ସ୍ମାର୍ଟ ଫୋନ ଦୁନିଆରେ ପୋକୋ ଇଣ୍ଡିଆ ନିଜର ନୂଆ ମଡେଲ ଲଞ୍ଚ କରିଛି। ପୋକୋ ଇଣ୍ଡିଆ ସ୍ମାର୍ଟ ଫୋନ Poco X3 PRO ଭାରତୀୟ ବଜାରରେ ଲଞ୍ଚ କରିଛି। ଏହି ଫୋନରେ ୨ଟି ରାମ ଓ ଷ୍ଟୋରେଚ ଓ୍ଵାରିଏଣ୍ଟ ରହିଛି। ଏହାସହିତ ଫୋନରେ ୪୮ ମେଗାପିକ୍ସଲର ପ୍ରାଇମେରୀ ସେଂସର ଦିଅଯାଇଛି । ୩୩ ଓ୍ଵାଟର ଫାଷ୍ଟ ଚାର୍ଜିଂ ବ୍ୟବସ୍ଥା ମଧ୍ୟ ଅଛି। ଏଥିରେ ସ୍ନାପଡା୍ରଗନ 860 ପ୍ରୋସେସର ଦିଆଯାଇଛି। ଫୋନରେ 120Hz ରିଫ୍ରେଶ ରେଟର ଡିସପ୍ଲେ ଅଛି। ତେବେ ଚାଲନ୍ତୁ ଜାଣିବା ଏଥିରେ ଥିବା ଦମଦାର ଫିଚର୍ସ ସଂପର୍କରେ।
ଦାମ୍:
ଏହି ଫୋନର ଦାମ୍ ୧୮,୯୯୯ ଟଙ୍କା ରହିଛି। ଏହି ଦାମରେ ୬ଜିବି ରାମ୍ ସହ ୧୨୮ ଜିବିର ଷ୍ଟୋରେଜ ରହିଛି। ୮ଜିବି ରାମ୍ ଏବଂ ୧୨୮ ଜିବି ଷ୍ଟୋରେଜ ଭାରିଏଣ୍ଟର ଦାମ୍ ୨୦,୯୯୯ ଟଙ୍କା ରହିଛି। ଫୋନଟି ଗୋଲଡେନ ବ୍ରୋଞ୍ଜ , ଗ୍ରାଫାଇଟ ବ୍ଲେକ ଓ ଷ୍ଟିଲ ବ୍ଲୁ କଲରରେ ବଜାରକୁ ଆସଛି। ତେବେ ଏହାର ବିକ୍ରି ୬ ଅପ୍ରେଲରୁ ଫ୍ଳିପ କାର୍ଟରେ ଆରମ୍ଭ ହୋଇଯିବ। ଯଦି ଆପଣଙ୍କ କ୍ରେଡିଟ କାର୍ଡ ICICI ବ୍ୟାଙ୍କର ହୋଇଥିବ , ତାହେଲେ ଅଫର ଅନୁଯାୟୀ ୧,୦୦୦ ଟଙ୍କା ଛାଡ ମିଳିବ।
With a #PROformance so powerful 🤯, it’s obvious that #POCOX3PRO is the MOST POWERFUL PHONE under 20K. Ever. 😈 pic.twitter.com/QbgsfzTSNz
— POCO – Madder By the Minute (@IndiaPOCO) March 30, 2021
ସ୍ପେଶିଫିକେସନ:
ଏହି ଫୋନ ଆଣ୍ଡ୍ରଏଡ ୧୧ ଆଧାରିତ MIUI12 ଦିଆଯାଇଛି। ଏହାସହ ଫୋନରେ ୬.୬୭ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ରହିଛି ରିଜଲ୍ୟୁସନ 1080*2400 ପିକ୍ସଲ ରହିଛି। ଏହାର ରିଫ୍ର୍ରେଶ 120Hz ରହିଛି। ଡିସପ୍ଲେରେ ଗୋରିଲା ଗ୍ଲାସ 6LPDDR4X ରାମ୍ ଓ ୧୨୮ ଜିବିର ଷ୍ଟୋରେଜ ରହିଛି।
ବ୍ୟାଟେରୀ:
କନେକ୍ଟିଭିଟି ପାଇଁ ଏଥିରେ 4G LITE , WI-FI , ବ୍ଲୁଟୁଥ V5.0, GPS/ A-GPS , USB ଟାଇପ -ସି ପୋର୍ଟ ଏବଂ 3.5MMର ହେଡଫୋନ ଜାକ ରହିଛି । ଏହାସହ ଫୋନରେ ୨ଟି ସ୍ପିକର ସହ ପାଣି ଓ ଧୂଳିରୁ ରକ୍ଷା ପାଇଁ IP53ର ରେଟିଙ୍ଗସ ରହିଛି। ଏହି ଫୋନର ଓଜନ ୨୧୫ ଗ୍ରାମ ରହିଛି।