Below header

ଆସିଲା OnePlus TV ର ପ୍ରଥମ ଫଟୋ, ଦେଖନ୍ତୁ କେମିତି ରହିଛି ଲୁକ୍‌

OnePlus ଫୋନ୍‌ ପରେ ଏବେ OnePlus TV ମାର୍କେଟକୁ ଆସିବାକୁ ଯାଉଛି। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଏହି ଟିଭିର ବଜାର ପ୍ରବେଶକୁ ଲୋକେ ଅପେକ୍ଷା କରିଥିବା ବେଳେ ଏବେ ଏହାର ଫଟୋ ସାମ୍ନାକୁ ଆସିଛି। OnePlusର ସିଇଓ ପେଟେ ଲଉ ସୋସିଆଲ ମିଡିଆରେ ଟିଭିର ଦୁଇଟି ଫଟୋ ସେୟାର କରିଛନ୍ତି। ଏହି ଫଟୋ ଫ୍ୟାକ୍ଟ୍ରିରେ ଟିଭି ପ୍ୟାକେଜିଂ ହେବା ସମୟର ବୋଲି ଜଣାଯାଇଛି।

one plus

ଟିଭିର ସ୍କ୍ରିନ୍‌ ଦେଖିଲେ ଏହା ବେଜଲ ଲେସ୍‌ (ଫ୍ରେମ୍‌) ଥିବା ଜଣାଯାଉଛି। ତେବେ ପୂର୍ବରୁ ଲଞ୍ଚ ହୋଇଥିବା ଜିଓମିର ଟିଭିରେ ମଧ୍ୟ ବେଜଲ ଲେସ୍‌ ସହ ଖୁବ୍‌ ପତଳା ସ୍କ୍ରିନ୍‌ ରହିଥିଲା। ମାତ୍ର OnePlus ର ମୂଲ୍ୟ ଜିଓମିଠାରୁ ଅଧିକ ରହିବ ବୋଲି ଶୁଣିବାକୁ ମିଳୁଛି।

ଏଥିସହ ପଢ଼ନ୍ତୁ: ସାମ୍ନାକୁ ଆସିଲା Redmi Note 8 Proର ବକ୍ସ, ଜାଣନ୍ତୁ କଣ ରହିଛି ଫିଚର

ପେଟେ ଲଉ ସେୟାର କରିଥିବା OnePlus TV ଫଟୋର ସ୍କ୍ରିନ୍‌ରେ ଏକ ନୋଟିଫିକେସନ୍‌ ରହିଛି। ଯେଉଁଥିରୁ ଟିଭିରେ ଲାଟେଷ୍ଟ ଆଣ୍ଡ୍ରଏଡ୍‌ ଭର୍ସନ୍‌ ଥିବା ଜଣାଯାଉଛି। କମ୍ପାନୀର ସୂଚନା ମୁତାବକ, କେବଳ ଡିସପ୍ଲେ ନୁହେଁ ଡିଜାଇନ୍‌ରେ ମଧ୍ୟ ବହୁ ପରିବର୍ତ୍ତନ ଓ ନୂତନତ୍ୱ ରହିଛି। ସୂଚନାଯୋଗ୍ୟ ଯେ, ଚଳିତ ସେପ୍ଟେମ୍ବରରେ OnePlus ନୂଆ ସ୍ମାର୍ଟଫୋନ୍‌ OnePlus 7T ସିରିଜ୍‌ ଲଞ୍ଚ କରିବାକୁ ଯାଉଛି। ଏ ଅବସରରେ OnePlus TV ବିଷୟରେ ମଧ୍ୟ ଘୋଷଣା କରାଯିବା ନେଇ ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.