ଅନୁଭବ ଦେବ ଆଗାମୀ ଦିନରେ ଏହି ଫୋନ ବାବଦରେ ଅଧିକ ସୂଚନା ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏବେ କମ୍ପାନୀ ଏହାର ନିର୍ମାଣ ଉପରେ କାମ କରୁଥିବା କୁହାଯାଉଛି ।

ଏଇ ନିକଟରେ ଓ୍ଵାନପ୍ଲସ ପକ୍ଷରୁ ଏହାର ଏକ ଶ୍ରେଷ୍ଠ ସ୍ମାର୍ଟଫୋନ OnePlus 11 5G ର ଲଞ୍ଚ କରାଯାଇଛି । ଭାରତରେ ଏହାର ଦୁଇଟି ଭାରିଆଣ୍ଟ ଉପଲବ୍ଧ ରହିଛି । 8 ଜିବି RAM ସହ 128 ଜିବି ଷ୍ଟୋରେଜ ଓ 16 ଜିବି RAM ସହ 256 ଜିବି ଷ୍ଟୋରେଜ ଭାରିଆଣ୍ଟରେ ବଜାରକୁ ଆସିଛି । 128 ଜିବି ଷ୍ଟୋରେଜ ବିଶିଷ୍ଟ ଫୋନର ଦାମ ରହିଛି 56 ହଜାର 999 ଟଙ୍କା । ସେହିପରି 256 ଜିବି ଷ୍ଟୋରେଜ ଥିବା ଫୋନର ଦାମ 61 ହଜାର 999 ଟଙ୍କା ରହିଛି । ଏହି ସ୍ମାର୍ଟଫୋନ ବିଭିନ୍ନ ପ୍ଲାଟଫର୍ମରେ ଉପଲବ୍ଧ ରହିଛି । ଆମାଜନ ଡଟ ଇନ ଓ ଓ୍ଵାନପ୍ଲସ ଡଟ ଇନ ସହ ଦେଶର ବିଭିନ୍ନ ମୋବାଇଲ ଷ୍ଟୋରରେ ଏହା ଉପଲବ୍ଧ ରହିଛି ।

OnePlus 11 5G ହେଉଛି ପ୍ରଥମ ଓ୍ଵାନପ୍ଲସ ସ୍ମାର୍ଟଫୋନ ଯେଉଁଥିରେ extended software support policy ସହ ୪ ବର୍ଷର ଅପରେଟିଂ ସିଷ୍ଟମ ଅପଡେଟ ଓ ୫ ବର୍ଷର ସିକ୍ୟୁରିଟି ଅପଡେଟର ସୁବିଧା ମିଳିବ । ଏହି ଫୋନରେ 50 ମେଗାପିକ୍ସେଲ କ୍ୟାମେରା ସହ Sony IMX890 primary sensor, 120Hz Super Fluid AMOLED panel, Qualcomm Snapdragon 8 Gen 2 processor ମିଳିବ । ଏହାର ଅପରେଟିଂ ସିଷ୍ଟମ ଆଣ୍ଡ୍ରଏଡ 13 ରହିଥିବା ବେଳେ 100 ଓ୍ଵାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.