ମେ ୧୧ରୁ ଭାରତୀୟ ବଜାରକୁ ଆସୁଛି Google Pixelର ନୂଆଁ ଫୋନ, ଏହି ଫୋନ Google Pixel 7a କି!
ମେ ୧୧ରୁ ଭାରତୀୟ ବଜାରରେ Google Pixel 7a । ଗୁଗୁଲ ଇଣ୍ଡିଆ ପକ୍ଷରୁ ଟ୍ଵିଟ ମାଧ୍ୟରେ ଏକ ନୂଆ ପିକ୍ସେଲ ଫୋନକୁ ଭାରତରେ ଲଞ୍ଚ କରାଯିବା ନେଇ ଘୋଷଣା କରାଯାଇଛି । ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଏହି ଫୋନ ଉପଲବ୍ଧ ହେବ ।
କେନ୍ୟୁଜ୍(ବ୍ୟୁରୋ): ମେ ୧୧ରୁ ଭାରତୀୟ ବଜାରରେ ମିଳିବ Google Pixel 7a । ଗୁଗୁଲ ଇଣ୍ଡିଆ ପକ୍ଷରୁ ଟ୍ଵିଟ ମାଧ୍ୟରେ ଏହା ଘୋଷଣା କରାଯାଇଛି । ଟ୍ଵିଟ କରି ଲେଖାଯାଇଛି ମେ ୧୧ରେ ଏକ ନୂଆ ପିକ୍ସେଲ ଫୋନକୁ ଭାରତରେ ଲଞ୍ଚ କରାଯିବ । ଗୁଗୁଲ ପକ୍ଷରୁ ପିକ୍ସେଲ 7ଏ ଲଞ୍ଚ ହେବା ନେଇ ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ ଅନୁମାନ କରାଯାଉଛି କମ୍ପାନୀ ପକ୍ଷରୁ ପିକ୍ସେଲ 7ଏକୁ ହିଁ ଲଞ୍ଚ କରାଯିବ । ଏହାର ଟିଜର ଇମେଜ ଓ ଲଞ୍ଚ ହେବାର ସମୟରୁ ଏହା ଅନୁମାନ କରାଯାଇପାରେ । ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଏହି ଫୋନ ଉପଲବ୍ଧ ହେବ । ଗୁଗୁଲ ପକ୍ଷରୁ ଅଫିସିଆଲ ଭାବେ ସେଆର କରାଯାଇଥିବା ଇମେଜ ପିକ୍ସେଲ ଏ ର ଡିଜାଇନ ସହ ସମାନ ରହିଛି । କମ୍ପାନୀ ପକ୍ଷରୁ ଗଗୁଲର ଆଗାମୀ ଆଇ/ଓ ଇଭେଣ୍ଟରେ ପିକ୍ସେଲ 7ଏକୁ ଲଞ୍ଚ କରାଯିବ । ଯାହାକି ମେ ୧୦ ତାରିଖରେ ହେବାକୁ ଯାଉଛି । ଅର୍ଥାତ ଏହାର ଗୋଟିଏ ଦିନପରେ ଏହି ଫୋନ ବଜାରରେ ଉପଲବ୍ଧ ହେବ ।
How to show excitement without shouting? Asking for a friend
Coming to @Flipkart on 11th May. pic.twitter.com/il6GUx3MmR
— Google India (@GoogleIndia) May 2, 2023
ଏବେ ଆସନ୍ତୁ ନଜର ପକାଇବା ପିକ୍ସେଲ 7ଏର ଫିଚର ଉପରେ । ଏହାର ପଛ ପାଖରେ ଏକ ହୋରିଜୋନଟାଲ କ୍ୟାମେରା ମଡ୍ୟୁଲ ରହିଛି । ଏହି ଡିଜାଇନ ଆମେ ଅନ୍ୟ ପିକ୍ସେଲ ଫୋନ ମାନଙ୍କରେ ଦେଖି ଆସିଛୁ । ଏହା ପିକ୍ସେଲ 6ଏ ସହ ସମାନ ରହିଛି । ଏବେ କମ୍ପାନୀ ପକ୍ଷରୁ ଅନ୍ୟ କୌଣସି ଫୋନ ଉପରେ କାମ ଚାଲୁନାହିଁ । ଏହା କିନ୍ତୁ ପିକ୍ସେଲ 8ର ଇମେଜ ହୋଇନଥିବ । କାରଣ ଏହା ବର୍ଷର ଶେଷ ବେଳକୁ ବଜାରକୁ ଆସିବାକୁ ଯାଉଛି । ଯଦି ଦେଖିବା ଏହି ଟିଜର ଇମେଜଟି ପିକ୍ସେଲ 7ଏର ହିଁ ହୋଇଛି ।
ଏହି ଫୋନରେ Google’s Tensor G2 chipset ବ୍ୟବହାର ହୋଇଛି । ଏହାସହ ଏଥିରେ LPDDR5 RAM ଓ UFS 3.1 ଷ୍ଟୋରେଜ ଫିଚର ରହିଛି । 5ଜି ଫୋନରେ 6.1 ଇଞ୍ଚ OLED ସ୍କ୍ରିନ ସହ ଏଫ ଏଚଡି ପ୍ଲସ ରିଜୋଲୁସନ ମିଳିବ । ଏହାସହ ଏହାର 90Hz ରିଫ୍ରେସ ରେଟ ରହିବ । ପିକ୍ସେଲ 6ଏରେ 60Hz ର ରିଫ୍ରେସ ରେଟ ରହିଥିଲା ।
ଏହି ଫୋନରେ ଆପଣଙ୍କୁ 4,410mAh ର ବ୍ୟାଟେରୀ ବ୍ୟାକଅପ୍ ମିଳିବ । ଏହାସହ ଏଥରେ 18 ଓ୍ଵାଟର ଚାର୍ଜିଂ ସପୋର୍ଟ ମିଳିବ । ରିଟେଲ ବକ୍ସରେ କିନ୍ତୁ ଆପଣଙ୍କୁ ଚାର୍ଜର ମିଳିବ ନାହିଁ । ଚାର୍ଜିଂ ଫେସିଲିଟିକୁ ଦେଖିଲେ ଏହି ରେସରେ ଅନ୍ୟ ବ୍ରାଣ୍ଡ ସବୁ ଆଗରେ ରହିଛନ୍ତି । ଯେଉଁଥିରେ ଗୁଗୁଲକୁ ଆହୁରି କାମ କରିବାକୁ ପଡ଼ିବ । ଏହାର ପଛ ପାର୍ଶ୍ୱରେ ଏକ ଟ୍ରିପଲ କ୍ୟାମେରା ସେଟଅପ୍ ଦେଖିବାକୁ ମିଳିବ । ଏଥିରେ 64-megapixel Sony IMX787 primary sensor କ୍ୟାମେରା ରହିଛି । ଏହାସହ ଏଥିରେ 12-megapixel ultrawide Sony IMX712 camera ମିଳିବ ।