ଅନଲାଇନରେ Oppo Reno 6 5G ଦାମ ରହିଛି ଖୁବ ଶସ୍ତା, ଜାଣନ୍ତୁ ଦାମ

Oppo Reno 6 5G ସ୍ମାର୍ଟଫୋନ ଭାରତରେ ହୋଇଛି ଲଞ୍ଚ। ଏହାର ଅନଲାଇନ ପ୍ରି-ବୁକିଂ ଆଜିଠାରୁ ଆରମ୍ଭ ହୋଇଛି। ଅର୍ଥାତ ୨୩ ଜୁଲାଇ ୨୦୨୧ରୁ ଅପରାହ୍ନରୁ ଆରମ୍ଭ ହେବ। ଏହି ଫୋନରେ ୮ ଜିବି ର‍୍ୟାମ ସହ ୧୨୮ ଜିବି ଷ୍ଟୋରେଜ ଭାରିଏଣ୍ଟ ରହିଛି। କମ୍ପାନୀ ଏହାର ଦାମ   ୨୯,୯୯୦ ଟଙ୍କା ରହିଛି। ତେବେ ଏହାକୁ ନେଇ ଆଉ ଏକ ଟ୍ଵିଷ୍ଟ ରହିଛି। ଗ୍ରାହକଙ୍କ ପାଇଁ ଏହା ଉପରେ ବେଷ୍ଟ ଅଫର ରହିଛି।

Flipkart Smart Upgrade ଅଫରରେ ଏହି ଫୋନର ଦାମ ମାତ୍ର ୨୧,୦୯୨ ଟଙ୍କା ରହିଛି। ଏହାର ଅନଲାଇନ ବୁକିଂ ୨୯ ଜୁଲାଇରୁ ଆରମ୍ଭ ହେବ। ଇ-କମର୍ସ ପ୍ଲାଟଫର୍ମରେ ଏହି ଫୋନକୁ ଆପଣ ଖବୁ  କମ ଦାମରେ କିଣି ପାରିବେ । ଏହି ଫୋନକୁ HDFC ବ୍ୟାଙ୍କ କାର୍ଡରେ କିଣୁଥିଲେ ୪୦୦୦ ହଜାର ଟଙ୍କାର କ୍ୟାସବ୍ୟାକ ଅଫର ରହିଛି।  ଫୋନରେ ଏକ୍ଦଚେଞ୍ଜ  ଓ ନୋ କ୍ୟାସବ୍ୟରକ ଅଫର  ଦିଆଯାଇଛି । ଏହା ୨ଟି କଲର ଅପସନ Aurora  ଓ Stellar ରେ ଉପଲବ୍ଧ ହେବ।

Flipkart Smart Upgrade ପ୍ଲାନରେ ଗ୍ରାହକଙ୍କୁ  ମାତ୍ର  ୭୦% ଦେବାକୁ ପଡିବ ।ବାକି ୩୦% ଏକ ବର୍ଷ ପରେ ମଧ୍ୟ ଦେଇପାରିବେ। ଏହା ସହ ଏକ ବର୍ଷ  ଫୋନକୁ ରିପ୍ଲେସ କରି ଆପଣ Flipkartରେ ନୂଆ ଫୋନ କିଣିପାରିବେ । ଏହାର ପ୍ଲାନକୁ ଆକ୍ସେସ କରିବା ପାଇଁ ୯୯ ଟଙ୍କାର ବ୍ୟାଙ୍କ ପ୍ରାଇସିଂ ଫିସ ଦେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.