Below header

୫,୯୯୯ ଟଙ୍କାରେ ଏହି ଦମଦାର ଫୋନକୁ କିଣିବାର ଆଜି ହିଁ ମିଳିଛି ସୁଯୋଗ, ୧୨ଟାରୁ ସେଲ ହେବ ଆରମ୍ଭ

ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଏବଂ oppoର ସବବ୍ରାଣ୍ଡ ରିୟଲମି କିଛି ଦିନ ପୁର୍ବରୁ ର ବଜେଟ୍ ସ୍ମାର୍ଟଫୋନର ସନ୍ଧାନ କରୁଥିବା ଲୋକଙ୍କ ପାଇଁ ଲଞ୍ଚ କରାଯାଇଛି। ରିୟଲମି ସି୨ ଆଜି ଆର୍ଥାତ ୩୦ ମେ ୨୦୧୯ ରେ ପୁଣି ଫ୍ଲାସ ସେଲ ଅଛି। ରିୟଲମି ସି୨ ଆଜି ଦ୍ବିପ୍ରହର ୧୨ ଫ୍ଲିପକାର୍ଟ ଏବଂ ରିୟଲମି ୱେବସାଇଟରେ କିଣାଯାଇପାରିବ। ଏହି ଫୋନ ଡାଇମଣ୍ଡ ବ୍ଲାକ୍ ଏବଂ ଡାଇମଣ୍ଡ ବ୍ଲୁ କଲର ଭେରିୟଣ୍ଟରେ ମିଳିବ।

realmeରିୟଲମି ସି୨ ର ଦାମ୍ ଏବଂ ସ୍ପେିସିଫିକେସନ

ଫୋନର ସ୍ପେସିଫିକେସନ କଥା କହିଲେ ରିୟଲମି ସି୨ ରେ ଆପଣଙ୍କୁ ୬.୧ ଇଞ୍ଚ ଏଚଡି ପ୍ଲସ ମିଳିବ। ଏହାଛଡା ଏଥିରେ ୨ ଜିବି ଏବଂ ୩ ଜିବି ରାମ ସହିତ ୧୬ ଏବଂ ୩୨ ଜିବି ଷ୍ଟୋରେଜ ମିଳିବ। ଏହାଛଡା ଏହି ଫୋନରେ ରିୟର କ୍ୟାମେରା ୧୩ ଏମପି + ୨ ଏମପି ଏବଂ ଫ୍ରଣ୍ଟ କ୍ୟାମେରା ୫ ଏମପି ଅଟେ। ପ୍ରୋସେସରଙ୍କ କଥା କହିବ ତ ରିୟଲମି ସି୨ରେ ମିଡିୟାଟେକ ଅକ୍ଟୋକୋର ହିଲିଓ ପି୨୨ ପ୍ରୋସେସର ରହିଛି ଏବଂ ଏଥିରେ ଆଣ୍ଡ୍ରଏଡ୍ ପାଇ ୯.୦ ଦିଆଯାଇଛି।

realme c2ଏହି ଫୋନରେ ଫିଙ୍ଗରପ୍ରିଣ୍ଟ ସେନସର ନାହିଁ ଏବଂ ପାୱାର ଦେବା ପାଇଁ ଏହି ଫୋନରେ ୪,୦୦୦ ମାହ ବ୍ୟାଟେରୀ ଦିଆଯାଇଛି। ଏହବ୍ୟତୀତ କନେକ୍ଟିଭିଟୀ ପାଇଁ ଏଥିରେ ଆପଣଙ୍କୁ ଡୁଆଲ ୪ଜି ବିଓଏଲଟିଇ, ବ୍ଲୁଟୁଥ୍, ୱାଇ-ଫାଇ ଏବଂ ୩.୫ ଏମଏମର ହେଡଫୋନ ଜ୍ୟାକ ଭଳି ଫିଚର୍ସ ମିଳିବ।

ଏହି ଫୋନରେ ୨ ଜିବି ରାମ/୧୬ଜିବି ଭେରିୟଣ୍ଟର ୫,୯୯୯ ଏବଂ ୩ଜିବି ରାମ/୩୨ଜିବି ଭେରିୟଣ୍ଟର ଦାମ ୭,୯୯୯ ଟଙ୍କା ଅଟେ। ଏହି ଫୋନକୁ ଆପଣ ଇଏମଆଇରେ ମଧ୍ୟ କିଣିପାରିବେ। ଫୋନ ସହିତ ବକ୍ସରେ ଆପଣଙ୍କୁ ଚାର୍ଜିଂ କେବୁଲ, ଆଡପଟର ସହିତ ମୋବାଇଲ କଭର ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.