ଢେଙ୍କାନାଳ: ବ୍ୟାପୁଛି ଜଣ୍ଡିସ୍, ଆତଙ୍କିତ କହ୍ନେଇପାଳ ଗାଁର ଜନସାଧାରଣ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କହ୍ନେଇପାଳ ଗାଁରେ ଜଣ୍ଡିସ ଆତଙ୍କ । ଏହି ରୋଗରେ ଗାଁର ୧୦ରୁ ଅଧିକ ଶିଶୁ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ଭୁବନ ଚିକିତ୍ସାଳୟରେ ଚିକିତ୍ସା କରାଯିବା ସହ ଦେଶୀ ଚିକିତ୍ସା କରାଯାଉଛି । ପିଲାମାନଙ୍କର ଆଖି ହଳଦିଆ ପଡ଼ିଯିବା ସହ ପେଟ ଓ ମୁଣ୍ଡ ବଥା ହେଉଛି । ଗାଁ ଦାଣ୍ଡରେ ପାଣି ନିସ୍କାସନର ସୁବିଧା ନଥିବାରୁ କୂଅ ମାନଙ୍କରେ ଆବର୍ଜନା ପଶି ଜଳ ପ୍ରଦୂଷଣ ହେଉଛି । ଏହି ପାଣି ବ୍ୟବହାର କରି ଜଣ୍ଡିସ ବ୍ୟାପୁଥିବା ଗାଁଲୋକେ ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.